ଯୋଗ ଦିବସରେ ନିଜ ଘରେ ପରିବାର ସହ ଯୋଗ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

Published By : Prameya-News7 Bureau | June 21, 2020 IST

ଭୁବନେଶ୍ୱର ୨୧/୦୬ : ଆଜି ଅନ୍ତରାଷ୍ଟ୍ରୀୟ ଯୋଗ ଦିବସ | ଜୁନ ୨୧ ତାରିଖରେ ସାରା ଦୁନିଆରେ ଅନ୍ତରାଷ୍ଟ୍ରୀୟ ଯୋଗ ଦିବସ ପାଳନ କରାଯାଏ | ୨୦୧୫ ମସିହା ଜୁନ ୨୧ ତାରିଖରେ ପ୍ରଥମଥର ପାଇଁ ଅନ୍ତରାଷ୍ଟ୍ରୀୟ ଯୋଗ ଦିବସ ପାଳନ କରାଯାଇଥିଲା | ଆଜି ଷଷ୍ଠ ଅନ୍ତରାଷ୍ଟ୍ରୀୟ ଯୋଗ ଦିବସ ପାଳନ କରାଯାଉଛି | ୨୦୧୪ ମସିହା ଡିସେମ୍ବର ୧୧ ତାରିଖରେ ଜାତିସଂଘରେ ଘୋଷଣା ହୋଇଥିଲା ଯେ ପ୍ରତିବର୍ଷ ଜୁନ ୨୧ ତାରିଖରେ ଅନ୍ତରାଷ୍ଟ୍ରୀୟ ଯୋଗ ଦିବସ ପାଳନ କରାଯିବ | ସେହି ଦିନ ଠାରୁ ପ୍ରତିବର୍ଷ ଜୁନ ୨୧ ତାରିଖରେ ଅନ୍ତରାଷ୍ଟ୍ରୀୟ ଯୋଗ ଦିବସ ପାଳନ କରଯାଏ | କିନ୍ତୁ ପ୍ରଥମଥର ପାଇଁ ଯୋଗ ଦିବସ ଡିଜିଟାଲ ଉପାୟରେ ପାଳନ କରାଯାଉଛି | କରୋନା ମହାମାରୀ ଯୋଗୁଁ ଚଳିତବର୍ଷ ଯୋଗ ଦିବସ ଭରଚୁଆଲ ସ୍ପେସ ଭାବେ ପାଳନ କରାଯାଉଛି | ଚଳିତବର୍ଷ ଯୋଗ ଦିବସର ଥିମ ହେଲା, ' ଘରେ ଯୋଗ ଏବଂ ପରିବାର ସହ ଯୋଗ'

{"id":289288,"sizeSlug":"large"}

ଯୋଗ ଦିବସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କ ଘରେ ରହି ଯୋଗ କରିବାକୁ ଅପିଲ କରିଛନ୍ତି | ସେ କହିଛନ୍ତି, କରୋନା ସଙ୍କଟ ଯୋଗୁଁ ସାମୁହିକ କାର୍ଯ୍ୟକ୍ରମରୁ ଦୁରେଇ ନିଜ ନିଜ ଘରେ ନିଜ ପରିବାର ସହ ସମସ୍ତେ ଯୋଗ କରୁଛନ୍ତି | ପରିବାରର ସମସ୍ତେ ଏକଜୁଟ ହେଲେ ଏକ ଉର୍ଜାର ସଂଯୋଗ ହୋଇଥାଏ | ଏହା ଫ୍ୟାମିଲି ବଣ୍ଡିଙ୍ଗକୁ ମଧ୍ୟ ଦୃଢ କରିଥାଏ ବୋଲି କହିଛନ୍ତି ମୋଦି |

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଯୋଗ ଦିବସ ଅବସରରେ ନିଜ ଘରେ ଯୋଗ କରିଛନ୍ତି | ସେ ପରିବାର ସହ ନିଜ ଘରେ ଯୋଗ କରିଛନ୍ତି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.