ଧର୍ମେନ୍ଦ୍ରଙ୍କ ସହ ନବୀନ କଲେ କରମର୍ଦ୍ଦନ : ବିଭିନ୍ନ କଳ୍ପନା ଜଳ୍ପନା

Published By : Prameya-News7 Bureau | April 30, 2019 IST

ନୂଆଦିଲ୍ଲୀ ୩୦|୪: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦିଲ୍ଲୀ ଗସ୍ତରେ ଯାଇ ନିର୍ବାଚନ କମିଶନଙ୍କୁ ଭେଟିଛନ୍ତି । ପାଟକୁରାର ନିର୍ବାଚନ ଘୁଞ୍ଚାଇବା ପାଇଁ ନବୀନ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଅନୁରୋଧ କରିଛନ୍ତି । ତେବେ ନୂଆଦିଲ୍ଲୀ ବିମାନବନ୍ଦରେ ଅବତରଣ କରିବା ପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସାକ୍ଷାତ ହୋଇଥିଲା । ନବୀନଙ୍କୁ ବିମାନବନ୍ଦର ବାହାର ପର୍ଯ୍ୟନ୍ତ ଛାଡିବା ପାଇଁ ମଧ୍ୟ ଧର୍ମେନ୍ଦ୍ର ଆସିଥିଲେ । ତେବେ ନବୀନ ତାଙ୍କ ଗାଡିରେ ବସିବା ପୂର୍ବରୁ ଧର୍ମେନ୍ଦ୍ର ନବୀନଙ୍କ ସହ କରମର୍ଦ୍ଦନ କରି ନମସ୍କାର କରିଥିଲେ । ନବୀନ ମଧ୍ୟ ଧର୍ମେନ୍ଦ୍ରଙ୍କ ସହ କରମର୍ଦ୍ଦନ କରିଥିଲେ ।

ଅନ୍ୟପଟେ ଏ ପ୍ରସଙ୍ଗରେ ନବୀନ ଗଣମାଧ୍ୟରେ ପ୍ରତିକ୍ରିୟା ରଖି କହିଛନ୍ତି ଯେ, ଏହା ବନ୍ଧୁତ୍ବପୂର୍ଣ୍ଣ କରମର୍ଦ୍ଦନ ଥିଲା । ତେବେ ଏହାକୁ ନେଇ ଏବେ ରାଜନୈତିକ ବୟାନବାଜି ଆରମ୍ଭ ହୋଇଛି ।ନିର୍ବାଚନୀ ସଭାରେ ପରସ୍ପରକୁ କେତେ ଆକ୍ଷେପ କରୁଥିଲେ ମଧ୍ୟ ଭିତରେ ସମ୍ପର୍କ ବହୁତ ଭଲ ବୋଲି ଏହା ସଂକେତ ଦେଉଛି । ଅବଶ୍ୟ ବିଜେଡି ବିଜେପି ମେଣ୍ଟ ସରକାର ସମୟରେ ନବୀନ ମୁଖ୍ୟମନ୍ତ୍ରୀ ଥିଲେ ଆଉ ଧର୍ମେନ୍ଦ୍ର ଥିଲେ ବିଧାୟକ । ଏମିତିରେ ବି ନବୀନଙ୍କ ଜୀବନଶୈଳୀକୁ ଖୁବ ପସନ୍ଦ କରନ୍ତି ଧର୍ମେନ୍ଦ୍ର । ଏକ କନକ୍ଲେଭରେ ନିଜେ ଧର୍ମେନ୍ଦ୍ର ଏହା ପ୍ରକାଶ କରିସାରିଛନ୍ତି । ପ୍ରେମ ଆଉ ଯୁଦ୍ଧରେ ସବୁ ସମ୍ଭବ ବୋଲି ଯେମିତି କୁହାଯାଏ ରାଜନୀତିରେ ମଧ୍ୟ ଠିକ ସେୟା । ସ୍ବାର୍ଥ ଓ ଆବଶ୍ୟକତା ଦୃଷ୍ଟିରୁ ଶତ୍ରୁ ଓ ମିତ୍ରର ପରିଭାଷା ବଦଳିଯାଇପାରେ । କେନ୍ଦ୍ରୀୟ ରାଜନୀତିରେ ଏଥର ବିଜେଡି ପ୍ରମୁଖ ଭୂମିକା ଗ୍ରହଣ କରିବ ବୋଲି ନବୀନ ଦୃଢତାର ସହ କହିବାରେ ଲାଗିଛନ୍ତି । କୌଣସି କାରଣରୁ ଯଦି ଏଡିଏ ସମ୍ପୂର୍ଣ୍ଣ ବହୁମତ ହାସଲ ନକରେ ତାହେଲେ ସତରେ ବିଜେଡି ପ୍ରମୁଖ ଭୂମିକା ଗ୍ରହଣ କରିବ । ସମ୍ଭବତଃ ଧର୍ମେନ୍ଦ୍ର ଏକଥାକୁ ମର୍ମେ ମର୍ମେ ଅନୁଭବ କରିଛନ୍ତି । ସେଥିପାଇଁ ନବୀନଙ୍କୁ ସମ୍ମାନ ଦେବାରେ ସେ କାର୍ପଣ୍ୟ କରିନାହାନ୍ତି ।  

wp:core-embed/twitter {"url":"https://twitter.com/ANI/status/1123135674926993408","type":"rich","providerNameSlug":"twitter","className":""}
https://twitter.com/ANI/status/1123135674926993408
/wp:core-embed/twitter

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.