ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ୱରରେ ପହଞ୍ଚିଲା ସ୍ୱଦେଶୀ କୋଭିଡ୍‌ ଟୀକା: ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେଲେ ଧର୍ମେନ୍ଦ୍ର ପ୍ରଧାନ

Published By : Prameya-News7 Bureau | January 12, 2021 IST

ଭୁବନେଶ୍ୱର୧୨/୧: ଭୁବନେଶ୍ୱରରେ ପ୍ରଥମ ପର୍ଯ୍ୟାୟରେ ସ୍ୱଦେଶୀ ପ୍ରସ୍ତୁତ କୋଭିଡ଼୍‌ ଟୀକା ପହଁଚିଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟ୍ୱିଟ୍‌ ଜରିଆରେ ଧନ୍ୟବାଦ ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଶ୍ରୀ ପ୍ରଧାନ ଟ୍ୱିଟ୍‌ କରିଛନ୍ତି ଯେ ପ୍ରଥମ ପର୍ଯ୍ୟାୟରେ ଓଡ଼ିଶାର କୋଭିଡ୍‌ ଯୁଦ୍ଧା ତଥା ୩.୨୮ ଲକ୍ଷ ସ୍ୱାସ୍ଥ୍ୟକର୍ମୀଙ୍କୁ ଟୀକା ଦିଆଯିବ ।

ଏଥିପାଇଁ ଶ୍ରୀ ପ୍ରଧାନ ଓଡ଼ିଶାର ଭାଇ ଭଉଣୀଙ୍କୁ କୋଭିଡ୍‌-୧୯ର ନିୟମକୁ ପାଳନ କରିବା ସହ ଅପ୍ରଚାରକୁ ବିଶ୍ୱାସ ନକରିବା ପାଇଁ ଅନୁରୋଧ କରିଛନ୍ତି  । ଏହାସହ ବିଶ୍ୱର ସର୍ବବୃହତ ଟୀକାକରଣକୁ ସମର୍ଥନ ଦେବା ସହ ଏକାଠି ଆମେ ଜିତିପାରିବା ବୋଲି ସେ କହିଛନ୍ତି  ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.