Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଅକ୍ଟୋବର-ନଭେମ୍ବର ମାସର ପାର୍ବଣ ଗାଇଡ୍‌ଲାଇନ୍‌, ମୂର୍ତ୍ତି ବିସର୍ଜନରେ ରହିବେ ଏତିକି ଲୋକ, ହବିଷ୍ୟାଳୀଙ୍କୁ ମନ୍ଦିର ମନା
  • ||
  • ଘଟଗାଁରେ ହାତୀ ଆତଙ୍କ, ଘଉଡାଇବାକୁ ବନ ବିଭାଗର କସରତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୬ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୩ ହଜାରରୁ ଅଧିକ କରୋନା ପଜିଟିଭ୍, ୧୬୪ ମୃତ
  • ||
  • ରାସ୍ତା ଅତିକ୍ରମ ବେଳେ ଧକ୍କା ଦେଲା ଟ୍ରକ, ଚାଲିଗଲା ଜୀବନ
  • ||
  • ଲଘୁଚାପ ପ୍ରଭାବ : ମଙ୍ଗଳବାର ଯାଏଁ ପ୍ରବଳ ବର୍ଷା, ୫୦ କିମି ବେଗରେ ବହିବ ପବନ
  • ||
  • ନୀଳଗିରିରେ ଭାଲୁ ଆତଙ୍କ, ସାଇକେଲରୁ ଟାଣିନେଇ ଯୁବକଙ୍କୁ ଘାଇଲା କଲେ
  • ||
  • ଅଢେଇ କୋଟି ଟଙ୍କାର ବ୍ରାଉନସୁଗାର ଜବତ, ଡାଇମଣ୍ଡ ହୋଟେଲ ମାଲିକ ଅଟକ
  • ||

ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ, ଓଡିଶାରେ ପିଏମ୍‌ ସ୍ଵାମୀତ୍ବ ଯୋଜନା କାର୍ଯ୍ୟ ତ୍ବରାନ୍ବିତ ପାଇଁ ଅନୁରୋଧ

9/10/2021 at 12:22 PM

ଭୁବନେଶ୍ବର ୯।୧୦: ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଓଡ଼ିଶାରେ ପିଏମ୍‌ ସ୍ଵାମୀତ୍ବ ଯୋଜନାର କାର୍ଯ୍ୟକୁ ତ୍ବରାନ୍ବିତ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ପିଏମ୍‌ ସ୍ଵାମୀତ୍ବ ଯୋଜନାକୁ ଓଡ଼ିଶାରେ ତ୍ବରାନ୍ବିତ କରିବା ପାଇଁ ଥିବା ଅନୁମତି ଗୁଡ଼ିକୁ ଶୀଘ୍ର ପ୍ରଦାନ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ହସ୍ତକ୍ଷେପ ଲୋଡିଛନ୍ତି କେନ୍ଦ୍ରମନ୍ତ୍ରୀ । ଡ୍ରୋନ୍‌ ମାଧ୍ୟମରେ ଗାଁର ସବୁ ଲୋକଙ୍କ ଭୂସମ୍ପତ୍ତିର ମ୍ୟାପିଂ କରିବ ପିଏମ୍ ସ୍ଵାମୀତ୍ବ ଯୋଜନା । ଯୋଜନାରୁ ମିଳୁଥିବା ବିଭିନ୍ନ ଲାଭ ସମ୍ପର୍କରେ ୫ଟି ତଥ୍ୟ ରଖିଛନ୍ତି କେନ୍ଦ୍ରମନ୍ତ୍ରୀ ।

ଏହି ଯୋଜନା କାର୍ଯ୍ୟକାରୀ ହେଲେ ଗାଁ ଲୋକମାନେ ନିଜ ସମ୍ପତ୍ତିକୁ ବ୍ୟବହାର କରି ଋଣ ଓ ଅନ୍ୟାନ୍ୟ ସୁବିଧା ନେଇପାରିବେ । ସଠିକ୍‌ ସମ୍ପତ୍ତି ଟିକସ ନିର୍ଦ୍ଧ।ରଣ ଦ୍ବାରା ରାଜ୍ୟକୋଷକୁ ଲାଭ ହେବ । ଗ୍ରାମାଞ୍ଚଳର ବିକାଶ ପାଇଁ ଜମିର ସଠିକ୍‌ ତଥ୍ୟ ରହିବ । ସମ୍ପତ୍ତି ଜନିତ ବିବାଦ ହ୍ରାସ ହେବ । ଜିଆଇଏସ ମ୍ୟାପ୍‌ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନାରେ ସାହାଯ୍ୟ କରିବ । ଯୋଜନାର ଲାଭକୁ ଦୃଷ୍ଟିରେ ରଖି ଲୋକଙ୍କ ସ୍ବାର୍ଥ ଏବଂ ଦାରିଦ୍ର୍ୟ ମୁକାବିଲା, ଆତ୍ମନିର୍ଭର ଭାରତ ଓ ଗ୍ରାମ୍ୟ ସ୍ବରାଜକୁ ସାକାର କରିବା ପାଇଁ ପିଏମ୍ ସ୍ଵାମୀତ୍ବ କାର୍ଯ୍ୟକୁ ଓଡିଶାରେ ତ୍ବରାନ୍ବିତ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଚିଠିରେ ଅନୁରୋଧ କରିଛନ୍ତି ।

   Related Posts