Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମୁଜିବ ଓ ରଶିଦଙ୍କ ଘାତକ ବୋଲିଂ, ସ୍କଟଲାଣ୍ଡକୁ ୧୩୦ ରନରେ ହରାଇଲା ଆଫଗାନିସ୍ତାନ
  • ||
  • ଇଣ୍ଡିଆନ ପ୍ରିମିୟର ଲିଗ୍ (IPL)ରେ ସାମିଲ ହେଲେ ଆଉ ୨ଟି ନୂଆ ଟିମ । ୨ ଟିମ ଅହମ୍ମଦାବାଦ ଏବଂ ଲକ୍ଷ୍ନୌ ଆସନ୍ତାବର୍ଷ ହେବାକୁ ଥିବା ଆଇପିଏଲରେ ଅଂଶଗ୍ରହଣ କରିବେ ।
  • ||
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୩୬୦ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୧୮୦ ଡିସଚାର୍ଜ
  • ||
  • ସତ ହେଲା ଧୋନୀଙ୍କ ଭବିଷ୍ୟବାଣୀ, ୫ ବର୍ଷ ତଳେ କହିଥିଲେ- ଦିନେ ଏମିତି ହେବ…
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୨୫ କୋଭିଡ୍ ପଜିଟିଭ୍
  • ||
  • ପଡୋଶୀ ଘରୁ ମିଳିଲା ଯୁବକଙ୍କ ଝୁଲନ୍ତା ମୃତଦେହ, ହତ୍ୟା ନା ଆତ୍ମହତ୍ୟା ?
  • ||
  • ୨ ପରିବାର ମଧ୍ୟରେ ରକ୍ତାକ୍ତ ସଙ୍ଘର୍ଷ : ୮ ଗୁରୁତର, ବୁଲିଲା ଟାଙ୍ଗିଆ ଓ କଟୁରୀ
  • ||
  • କାର୍ତ୍ତିକ ମାସର ପ୍ରଥମ ସୋମବାର : ଧବଳେଶ୍ୱର ପୀଠରେ ୧୪୪ ଧାରା, ମନ୍ଦିର ଖାଁ ଖାଁ
  • ||
  • ୫ ଦିନ ଯାଏଁ ଖସିବନି ପାରଦ, ୨୮ରୁ କାଁ ଭାଁ ବର୍ଷା
  • ||

ଭଦ୍ରକରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବାତ୍ୟା କ୍ଷୟକ୍ଷତି ସମୀକ୍ଷା, ପାଣିରେ ପଶି ସମସ୍ୟା ଜଣାଇଲେ ଲୋକେ

30/05/2021 at 3:50 PM

ଭଦ୍ରକ ୩୦।୫: ଭଦ୍ରକ ଜିଲ୍ଲାରେ ବାତ୍ୟା କ୍ଷୟକ୍ଷତିର ସମୀକ୍ଷା ପାଇଁ ଭଦ୍ରକ ଜିଲ୍ଲାର ବିଭିନ୍ନ ଅଞ୍ଚଳ ବୁଲି ଦେଖିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ହେଲିକାପ୍ଟରରେ ଆକାଶ ମାର୍ଗରୁ ଭଦ୍ରକ ଜିଲ୍ଲାର ବାସୁଦେବପୁର, ଧାମରା ଓ ଚାନ୍ଦବାଲିର ବିଭିନ୍ନ ଅଞ୍ଚଳ ବୁଲି ଦେଖିଛନ୍ତି । ପରେ ଧାମରା ହେଲିପ୍ୟାଡ଼ ରୁ ଓହ୍ଲାଇ ପ୍ରଥମେ ଦୋସିଙ୍ଗା ପଞ୍ଚାୟତର ଓରାମାଳ, ପରେ ଜାଗୁଳା ପଞ୍ଚାୟତ ଜଳୀପାଇକସାହି ଓ ପରେ ଧାମରା ପଞ୍ଚାୟତ ଝାରକାଟି ଓ ବଳଭଦ୍ରପ୍ରସାଦ ବୁଲି ଦେଖିଥିଲେ । ସ୍ଥାନୀୟ ବାସିନ୍ଦା ବକ ସାହା ସହ ବାତ୍ୟା କ୍ଷୟକ୍ଷତି ବିଷୟରେ ଆଲୋଚନା କରିଥିଲେ । ପ୍ରକୃତ ସ୍ଥିତି ଜାଣିବା ପାଇଁ କେନ୍ଦ୍ରମନ୍ତ୍ରୀ ଚାଲି ଚାଲି ଗାଁ ଭିତରକୁ ଯାଇ ବାତ୍ୟାରେ କ୍ଷତିଗ୍ରସ୍ତ ଘରକୁ ଦେଖିଥିଲେ । ସମସ୍ତ ସ୍ଥାନରେ ଲୋକପ୍ରତିନିଧିମାନେ ସମସ୍ୟାକୁ ମଧ୍ୟ ବୁଝାଇଥିଲେ ।

