ଗୁଜୁରାଟରେ ରହୁଥିବା ଓଡିଆଙ୍କ ପାଇଁ ଧର୍ମେନ୍ଦ୍ରଙ୍କ ଚିନ୍ତା, ବିଜୟ ରୂପାନୀଙ୍କ ସହ କଥା ହେଲେ କେନ୍ଦ୍ରମନ୍ତ୍ରୀ

Published By : Prameya-News7 Bureau | March 31, 2020 IST

ଭୁବନେଶ୍ୱର ୩୧।୦୩: ପ୍ରବାସୀ ଓଡ଼ିଆଙ୍କ ସୁବିଧା ପାଇଁ ଗୁଜରାଟ ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କରୋନା ମହାମାରୀ ସମୟରେ ଗୁଜୁରାଟରେ ଅନେକ ଓଡ଼ିଆ ଶ୍ରମିକମାନେ ଫସି ରହିଛନ୍ତି । ସେମାନଙ୍କ ଖାଇବା ପିଇବା ତଥା ସୁରକ୍ଷା ପାଇଁ କଥା ହୋଇଛନ୍ତି ଧର୍ମେନ୍ଦ୍ର ।

ସେଠାରେ  ଥିବା ଓଡ଼ିଆ ଶ୍ରମିକ ମାମଲାରେ ଗୁଜୁରାଟ ସରକାରଙ୍କ ସହ ଓଡ଼ିଶା ସରକାର ଯୋଗସୂତ୍ର ରକ୍ଷା କରିଥିବା ସୂଚନା ଦେବା ସହ ଓଡ଼ିଆ ମାନଙ୍କର ଉପଯୁକ୍ତ ଯତ୍ନ ନେବା ପାଇଁ ଗୁଜୁରାଟର ମୁଖ୍ୟମନ୍ତ୍ରୀ  ଧର୍ମେନ୍ଦ୍ର ପ୍ରଧାନଙ୍କୁ  କହିଥିବା ଟ୍ବିଟ କରି ଜଣାଇଛନ୍ତି  ।

{"id":246749,"sizeSlug":"large"}

କରୋନା ଭାଇରସରେ ବର୍ତ୍ତମାନ ସୁଦ୍ଧା ଦେଶରେ ୧୨ଶହରୁ ଅଧିକ ଲୋକ ଆକ୍ରାନ୍ତ ହୋଇଥିବା ବେଳେ ୩୦ରୁ ଅଧିକ ବ୍ୟକ୍ତିଙ୍କୁ ମୃତ୍ୟୁ ହୋଇସାରିଲାଣି । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ବିଭିନ୍ନ ରାଜ୍ୟ କଟକଣା ବା ଲକ୍‌ଡାଉନ୍‌ ଲାଗୁ କରିଛନ୍ତି । ଯାହାଫଳରେ ଅନ୍ୟ ରାଜ୍ୟକୁ କାମ କରିବାକୁ ଯାଇଥିବା ଶ୍ରମିକ ଫସିରହିଛନ୍ତି । ତେବେ ଶ୍ରମିକମାନଙ୍କୁ କିପରି କୌଣସି ଅସୁବିଧା ସମ୍ମୁଖୀନ ନହେବେ ସେଥିପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ଅହରହ ଉଦ୍ୟମ ଚଳାଉଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.