ଶ୍ରୀଜଗନ୍ନାଥଙ୍କ ନୀତିକାନ୍ତି ନେଇ ଶଙ୍କରାଚାର୍ଯ୍ୟଙ୍କ ପରାମର୍ଶକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସ୍ୱାଗତ

Published By : Prameya-News7 Bureau | April 25, 2020 IST

ଭୁବନେଶ୍ୱର୨୫/୪: ଲକ୍ଡ଼ାଉନରେ ଶ୍ରୀଜଗନ୍ନାଥଙ୍କ ନୀତିକାନ୍ତି ନେଇ ଜଗତଗୁରୁ ଶଙ୍କରାଚାର୍ଯ୍ୟଙ୍କ ପରାମର୍ଶକୁ ସ୍ୱାଗତ କରିବା ସହ ତାଙ୍କର ପରାମର୍ଶ ସମଗ୍ର ହିନ୍ଦୁ ସମାଜ ଏବଂ ସାଢେ ୪ କୋଟି ଓଡ଼ିଶାବାସୀଙ୍କୁ ଆଶ୍ୱସ୍ତ କରିବ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ଶ୍ରୀ ପ୍ରଧାନ ଟ୍ୱିଟ୍ କରି କହିଛନ୍ତି ଯେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନୀତିକାନ୍ତି ଓ ମହାନ ପରମ୍ପରାକୁ ରକ୍ଷା କରିବା ସହ କରୋନା ମହାମାରୀର ସଠିକ୍ ମୁକାବିଲା କରିବା ପାଇଁ ଜଗତଗୁରୁ ପରମପୂଜ୍ୟ ଶଙ୍କରାଚାର୍ଯ୍ୟ ମହାରାଜ ଯେଉଁ ପରାମର୍ଶ ଦେଇଛନ୍ତି ତାହା ସମଗ୍ର ହିନ୍ଦୁ ସମାଜ ଏବଂ ସାଢେ ୪ କୋଟି ଓଡ଼ିଶାବାସୀଙ୍କୁ ଆଶ୍ୱସ୍ତ କରିବ ବୋଲି ମୋର ଦୃଢ଼ ବିଶ୍ୱାସ।
ଗଜପତି ମହାରାଜ ବିସ୍ତୃତ ଭାବରେ କରୋନା ମହାମାରୀର ମୁକାବିଲା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କର ନୀତି ନିୟମ ମାନିବା ଉପରେ ଗୁରୁତ୍ୱ ଆରୋପ କରିବା ଏକ ସମୟୋପଯୋଗୀ ପଦକ୍ଷେପ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

ସେହିପରି ଶ୍ରୀମନ୍ଦିର ପରିଚାଳନା କମିଟି, ମନ୍ଦିର ପ୍ରଶାସନ ଓ ରାଜ୍ୟ ସରକାର ଜଗତଗୁରୁ ପରମପୂଜ୍ୟ ଶଙ୍କରାଚାର୍ଯ୍ୟ ମହାରାଜ ଓ ଗଜପତି ମହାରାଜାଙ୍କ ପରାମର୍ଶ ଆଧାରରେ ମହାପ୍ରଭୁଙ୍କ ନୀତିକାନ୍ତି ପରମ୍ପରା ରକ୍ଷା ହୋଇପାରିବ । ମହାପ୍ରଭୁଙ୍କ ଆଶୀର୍ବାଦରେ ମାନବଜାତି କରୋନା ଯୁଦ୍ଧରେ ନିର୍ଣ୍ଣାୟକ ବିଜୟ ପ୍ରାପ୍ତ କରିବ ବୋଲି ଶ୍ରୀ ପ୍ରଧାନ ଟ୍ୱିଟ୍ କରି କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.