ଝାରସୁଗୁଡା ବିମାନବନ୍ଦରରେ ବୀର ସୁରେନ୍ଦ୍ର ସାଏଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

Published By : Prameya-News7 Bureau | January 23, 2021 IST

ଝାରସୁଗୁଡା ୨୩।୧: ଝାରସୁଗୁଡ଼ା ବିମାନବନ୍ଦରରେ ବୀର ସୁରେନ୍ଦ୍ର ସାଏଙ୍କ ପ୍ରତିମୂର୍ତ୍ତିକୁ ଉନ୍ମୋଚନ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହି ଅବସରରେ ଉଦ୍‌ବୋଧନ ଦେଇ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଝାରସୁଗୁଡ଼ା ବିମାନବନ୍ଦର ଆଗକୁ ସଫଳତମ ବିମାନବନ୍ଦର ହେବା ସହ ଅଧିକରୁ ଅଧିକ ସ୍ଥାନକୁ ବିମାନସେବା ଉପଲବ୍ଧ ହେବ । ବୀର ମାଟି ଖିଣ୍ଡାକୁ ପର୍ଯ୍ୟଟନ କେନ୍ଦ୍ର ରୂପେ ବିକଶିତ କରାଯିବା ସହ ପଶ୍ଚିମ ଓଡ଼ିଶାରେ କୋଇଲା ଉତ୍ପାଦନ ବୃଦ୍ଧି ସାଂଗକୁ ବିଦ୍ୟୁତ, ଇସ୍ପାତ ଏବଂ ଆଲୁମିନିୟମ ଉତ୍ପାଦନ ବୃଦ୍ଧି କରାଯାଇ ଶିଳ୍ପ ବିକାଶ ତ୍ବରାନ୍ବିତ ହେବ ।

ଏହି ଅବସରରେ ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ଝାରସୁଗୁଡା ବିମାନ ବନ୍ଦରର ବିକାଶ ଲାଗି ରାଜ୍ୟ ସରକାରଙ୍କ ଦ୍ଵାରା ମାଗଣାରେ ଜମି ଯୋଗାଣ, ଫାୟାରମ୍ୟାନ ନିଯୁକ୍ତି, ଭିତ୍ତିଭୂମିର ବିକାଶ ଦିଗରେ ସହଯୋଗ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ । ସାଂସଦ ସୁରେଶ ପୂଜାରୀ, ନିତିଶ ଗଙ୍ଗଦେବ, ବିଧାୟକ କିଶୋର ମହାନ୍ତି ପ୍ରମୁଖ ଯୋଗ ଦେଇଥିଲେ । ଏମସିଏଲ ପକ୍ଷରୁ ୬୦ ଲକ୍ଷ ଟଙ୍କା ବ୍ୟୟରେ ବୀର ସୁରେନ୍ଦ୍ର ସାଏଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.