Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସାଲେପୁର : ଆମ୍ବୁଲାନ୍ସକୁ ପିଟିଲା କାର୍, ଡ୍ରାଇଭର ଆହତ
  • ||
  • କଟକ : ସି-ସୋର ଘାଟରୁ ଅଜଣା ମୃତଦେହ ଉଦ୍ଧାର, ଭାସି ଆସିଥିବା ସନ୍ଦେହ
  • ||
  • ଚଣ୍ଡିଗଡ : ପଦ୍ମ ବିଭୂଷଣ ