Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସାଧାରଣ ଜନତାଙ୍କ ପାଇଁ ବଢ଼ିଲା ଚିନ୍ତା : ପିଆଜ କିଲୋ ୧୦୦ ଟଙ୍କା !
  • ||
  • ରାସ୍ତା ଝାଡୁମାରି ପ୍ରଶଂସା ସାଉଁଟିଥିବା ଟ୍ରାଫିକ୍ କନେଷ୍ଟବଳ ଲଳିତ ମୋହନ ରାଉତ ସମ୍ମାନୀତ
  • ||
  • ଲେମ୍ବୁ ପାଣିରେ ସନ୍ଧବ ଲୁଣ ମିଶାଇ ସେବନ କଲେ ନିୟନ୍ତ୍ରଣ ହୋଇଥାଏ ଓଜନ
  • ||
  • ଆକର୍ଷଣୀୟ ଚାକିରୀ: ବିସ୍କୁଟ୍ ଚାଖିବାକୁ ମିଳିବ ୪୦ ଲକ୍ଷ ଟଙ୍କା ଦରମା
  • ||
  • ଭକ୍ତଙ୍କ ପାଇଁ ଖୁସି ଖବର, ପୁରୀ ଶ୍ରୀମନ୍ଦିରରେ ମିଳିବ ମହାପ୍ରସାଦ ମିଳିବ
  • ||
  • ପୂଜା ପାଇଁ କଟକ ସହରରେ ମୁତୟନ ହେବେ ୩୦ପ୍ଲାଟୁନ ପୋଲିସ ଫୋର୍ସ
  • ||
  • ସମ୍ବଲପୁର ପଡିଆବାହଲରେ ଟ୍ରକ୍ ଚାପାରେ ମା’ ଓ ଶିଶୁପୁତ୍ରର ମୃତ୍ୟୁ
  • ||
  • ଅପରାହ୍ନ ୪ଟାରେ ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ
  • ||
  • ସଞ୍ଜୁ ବାବାଙ୍କ ସ୍ୱାସ୍ଥ୍ୟକୁ ନେଇ ସାମ୍ନାକୁ ଆସିଲା ବଡ ଖବର
  • ||
  • ବ୍ରହ୍ମୋସ୍ ମିସାଇଲ୍ ପରୀକ୍ଷଣରେ ଭିଡିଓ ଜାରି କଲା ଭାରତୀୟ ନୌସେନା
  • ||

୨ଦିନିଆ କୁଏତ ଗସ୍ତରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

12/10/2020 at 9:51 AM

ନୂଆଦିଲ୍ଲୀ ୧୨।୧୦: ୨ଦିନିଆ କୁଏତ ଗସ୍ତରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କୁଏତର ସମ୍ରାଟ ସେକ୍‌ ସବାହ୍‌ ଅଲ୍‌ ଅହମ୍ମଦ ଅଲ୍‌-ଜାବେର୍‌ ଅଲ୍‌-ସବାହ୍‌ଙ୍କ ବିୟୋଗରେ ଭାରତର ଶୋକ ସନ୍ଦେଶ ଦେବା ପାଇଁ ଦୁଇଦିନିଆ କୁଏତ ଗସ୍ତରେ ଯାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଭାରତର ମହାମହିମ ରାଷ୍ଟ୍ରପତି ଓ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଶୋକ ସନ୍ଦେଶପତ୍ରକୁ କୁଏତର ନୂଆ ସମ୍ରାଟ ସେକ୍‌ ନୱାଫ୍‌ ଅଲ୍‌-ଅହମ୍ମଦ ଅଲ୍‌-ଜାବେର୍‌ ଅଲ୍‌-ସବାହ୍‌ଙ୍କୁ ପ୍ରଦାନ କରିବେ ଶ୍ରୀ ପ୍ରଧାନ ।

ଶ୍ରୀ ପ୍ରଧାନ କୁଏତରେ ପହଞ୍ଚିବା ପରେ ବିମାନବନ୍ଦରରେ କୁଏତର ତୈଳମନ୍ତ୍ରୀ ଡ. ଖାଲିଦ ଅଲି ମହମ୍ମଦ ଅଲ୍‌-ଫାଦେଲ ତାଙ୍କୁ ସ୍ୱାଗତ କରିଥିଲେ । ଗସ୍ତ ଅବସରରେ କୁଏତରେ ଥିବା ଭାରତୀୟ ସମ୍ପ୍ରଦାୟ ତଥା ଓଡ଼ିଆ ଉଦ୍ୟୋଗପତିଙ୍କ ସହ ଶ୍ରୀ ପ୍ରଧାନ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି । କୁଏତର ନୂଆ ସମ୍ରାଟ ଓ କୁଏତର ତୈଳମନ୍ତ୍ରୀଙ୍କ ସହ ମଧ୍ୟ ଏକ ବୈଠକରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।

   Related Posts