ଏହି ଅବସରରେ କେନ୍ଦ୍ରମନ୍ତ୍ରୀଙ୍କ ସହ ବିରୋଧୀଦଳ ଉପନେତା ବିଷ୍ଣୁ ସେଠୀ, ପୂର୍ବତନ ମନ୍ତ୍ରୀ ମନମୋହନ ସାମଲ ମଧ୍ୟ ଉପସ୍ଥିତ ରହି ସମସ୍ୟା ବିଷୟରେ ଅବଗତ କରାଇଛନ୍ତି । ତେବେ ଗାଁରେ ଜଳବନ୍ଦୀ ଥିବା ପରିବାରର ମହିଳାମାନେ ପାଣି ଭିତରେ ପଶି ଆସି କେନ୍ଦ୍ରମନ୍ତ୍ରୀଙ୍କୁ ନିଜ ଦୁଃଖ ଜଣାଇଥିଲେ । କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ମୁଁ ନିଜେ ଆଜି ସୁଖ ଓ ଦୁଃଖରେ ସାମିଲ ହେଲି, ଅନୁଭବ ମଧ୍ୟ କଲି । ଅନ୍ୟପଟେ ଏହିସବୁ ଅଞ୍ଚଳର ବାସିନ୍ଦା ସ୍ଥାୟୀ ପ୍ରତିକାର ପାଇଁ ଆଡିବନ୍ଧର ସୁଦୃଢ଼ୀକରଣ ସହ ଅଧିକ କଲଭର୍ଟ ନିର୍ମାଣ ପାଇଁ ଅନୁରୋଧ କରିଛନ୍ତି । ତେବେ ଏହିସବୁ ଅଞ୍ଚଳରେ ଉନ୍ନତ ମାନର ଓ ବଡ଼ ଆକାରର ସେଲଟର ସେଣ୍ଟରର ଆବଶ୍ୟକତା ଥିବାରୁ ସେ ନେଇ କେନ୍ଦ୍ରମନ୍ତ୍ରୀ ଚେଷ୍ଟା କରିବେ । ପୀଡିତ ଅଞ୍ଚଳରେ ଭାରତ ସରକାର ଓ ଓଡିଶା ସରକାର ତ୍ବରିତ ଭାବେ ପଲିଥିନ, ଶୁଖିଲା ଖାଦ୍ୟ ଓ ରନ୍ଧା ଖାଦ୍ୟ ଯୋଗାଇ ଦିଆଯିବା ଉପରେ ଗୁରୁତ୍ବ ଦେଉଛନ୍ତି  ବୋଲି କହିଛନ୍ତି । ଦୀର୍ଘସ୍ଥାୟୀ ଯୋଜନା ପାଇଁ ସ୍ଥାନୀୟ ବାସିନ୍ଦାଙ୍କ ଦାବି ବିଷୟରେ ପ୍ରଚେଷ୍ଟା କରିବେ ବୋଲି କହିଛନ୍ତି ।

   Related Posts