ବୌଦ୍ଧ ୨୪|୨: ବୌଦ୍ଧ ଜିଲ୍ଲା କଣ୍ଟାମାଳ ନିର୍ବାଚନ ମଣ୍ଡଳୀର ପଲସାଗୋରା ଗସ୍ତରେ କେନ୍ଦ୍ର ପେଟ୍ରୋଲିୟମ ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କିଷାନ ସମ୍ମାନ ନିଧି ଯୋଜନାର ଉନ୍ମୋଚନ କରିବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମନ୍ କି ବାତ୍ କାର୍ଯ୍ୟକ୍ରମ ନେଇ ଜଣସାଧାରଣଙ୍କୁ ଉଦବୋଧନ ଦେଇଛନ୍ତି ଧର୍ମେନ୍ଦ୍ର ।
{"id":88220}ଭୂମିହୀନ ମାନଙ୍କୁ ପ୍ରତିଶୃତି ପତ୍ର ଦେଇ ଆଗାମୀ ଦିନରେ ବିଜେପି ସରକାର ଗଠନ ହେଲେ ଭୂମିହୀନଙ୍କୁ ଜମି ଯୋଗାଇ ଦିଆଯିବ ବୋଲି ସେ କହିଛନ୍ତି । କାଳିଆ ଛାତ୍ରବୃତ୍ତି ନେଇ ରାଜ୍ୟ ସରକାରଙ୍କ ଟାର୍ଗେଟ୍ କରିଛନ୍ତି କେନ୍ଦ୍ରମନ୍ତ୍ରୀ । ସେ କହିଛନ୍ତି ରାଜ୍ୟବାସୀଙ୍କୁ ଲଣ୍ଠନ ଦେଖାଇଛନ୍ତି ରାଜ୍ୟ ସରକାର । ଏହା କେବଳ ନିର୍ବାଚନୀ ଧୂଆଁବାଣ । ଶିକ୍ଷା ଓ ଚାକିରିରେ ଓବିସିଙ୍କ ପାଇଁ ସ୍ଥାନ ସଂରକ୍ଷଣ ବ୍ୟବସ୍ଥା ସାରା ଦେଶରେ ଲାଗୁଥିବାବେଳେ ଓଡ଼ିଶାରେ ଲାଗୁ ହୋଇନାହିଁ କାହିଁକି ବୋଲି ପ୍ରଶ୍ନ କରିଛନ୍ତି ଧର୍ମେନ୍ଦ୍ର । ଓବିସି ସଂରକ୍ଷଣ ବ୍ୟବସ୍ଥା ଲାଗୁ ହେଲେ ଓଡ଼ିଶାର ଚାଷୀ ପରିବାର ପିଲାମାନେ ସାମ୍ବିଧାନିକ ଅଧିକାର ପାଇପାରିବେ । ସାମ୍ବିଧାନିକ ବ୍ୟବସ୍ଥାର ଅଧିକାରକୁ ଛଡ଼ାଇ ନେଇ କାଳିଆ ଛାତ୍ର ବୃତ୍ତି ନାମରେ ବିନା ବଜେଟ୍ରେ ବିନା ବ୍ୟବସ୍ଥାଗତ ଓ ପରିଚାଳନା ଗତ ଶୃଙ୍ଖଳାରେ ଘୋଷିତ ଏହି ଯୋଜନା ଆମର ଚାଷୀ ଘରର ପିଲାଙ୍କ ପାଇଁ ମରୀଚିକା ସଦୃଶ ।