କାଳିଆ ଛାତ୍ରବୃତ୍ତି : ଧର୍ମେନ୍ଦ୍ର କହିଲେ ରାଜ୍ୟବାସୀଙ୍କୁ ଲଣ୍ଠନ ଦେଖାଉଛନ୍ତି ରାଜ୍ୟ ସରକାର

Published By : Prameya-News7 Bureau | February 24, 2019 IST

ବୌଦ୍ଧ ୨୪|୨: ବୌଦ୍ଧ ଜ଼ିଲ୍ଲା କଣ୍ଟାମାଳ ନିର୍ବାଚନ ମଣ୍ଡଳୀର ପଲସାଗୋରା ଗସ୍ତରେ କେନ୍ଦ୍ର ସରକାରଙ୍କ ପେଟ୍ରୋଲିୟମ ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କିଷାନ ସମ୍ମାନ ନିଧି ଯୋଜନାର ଉନ୍ମୋଚନ କରିବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କ ମନ୍‌ କି ବାତ୍‌ କାର୍ଯ୍ୟକ୍ରମ ନେଇ ଜଣସାଧାରଣଙ୍କୁ ଉଦବୋଧନ ଦେଇଛନ୍ତି ଧର୍ମେନ୍ଦ୍ର ।

{"id":88220}

ଭୂମିହୀନ ମାନଙ୍କୁ ପ୍ରତିଶୃତି ପତ୍ର ଦେଇ ଆଗାମୀ ଦିନରେ ବିଜେପି ସରକାର ଗଠନ ହେଲେ ଭୂମି ହୀନଙ୍କୁ ଜମି ଯୋଗାଇ ଦିଆଯିବ ବୋଲି ସେ କହିଛନ୍ତି । କାଳିଆ ଛାତ୍ରବୃତ୍ତି ନେଇ ରାଜ୍ୟ ସରକାରଙ୍କ ଟାର୍ଗେଟ କଲେ କେନ୍ଦ୍ରମନ୍ତ୍ରୀ । କହିଲେ ରାଜ୍ୟବାସୀଙ୍କୁ ଲଣ୍ଠନ ଦେଖାଉଛନ୍ତି। ଏହା କେବଳ ନିର୍ବାଚନୀ ଧୂଆଁବାଣ । ଶିକ୍ଷା ଓ ଚାକିରିରେ ଓବିସିଙ୍କ ପାଇଁ ସ୍ଥାନ ସଂରକ୍ଷଣ ବ୍ୟବସ୍ଥା ସାରା ଦେଶରେ ଲାଗୁଥିବାବେଳେ ଓଡ଼ିଶାରେ ଲାଗୁ ହୋଇ ନାହିଁ କାହିଁକି ବୋଲି କଲେ ପ୍ରଶ୍ନ ।

{"id":88219}

 ଓବିସି ସଂରକ୍ଷଣ ବ୍ୟବସ୍ଥା ଲାଗୁ ହେଲେ ଓଡ଼ିଶାର ଚାଷୀ ପରିବାର ପିଲାମାନେ ସାମ୍ବିଧାନିକ ଅଧିକାର ପାଇପାରିବେ । ସାମ୍ବିଧାନିକ ବ୍ୟବସ୍ଥାର ଅଧିକାରକୁ ଛଡ଼ାଇ ନେଇ କାଳିଆ ଛାତ୍ର ବୃତି ନାମରେ ବିନା ବଜେଟ୍‌ରେ ବିନା ବ୍ୟବସ୍ଥାଗତ ଓ ପରିଚାଳନା ଗତ ଶୃଙ୍ଖଳାରେ ଘୋଷିତ ଏହି ଯୋଜନା ଆମର ଚାଷୀ ଘରର ପିଲାଙ୍କ ପାଇଁ ମରୀଚିକା ସଦୃଶ ।

{"id":88381,"align":"center","width":324,"height":1391}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.