ଦୁଇ ଦିନିଆ ଜାମ୍ମୁ ଓ କାଶ୍ମୀର ଗସ୍ତରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

Published By : Prameya-News7 Bureau | October 23, 2021 IST

ଭୁବନେଶ୍ବର ୨୩।୧୦: ଦୁଇ ଦିନିଆ ଜାମ୍ମୁ ଓ କାଶ୍ମୀର ଗସ୍ତରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦୁଇ ଦିନିଆ ଜାମ୍ମୁ ଓ କାଶ୍ମୀର ଗସ୍ତରେ ଅଛନ୍ତି ।  ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟ ଦାୟିତ୍ବ ପାଇବା ପରେ କେନ୍ଦ୍ରମନ୍ତ୍ରୀଙ୍କ ଏହା ପ୍ରଥମ ଜାମ୍ମୁ-କାଶ୍ମୀର ଗସ୍ତ ।  

ଏହି ଦୁଇ ଦିନିଆ ଗସ୍ତ ସମୟରେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ସାଥୀରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର  ପ୍ରଧାନ ଆଇଆଇଟି ଜାମ୍ମୁ କ୍ୟାମ୍ପସର ନୂତନ ଗୃହ ଓ ଅତ୍ୟାଧୁନିକ ସୁବିଧାର ଲୋକାର୍ପଣ ଓ ଶିଳାନ୍ୟାସ ସହ ଅନ୍ୟାନ୍ୟ କାର୍ଯ୍ୟକ୍ରମରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । କେନ୍ଦ୍ରମନ୍ତ୍ରୀ ଶନିବାର ଅପରାହ୍ନରେ ଜାମ୍ମୁରେ ପହଞ୍ଚିବା ପରେ ମାଆ ବୈଷ୍ଣୋଦେବୀ ମନ୍ଦିର ଯାଇ ଦର୍ଶନ କରିବେ ।  ଏହାସହିତ ଶିକ୍ଷା ବିଭାଗ ସହ ଜଡ଼ିତ ବିଭିନ୍ନ ବିଷୟରେ ଶିକ୍ଷାନୁଷ୍ଠାନର ଉଚ୍ଚ ପଦସ୍ଥ ଅଧିକାରୀଙ୍କ ସହ ଆଲୋଚନା କରିବେ ।

ସେହିପରି ରବିବାର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ସହ ଆଇଆଇଟି ଜାମ୍ମୁର ନୂତନ ଗୃହ ଓ ଅତ୍ୟାଧୁନିକ ସୁବିଧାର ଲୋକାର୍ପଣ ଓ ଶିଳାନ୍ୟାସ କାର୍ଯ୍ୟକ୍ରମରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।  ଏହି ପରେ ଅନ୍ୟ ଏକ ଇ-ଉଦଘାଟନୀ କାର୍ଯ୍ୟରେ ସାମିଲ ହେବେ ।  ଜାମ୍ମୁ କାଶ୍ମୀରର ଉପ ରାଜ୍ୟପାଳ ମନୋଜ ସିହ୍ନାଙ୍କୁ ରାଜଭବନ ଠାରେ ସାକ୍ଷାତ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.