ରାୟଗଡ଼ାରେ ଏଲପିଜି ବଟଲିଂ ପ୍ଲାଣ୍ଟର ଶିଳାନ୍ୟାସ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ: ଖର୍ଚ୍ଚ ହେବ ୯୧କୋଟି ଟଙ୍କା

Published By : Prameya-News7 Bureau | February 19, 2019 IST

ରାୟଗଡ଼ା୧୯|୧: ଆଜି ରାୟଗଡ଼ାରେ ୯୧କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବାକୁ ଥିବା ଏଲପିଜି ବଟଲିଂ ପ୍ଲାଣ୍ଟର ଶିଳାନ୍ୟାସ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏଥି ସହ ରାୟଗଡ଼ା, ଲାଡ଼ା ଓ ଜିମିଡ଼ିପେଟା ରେଳଷ୍ଟେସନରେ ୩ଟି ଫୁଟ୍‌ ଓଭର ବ୍ରିଜ୍‌ର ଉଦ୍‌ଘାଟନ କରିଛନ୍ତି । ସେହିଭଳି ନବରଙ୍ଗପୁରରେ ପାସପୋର୍ଟ କେନ୍ଦ୍ର ଓ ଜୟପୁରରେ ଏୟାରପୋର୍ଟ ପାଇଁ ଏକ ତୈଳ ସେବାକେନ୍ଦ୍ରର ମଧ୍ୟ ଉଦ୍‌ଘାଟନ କରିଛନ୍ତି କେନ୍ଦ୍ରମନ୍ତ୍ରୀ  ଧର୍ମେନ୍ଦ୍ର ପ୍ରଧାନ ।

{"id":86834,"width":597,"height":448}

୨୦୨୧ ସେପ୍ଟେମ୍ବର ସୁଦ୍ଧା ଏଲପିଜି ବଟଲିଂ ପ୍ଲାଣ୍ଟ କାର୍ଯ୍ୟକ୍ଷମ ହେବ ବୋଲି ସୂଚନା ଦେଇଥିଲେ ମନ୍ତ୍ରୀ । ଏହାଛଡ଼ା ଥେରୁବାଲି-ଗୁଣପୁର ରେଳପଥ କିଭଳି ପଦ୍ମପୁର ଦେଇ ଯିବ ସେ ନେଇ ମଧ୍ୟ ଦୃଷ୍ଟି ଦେବାକୁ ରେଳବିଭାଗକୁ କହିଥିଲେ । ଆଜି କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାୟଗଡ଼ାରେ ପହଞ୍ଚିବା ପରେ  ଜିଲ୍ଲା ବିଜେପି ପକ୍ଷରୁ ଏକ ବିଶାଳ ଶୋଭାଯାତ୍ରାରେ ସ୍ବାଗତ କରାଇଥିଲା । ଏହି କାର୍ଯ୍ୟକ୍ରମରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗଙ୍କ ସମେତ ଅନେକ ବିଜେପି ନେତା ଏବଂ ଏଚପିସିଏଲ ଓ ରେଳବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ ।

{"id":86835,"width":597,"height":329}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.