ପେଟ୍ରୋଲ୍‌ ପମ୍ପରେ ବିସ୍ଫୋରଣ: ତଦନ୍ତ ପାଇଁ ନିର୍ଦ୍ଦେଶ ଦେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ସନ୍ଧ୍ୟା ଯାଏଁ ଘରୁ ନ ବାହାରିବାକୁ ପରାମର୍ଶ

Published By : Prameya-News7 Bureau | October 07, 2020 IST

 ଭୁବନେଶ୍ବର୭/୧୦: ଭୁବନେଶ୍ବର ରାଜଭବନ ନିକଟ ଇଣ୍ଡିଆନ ଅଏଲ ପେଟ୍ରୋଲ ପମ୍ପରେ ଆଜି ବଡଧରଣ  ବିସ୍ଫୋରଣ ହୋଇଛି। ଯାହାକୁ ନେଇ ପୁରା ରାଜଧାନୀରେ ଭୟର ବାତାରବରଣ ଖେଳି ଯାଇଛି। କେଉଁ ପରିସ୍ଥିତିରେ ବିସ୍ଫୋରଣ ହେଲା, ସେ ନେଇ ତଦନ୍ତ ଜାରି ରହିଛି। ଘଟଣାସ୍ଥଳରେ ଟେକ୍ନିକାଲ ଟିମ୍ ପହଁଞ୍ଚି ଛାନ୍‌ଭିନ୍‌ ଆରମ୍ଭ କରୁଛନ୍ତି। ବାଲେଶ୍ବରର ଆଇଓସିଏଲର ଏହି ଟେକ୍‌ନିକାଲ ଟିମ୍ ଆସି ପହଁଞ୍ଚିଛନ୍ତି।

wp:core-embed/twitter {"url":"https://twitter.com/dpradhanbjp/status/1313783980525748224?s=20","type":"rich","providerNameSlug":"twitter","className":""}
https://twitter.com/dpradhanbjp/status/1313783980525748224?s=20
/wp:core-embed/twitter

ବର୍ତ୍ତମାନ ସୁଦ୍ଧା ମିଳିଥିବା ସୂଚନା ଅନୁସାରେ ଏହି ବସ୍ଫୋରଣରେ ୧୦ ଜଣ ଆହାତ ହୋଇଥିବା ଜଣାପଡିଛି। ସେମାନଙ୍କ ମଧ୍ୟରୁ ଗୁରୁତର ଅବସ୍ଥାରେ ୨ ଜଣଙ୍କୁ କଟକ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଅନ୍ୟପଟେ ବିସ୍ଫୋରଣ କିପରି ହେଲା,  ଏ ନେଇ ତଦନ୍ତ ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିର୍ଦ୍ଦେଶ ଦେଇଛନ୍ତି। ଏହାସହ ଆହାତମାନଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ଧର୍ମେନ୍ଦ୍ର। ଏହାସହ ରାଜ୍ୟ ସରକାରଙ୍କ ସଚିବମାନଙ୍କ ସହ ମଧ୍ୟ ସେ ଆଲୋଚନା କରିଛନ୍ତି। ବର୍ତ୍ତମାନ ନିଆଁକୁ ସମ୍ପୂର୍ଣ୍ଣ ଭାବେ ଆୟତ୍ତ କରାଯାଇଥିବା ସିପି ସୂଚନା ଦେଇଛନ୍ତି। ସେପଟେ ସନ୍ଧ୍ୟା ଯାଏଁ ଘରୁ ନ ବାହାରିବାକୁ ପରାମର୍ଶ ଦିଆଯାଇଛି। ଆଖପାଖ ଅଞ୍ଚଳରେ ଲୋକମାନେ କେହି ଗ୍ୟାସ୍ ବ୍ୟବହାର ନ କରିବାକୁ ମଧ୍ୟ ପରାମର୍ଶ ଦିଆଯାଇଛି।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.