ପୁରୀ ଶଙ୍କରାଚାର୍ଯ୍ୟଙ୍କୁ ସୌଜନ୍ୟ ମୂଳକ ସାକ୍ଷାତ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

Published By : Prameya-News7 Bureau | November 05, 2021 IST

ପୁରୀ ୫।୧୧: ପୁରୀ ଗସ୍ତରେ ଆସିଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପୁରୀ ପୀଠ ଶଙ୍କରାଚାର୍ଯ୍ୟଙ୍କୁ ସୌଜନ୍ୟ ମୂଳକ ସାକ୍ଷାତ କରିଥିଲେ । ମନ୍ତ୍ରୀଙ୍କ ସହ ବିଜେପିର ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ର, ପୁରୀ ଓ ବ୍ରହ୍ମଗିରି ବିଧାୟକ ଶଙ୍କରାଚାର୍ଯ୍ୟଙ୍କୁ ସାକ୍ଷାତ କରିଥିଲେ। ସାକ୍ଷାତ ଅବସରରେ ଶିକ୍ଷା ବିଭାଗରେ ସଂସ୍କାର ଆଣିବା ସହ ବନାରସ ବିଶ୍ବ ବିଦ୍ୟାଳୟର‌ ଉନ୍ନତିମୂଳକ କାର୍ଯ୍ୟ ଜାରି ରଖିବାକୁ ଶଙ୍କରାଚାର୍ଯ୍ୟ କେନ୍ଦ୍ର ମନ୍ତ୍ରୀଙ୍କୁ ପରାମର୍ଶ ଦେଇଛନ୍ତି । ଏହି ସାକ୍ଷାତ ଆଲୋଚନା ପ୍ରାୟ ଅଧଘଣ୍ଟା ଧରି ଚାଲିଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.