Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୨୪୫୨ ଆକ୍ରାନ୍ତ, କିନ୍ତୁ ସଂକ୍ରମଣ ବୃଦ୍ଧିରେ ଲାଗୁନି ରୋକ୍‌
  • ||
  • କମ୍ବିଂ ବେଳେ ଏସ୍‌ଓଜି ଯବାନ-ମାଓବାଦୀ ମୁହାଁମୁହିଁ, ଗୁଳି ବିନିମୟରେ ମାଓବାଦୀ ମୃତ !
  • ||
  • ସାଲେପୁର : ଡାକ ଘରେ ଚାଲିଥିଲା ଭୋଜି ଭାତର ଆୟୋଜନ, ୩ ହଜାର ଟଙ୍କା ତଣ୍ଡ ଗଣିଲେ କର୍ମଚାରୀ
  • ||
  • ନୀଳଗିରି : ପୋଖରୀରେ ଗାଧୋଇବା ବେଳେ ଖସିଗଲା ଗୋଡ, ଚାଲିଗଲା ନାବାଳିକାଙ୍କ ଜୀବନ
  • ||
  • ସାନଖେମୁଣ୍ଡି : ବେଆଇନ ମଦ ବିକ୍ରିକୁ ନେଇ ଜନ ଅସନ୍ତୋଷ, ଥାନା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ
  • ||
  • କର୍ଲାମୁଣ୍ଡା : ୨ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରାପଡିଲେ ରାଜସ୍ବ ନିରୀକ୍ଷକ
  • ||
  • ଆନନ୍ଦପୁର : ଯୁକ୍ତ ୨ ପରୀକ୍ଷା ବାତିଲ ଦାବିରେ ୨ଟି ମହାବିଦ୍ୟାଳୟ ଛାତ୍ରଙ୍କ ରାସ୍ତାରୋକ
  • ||
  • ଭୁବନେଶ୍ବର : ଦୈନିକ ଲକ୍ଷେ ଟେଷ୍ଟ କରନ୍ତୁ ରାଜ୍ୟ ସରକାର – ବିଜୟ ମହାପାତ୍ର
  • ||
  • ଭୁବନେଶ୍ବର : ଓଡିଶାର ଚିହ୍ନଟ ହୋଇନି କରୋନାର ଟ୍ରିପଲ ମ୍ୟୁଣ୍ଟାଣ୍ଟ – ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ନିର୍ଦ୍ଦେଶକ
  • ||
  • ଖୋର୍ଦ୍ଧା : ଅନଲାଇନ୍‌ରେ ପରୀକ୍ଷା ଅଥବା ବାତିଲ୍ ଦାବିରେ ଯୁକ୍ତ ୨ ଛାତ୍ରଛାତ୍ରୀଙ୍କ ବିକ୍ଷୋଭ
  • ||

ଜରୁରୀକାଳୀନ ସମୟକୁ ରାହୁଲ ଗାନ୍ଧିଙ୍କ ଭୁଲ ସ୍ୱୀକାର ପ୍ରସଙ୍ଗ : କଳା ଅଧ୍ୟାୟର ସ୍ମୃତିକୁ କେବେ ଭୁଲିଯାଇ ପାରିବନାହିଁ- କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

4/03/2021 at 1:42 PM

ଭୁବନେଶ୍ୱର ୦୪।୦୩ :  ଜରୁରୀକାଳୀନ ସମୟ ଭୁଲ ଥିଲା ବୋଲି କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ଦେଶକୁ ଭ୍ରମିତ କରିବାର ଆଉ ଏକ ଚିତ୍ର । ରାହୁଲଙ୍କ ଏହି ପଶ୍ଚାତାପ ମାନବାଧିକାରକୁ କ୍ଷୁଣ୍ଣ କରୁଛି । ଗଣମାଧ୍ୟମ ଉପରେ ରୋକ ଲଗାଇବା ତଥା ଅନୁଷ୍ଠାନଗୁଡ଼ିକୁ ବନ୍ଧକ ରଖିବା ଭଳି କଳା ଅଧ୍ୟାୟର ସ୍ମୃତିକୁ କେବେ ଭୁଲିଯାଇ ପାରିବନାହିଁ ବୋଲି ଟ୍ୱିଟ୍‌ କରି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ସେ ଆହୁରୀ ମଧ୍ୟ କହିଛନ୍ତି ଯେ, ମାନ୍ୟବର ସୁପ୍ରିମକୋର୍ଟ ଆଗରେ ବଞ୍ଚିବାର ଅଧିକାରକୁ ବରଖାସ୍ତ କରିବା ଭଳି ଚରମ ପଦକ୍ଷେପକୁ ସେ ସମୟର ସରକାରର ଦୁଃସାହସକୁ ଦେଶ କେବେ ଭୁଲି ପାରିବନାହିଁ । ରାହୁଲ ଗାନ୍ଧିଙ୍କ ବୟାନରେ କୌଣସି ପ୍ରକାର ପଶ୍ଚାତାପ ଦେଖାଯାଉନାହିଁ ବରଂ ଏହା ଲୋକଙ୍କ ଦ୍ୱାରା କଂଗ୍ରେସକୁ ପ୍ରତ୍ୟାଖାନ କରିବା ପରର ଅନ୍ୟ ଏକ ନାଟକ । ଜରୁରିକାଳୀନ ପରିସ୍ଥିତି ପାଇଁ ପଶ୍ଚାତାପ କରି ଲୋକଙ୍କ ସହ ଛଳନା କରୁଛନ୍ତି ।

ସେହିପରି ଅଧ୍ୟାଦେଶକୁ ଚିରିବା ସହ ଭାରତର ପ୍ରଧାନମନ୍ତ୍ରୀକୁ କିପରି ଭାବରେ ଅପମାନ ଓ ଅସମ୍ମାନ କରିଥିବାର ସମୟକୁ କ’ଣ ରାହୁଲ ଭୁଲି ଯାଇଛନ୍ତି କି? ରାହୁଲ ନିକଟରେ ତାଙ୍କ ବିରୋଧରେ ହୋଇଥିବା ବିଶେଷ ଅଧିକାର ଉଲ୍ଲଂଘନ କରିଥିବାର ଅଭିଯୋଗକୁ ଭୁଲିଯାଇଛନ୍ତି କି? ଜରୁରିକାଳୀନ ସ୍ଥିତିକୁ ସ୍ୱର୍ଗତ ରାଜୀବ ଗାନ୍ଧି ଭୁଲ ବୋଲି ସ୍ୱୀକାର କରିଥିଲେ । କିନ୍ତୁ ପରବର୍ତ୍ତୀ ପର୍ଯ୍ୟାୟରେ ଡିଫମେସନ ବିଲ୍‌ ଆଣି ଗଣମାଧ୍ୟମର କଣ୍ଠରୋଧ କରିବାର ପ୍ରୟାସ କରିଥିଲେ ଏବଂ ଜରୁରୀକାଳିନ ପରିସ୍ଥିତିକୁ ଉଚିତ୍‌ ବୋଲି କହିଥିଲେ । ଏହାସହ ପୋଷ୍ଟ ଅଫିସ ସଂଶୋଧିତ ଅଧିନିୟମ ୧୯୮୬ ମାଧ୍ୟମରେ ନାଗରିକଙ୍କୁ ସୁବିଧା ଉପରେ ଅଙ୍କୁଶ ଏବଂ ନାଗରିକଙ୍କ ଉପରେ ଗୁଇନ୍ଦା କରିବା ଭଳି ପଦକ୍ଷେପ ନେଇଥିଲେ ।

ମୋଦି ସରକାର ବିରୋଧରେ ଅପପ୍ରଚାର କଲେ ମଧ୍ୟ କଂଗ୍ରେସର ପାପ ଲୋକଙ୍କ ଧ୍ୟାନରୁ ଦୂରେଇ ଯିବ ନାହିଁ । ଭାରତର ଜନସାଧାରଣ ସତର୍କ  ଏବଂ ରାହୁଲ ଗାନ୍ଧିଙ୍କ ଏହି ନୂଆ ନାଟକକୁ କେବେ ବି ଗ୍ରହଣ କରିପାରିବେ ନାହିଁ ବୋଲି ଶ୍ରୀ ପ୍ରଧାନ ଟ୍ୱିଟ୍‌ କରିଛନ୍ତି ।

   Related Posts