Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନେତାଜୀ ଜନ୍ମସ୍ଥାନ ସଂଗ୍ରହାଳୟ ଖୋଲିଵାକୁ ସରକାରଙ୍କ ନିଷ୍ପତ୍ତି
  • ||
  • କଟକ:କାଲିଠାରୁ ଖୋଲିଵ ନେତାଜୀ ସଂଗ୍ରହାଳୟ
  • ||
  • ରାଇରଙ୍ଗପୁର: ଗୋରୁମହିଷାଣି ପୋଲିସର ସଡକ ସୁରକ୍ଷା ସଚେତନ କାର୍ଯ୍ୟକ୍ରମ, ସାମିଲ ଥିଲେ ସ୍ଥାନୀୟ ଲୋକେ
  • ||
  • ବଲାଙ୍ଗୀର: ପୁଣି ରକ୍ତ ରଞ୍ଜିତ ହେଲା ଶୁଲିଆ ପୀଠ, ଗଡିଲା ଶହ ଶହ ପଶୁ-ପକ୍ଷୀଙ୍କ ମୁଣ୍ଡ
  • ||
  • ଭୁବନେଶ୍ବରରେ ପହଞ୍ଚିଲା ୨ୟ ପର୍ଯ୍ୟାୟ କୋଭିଡ ଟିକା: ସ୍ପାଇସ୍ ଜେଟ୍‌ରେ ଆସିଲା ଟିକା
  • ||
  • ଭାଙ୍ଗିଲା ୩୩ ବର୍ଷର ରେକର୍ଡ୍‌ : ବ୍ରିସବେନ ଟେଷ୍ଟରେ ଭାରତର ଐତିହାସିକ ବିଜୟ, ଅଷ୍ଟ୍ରେଲିଆକୁ ୩ ଓ୍ବିକେଟ୍‌ରେ ହରାଇ ସିରିଜ କବଜା କଲା ଟିମ୍ ଇଣ୍ଡିଆ
  • ||
  • ମାଲକାନଗିରି : ସୀମାନ୍ତରେ ଏନ୍‌କାଉଣ୍ଟର, ୧୦ରୁ ଅଧିକ ମାଓ କ୍ୟାମ୍ପ ଧ୍ୱଂସ
  • ||
  • ସମ୍ବଲପୁର : ଫୋକସ୍‌ରେ ପଶ୍ଚିମ ଓଡିଶା, ମା’ ସମଲେଶ୍ବରୀଙ୍କ ମନ୍ଦିର ବୁଲି ସମୀକ୍ଷା କଲେ 5-T ସଚିବ
  • ||
  • ଭାଙ୍ଗିଲା ୩୩ ବର୍ଷର ରେକର୍ଡ୍‌ : ବ୍ରିସବେନ ଟେଷ୍ଟରେ ଅଷ୍ଟ୍ରେଲିଆକୁ ୩ ଓ୍ବିକେଟ୍‌ରେ ହରାଇ ସିରିଜ କବଜା କଲା ଟିମ୍ ଇଣ୍ଡିଆ
  • ||
  • ହାଇଦ୍ରାବାଦ : ପାଠ ପଢୁନଥିଲା ବୋଲି ୧୦ ବର୍ଷର ପୁଅକୁ ଜିଅନ୍ତା ଜାଳିଦେଲା ବାପା, ପୋଡିଯାଇଛି ଶରୀରର ୬୫ ଭାଗ
  • ||

“ନର ସେବା ହିଁ ନାରାୟଣ ସେବା” ପ୍ରଧାନମନ୍ତ୍ରୀଙ୍କ ଲକ୍ଷ୍ୟ – ଧର୍ମେନ୍ଦ୍ର ପ୍ରଧାନ

12/01/2021 at 9:15 PM

କଟକ୧୨/୧: ପଣ୍ଡିତ ଗୋପବନ୍ଧୁ ଦାସଙ୍କ “ନର ସେବା ହିଁ ନାରାୟଣ ସେବା” ବିଚାରକୁଆଧାର କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗରିବଙ୍କ ଜୀବନରେ ମୂଳଭୁତ ପରିବର୍ତନ ଆଣିବାର ଲକ୍ଷ୍ୟ ରଖିଛନ୍ତି ବୋଲି ମଙ୍ଗଳବାର କଟକ ଜିଲ୍ଲାର ଓଲଟପୁର ଠାରେ ଉତ୍କଳ ବିପନ୍ନ ସହାୟତା ସମିତିର ନବନିର୍ମିତ ସୁଶ୍ରୁତ ସ୍ୱାସ୍ଥ୍ୟ ସହାୟତା କେନ୍ଦ୍ର(ଆରୋଗ୍ୟ ଭବନ)କୁ ଲୋକାର୍ପଣ କରିବା ଅବସରରେ କହିଛନ୍ତି କେନ୍ଦ୍ରମନ୍ତ୍ରୀ  ଧର୍ମେନ୍ଦ୍ର ପ୍ରଧାନ।

 ଶ୍ରୀ ପ୍ରଧାନ କହିଛନ୍ତି ଯେ ଭାରତ ସରକାରଙ୍କ ମହାରତ୍ନ କମ୍ପାନୀ ଓଏନ୍‌ଜିସି ତରଫରୁ ପ୍ରାୟ ୨ କୋଟି ୩୨ ଲକ୍ଷ ଟଙ୍କା ବ୍ୟୟବରାଦରେ ପାଖାପାଖି ୧୫ ହଜାର ସ୍କୋୟାର ଫୁଟରେ ୫ ମହଲା ବିଶିଷ୍ଟ ଉତ୍କଳ ବିପନ୍ନ  ସହାୟତା ସମିତିର ଏହି ଭବନ ଏଠାରେ ନିର୍ମାଣ ହେବା ଫଳରେ କଟକ ଜିଲ୍ଲାର ଓଲଟପୁରବାସୀଙ୍କ ସ୍ୱପ୍ନ ପୂରଣ ହୋଇଛି । ଲୋକାର୍ପିତ ସ୍ୱାସ୍ଥ୍ୟ ଭବନର ନିର୍ମାଣ ପାଇଁ ଉଦ୍ୟମ କରିଥିବା ଓଏନଜିସି, ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ଓ ଉତ୍କଳ ବିପନ୍ନ ସହାୟତା ସମିତିଙ୍କୁ ଶ୍ରୀ ପ୍ରଧାନ ଧନ୍ୟବାଦ ଦେଇଛନ୍ତି।

ସେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଦେଶର ଗରିବ ଓ ସାଧାରଣ ଲୋକଙ୍କ ସ୍ୱାସ୍ଥ୍ୟସେବାରେ ମୂଳଭୁତ୍ ପରିବର୍ତନ ପାଇଁ ଉଦ୍ୟମ କରାଯାଉଥିବା ବେଳେ ଗ୍ରାମାଂଚଳର ଗରିବ ଲୋକଙ୍କୁ ମେଡିକାଲ  ସହାୟତା ସହ ଅନ୍ୟାନ୍ୟ ଆନୁଷଙ୍ଗୀକ ବ୍ୟବସ୍ଥାକୁ ଏହି ସୁଶ୍ରୁତ ସ୍ୱାସ୍ଥ୍ୟ ସହାୟତା କେନ୍ଦ୍ର ସହାୟକ ହୋଇଛି। ଓଡ଼ିଶା ସମେତ ଭାରତବର୍ଷର ସମସ୍ତ ନାଗରିକଙ୍କ ସୁଖ ସ୍ୱାଚ୍ଛନ୍ଦ୍ୟ ତଥା ଇଜ୍ ଅଫ୍ ଲିଭିଂକୁ ଭାରତ ସରକାର ପ୍ରାଥମିକତା ଦେଉଛନ୍ତି। ବର୍ତମାନ କଟକ ଏସସିବି ମେଡିକାଲ କଲେଜ, ବ୍ରହ୍ମପୁର ଏମକେସିଜି ମେଡ଼ିକାଲ କଲେଜ, ବୁର୍ଲା ଭିଏସଏସ ମେଡ଼ିକାଲ, ଭୁବନେଶ୍ୱର ସହରରେ ଏବଂ ଓଲଟପୁର ସ୍ୱାମୀ ବିବେକାନନ୍ଦ ନାସନ୍ୟାଲ  ଇନଷ୍ଟିଚ୍ୟୁଟ୍ ଫର୍ ରିହାବିଲିଟେସନ ଟ୍ରେନିଂ ଏଣ୍ଡ୍ ରିସର୍ଚ୍ଚରେ ଉର୍ଦ୍ଧ୍ୱ ଅସହାୟଙ୍କୁ ମାଗଣାରେ ରହିବା, ମେଡ଼ିସିନ, ରକ୍ତଦାନ ତଥା ରୋଗୀଙ୍କୁ ମେଡିକାଲ ନେବାରେ ହେଉଥିବା ସମସ୍ୟାର ସମାଧାନ କରିବା ତଥା ସ୍ୱାସ୍ଥ୍ୟ ପରାମର୍ଶ ଦେବା ଦିଗରେ ୟୁବିଏସଏସ ଅଗ୍ରଣୀ ଭୂମିକା ଗ୍ରହଣ କରିଛି।

ରାଷ୍ଟ୍ରୀୟ ସ୍ୱୟଂସେବୀ ସଂଗଠନ ପକ୍ଷରୁ ଓଡ଼ିଶା ସମେତ ଦେଶରେ କଅଁଳ ଶିଶୁଙ୍କ ଶରୀରର ବିକାଶ ପାଇଁ ସୁପୋଷଣ ଅଭିଯାନ, ଶିକ୍ଷା କ୍ଷେତ୍ରରେ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଓ ଗ୍ରାମୀଣ ବିକାଶ ପାଇଁ ବିଭିନ୍ନ ଯୋଜନା କରାଯାଇଥିବା ବେଳେ ଏହି ସବୁ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରାଯାଇ ଜନଆନ୍ଦୋଳନରେ ପରିଣତ କରିବାର ଆବଶ୍ୟକତା ରହିଛି । ସେହିପରି ବର୍ତମାନ ସମୟରେ ରାଷ୍ଟ୍ରୀୟ ବିଚାରଧାରାରେ ଭାରତୀୟ ଜୀବନଶୈଳି, ଭାରତୀୟ ପରମ୍ପରା ଓ ମୂଲ୍ୟବୋଧକୁ ସମସ୍ତେ ଆପଣାଇବା ଦରକାର ବୋଲି ଶ୍ରୀ ପ୍ରଧାନ ପରାମର୍ଶ ଦେଇଛନ୍ତି।

 ଉଲ୍ଲେଖନୀୟ ଯେ ସ୍ୱାମୀ ବିବେକାନନ୍ଦଜୀଙ୍କ ପବିତ୍ର ଜନ୍ମଜୟନ୍ତୀ ଦିବସ ଉପଲକ୍ଷେ ଶ୍ରୀ ପ୍ରଧାନ ଏଠାରେ ରକ୍ତଦାନ ଶିବିର ଉଦଘାଟନ କରିବା ସହ ରାଷ୍ଟ୍ରଦ୍ୱୀପର ସ୍ୱତନ୍ତ୍ର ବିଶେଷାଙ୍କ “ସେବା” ସ୍ମରଣିକା ମଧ୍ୟ ଶ୍ରୀ  ପ୍ରଧାନ ଉନ୍ମୋଚନ କରିଥିଲେ । ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ଅଖିଳ ଭାରତୀୟ ସେବା ପ୍ରମୁଖ ଶ୍ରୀ ପରାଗ ଅଭୟଙ୍କର, ଓଏନଜିସିର ମହାନଦୀ-ବେଙ୍ଗଲ-ଆଣ୍ଡାମାନ ବେସିନର ସିଜିଏମ-ଜିଓଲୋଜି, ଉତ୍କଳ ବିପନ୍ନ ସହାୟତା ସମିତି(ୟୁବିଏସ୍‌ଏସ୍‌) ସଭାପତି ଶ୍ରୀ ଅଭୟ କୁମାର ସାମନ୍ତରାୟ, ସୁଶ୍ରୁତ ସ୍ୱାସ୍ଥ୍ୟ ସହାୟତା କେନ୍ଦ୍ରର ସଭାପତି  ଶ୍ରୀ ବିପିନ ପାଢ଼ୀ,ଉତ୍କଳ ବିପନ୍ନ ସହାୟତା ସମିତିର ସମ୍ପାଦକ ଡ଼ା. କ୍ରୀଷ୍ଣା ଗୋପାଲ, ଓଏନଜିସିର ଅଧିକାରୀ ତଥା ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ଓ ସୁଶ୍ରୁତ ସ୍ୱାସ୍ଥ୍ୟ ସହାୟତା କେନ୍ଦ୍ରର ସଦସ୍ୟମାନେ ପ୍ରମୁଖ ଉପସ୍ଥିତ ରହିଥିଲେ।

   Related Posts