Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦିଲ୍ଲୀ: କରୋନା ଟିକା ନେବା ପରେ ୫୧ ଜଣଙ୍କ ଠାରେ ଦେଖାଗଲା ପାର୍ଶ୍ବ ପ୍ରତିକ୍ରିୟା
  • ||
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୮୯୯ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଆରମ୍ଭ ହେଲା କୋଭିଡ୍ ଟିକାକରଣ, ୧୬୧ କେନ୍ଦ୍ରରେ ଚାଲିଛି ଟିକାଦାନ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୭୮ କୋଭିଡ୍ ସଂକ୍ରମିତ, ୩୩୩୧୨୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଦେଶରେ ଖସୁଛି କରୋନା ଗ୍ରାଫ୍, ଗତ ୨୪ଘଣ୍ଟାରେ ୧୫୧୫୮ କୋଭିଡ଼ ସଂକ୍ରମିତ ଚିହ୍ନଟ
  • ||
  • ଘାଟିରେ ଦୁର୍ଘଟଣା : ଟ୍ରକକୁ ସାମ୍ନା ପଟୁ ପିଟିଲା ବାଇକ୍‌, ଚାଲିଗଲା ଶଳା-ଭିଣୋଇଙ୍କ ଜୀବନ
  • ||
  • ବୈଠକ ପରେ ବୈଠକ କିନ୍ତୁ ଫଳ ଶୂନ ! ୧୯’ରେ ପୁଣି ଚାଷୀ-ସରକାର ଆଲୋଚନା
  • ||
  • ବରଗଡ଼: ବ୍ୟବସାୟୀଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନା-ଗହଣା ଲୁଟ, ୩ ଲୁଟେରା ଗିରଫ
  • ||

ଅମିତାଭ ବଚ୍ଚନଙ୍କୁ ଧନ୍ୟବାଦ ଦେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

16/04/2020 at 10:49 PM

ନୁଆଦିଲ୍ଲୀ ୧୬/୪: ବଲିଉଡର ସୁପରଷ୍ଟାର ଅମିତାଭ ବଚ୍ଚନ ତଥା ବିଗ୍ ବିଙ୍କୁ ଧନ୍ୟବାଦ ଜଣାଇଛନ୍ତି କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ବିଗ୍ ବି ଅମିତାଭ୍ ବଚ୍ଚନ ଟ୍ୱିଟ୍ କରି ପେଟ୍ରୋଲିୟମ ବିଭାଗକୁ ପ୍ରଶଂସା କରିଥିଲେ । ସେ କହିଥିଲେ କି କରୋନା ଯୁଦ୍ଧରେ ପେଟ୍ରୋଲିୟମ ବିଭାଗ, ତୈଳ କମ୍ପାନୀର କାର୍ଯ୍ୟ ପ୍ରଶଂସନୀୟ । ଏହା ପରେ ଅମିତାଭଙ୍କ ଅଭିନନ୍ଦନକୁ ଗ୍ରହଣ କରିବା ସହ ଏହା ବିଭାଗର ମନୋବଳ ବଢାଇବ ବୋଲି ଟ୍ୱିଟ୍ କରି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଅମିତାଭ ବଚ୍ଚନ ଟ୍ୱିଟ୍ କରି ବିଭାଗକୁ ପ୍ରଶଂସା କରିଥିଲେ । ବଚ୍ଚନ କହିଥିଲେ କରୋନା ଯୁଦ୍ଧରେ ପେଟ୍ରୋଲିୟମ ବିଭାଗ, ତେଲ କମ୍ପାନୀ ମହାନ୍ କାମ କରୁଛି । ଇଣ୍ଡିଆନ୍ ଅଏଲ୍ ପୁରା ଜୋଶରେ ଶକ୍ତି ଉତ୍ପାଦନର ଉପଲବ୍ଧତା ସୁନିଶ୍ଚିତ କରୁଛି । ଏହି ନିରନ୍ତର ଶକ୍ତି ପ୍ରଦାନ, ସଫଳ ସଞ୍ଚାଳନରେ ସାମିଲ ତଥା ବିଶେଷ କରି ଗ୍ୟାସ୍ ଓ ପେଟ୍ରୋଲ ପମ୍ପ ଡେଲିଭରୀ କର୍ମୀଙ୍କୁ ଧନ୍ୟବାଦ ଜଣାଇଥିଲେ ଅମିତାଭ ବଚ୍ଚନ ।

ଅମିତାଭ ବଚ୍ଚନଙ୍କ ଟ୍ୱିଟ୍‌କୁ ରିଟ୍ୱିଟ୍ କରି ଶ୍ରୀ ପ୍ରଧାନ କହିଛନ୍ତି ଯେ ଅମିତାଭ ବଚ୍ଚନଙ୍କ ଶବ୍ଦ ଆମ କରୋନା ଯୋଦ୍ଧାଙ୍କୁ ଅଧିକ ଉତ୍ସାହ ପ୍ରଦାନ କରିବ । କରୋନା ବିରୋଧୀ ଲଢେଇରେ ଆମର ସମସ୍ତ କର୍ମଚାରୀ ପୂରା ଉତ୍ସାହ ସହିତ ଦେଶ ସହ ଠିଆ ହୋଇଛନ୍ତି । ଦେଶବାସୀଙ୍କ ସହଯୋଗ ଏବଂ ସମସ୍ତଙ୍କ ଉତ୍ସାହ ବଳରେ ଭାରତ ଏହି ଅଦୃଶ୍ୟ ଶତ୍ରୁ ଉପରେ ନିଶ୍ଚୟ ବିଜୟ ଲାଭ କରିବ ବୋଲି ଧର୍ମେନ୍ଦ୍ର କହିଛନ୍ତି । କହିରଖୁଛୁ ପେଟ୍ରୋଲିୟମ୍ ବିଭାଗ ତରଫରୁ ୧୦୩୧.୨୯ କୋଟି ଏବଂ ବିଭାଗର କର୍ମଚାରୀଙ୍କ ଦରମାରୁ  ଅତିରିକ୍ତ ୬୧ କୋଟି ଟଙ୍କା ପିଏମ୍ କେୟାର୍ସ ଫଣ୍ଡକୁ ପ୍ରଦାନ କରାଯାଇଥିଲା ।

   Related Posts