ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ କ୍ରମେ ରାତି ୯ଟାରେ ୯ ମିନିଟ୍‌ ଦୀପ ଜାଳିଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

Published By : Prameya-News7 Bureau | April 06, 2020 IST

ନୂଆଦିଲ୍ଲୀ ୦୫।୦୪: ସାରାଦେଶରେ କରୋନା ସ୍ଥିତି ଚିନ୍ତାଜନକ ରହିଛି । ଦେଶରେ ବର୍ତ୍ତମାନ ସୁଦ୍ଧା କରୋନାରେ ୩ହଜାରରୁ ଅଧିକ ଲୋକ ଆକ୍ରାନ୍ତ ହୋଇସାରିଲେଣି । ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ୱାନ କ୍ରମେ ରବିବାର ରାତି ୯ଟାରେ ୯ ମନିଟ୍‌ ପାଇଁ ସପରିବାରେ ପ୍ରଦୀପ ପ୍ରଜ୍ୱଳନ କରିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । 

wp:core-embed/twitter {"url":"https://twitter.com/dpradhanbjp/status/1246829989934186496","type":"rich","providerNameSlug":"twitter","className":""}
https://twitter.com/dpradhanbjp/status/1246829989934186496
/wp:core-embed/twitter

କରୋନା ମହାମାରୀରୁ ରକ୍ଷା ପାଇବା ପାଇଁ ସାମାଜିକ ଦୂରତ୍ୱ ରକ୍ଷା କରିବା ସହ  ସଚେତନତା ହିଁ ଆମର ବିଜୟକୁ ସୁନିଶ୍ଚିତ କରିବ ବୋଲି ସେ ଟ୍ୱିଟ କରିଛନ୍ତି । ସମାଜରେ ବୃଦ୍ଧି ପାଉଥିବା ନିରାଶାର ଅନ୍ଧାରକୁ ପ୍ରଦୀପ ପ୍ରଜ୍ୱଳନ କରି ଦୂରେ  କରିହେବ ବୋଲି କେନ୍ଦ୍ରମନ୍ତ୍ରୀ ଉଲ୍ଲେଖ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.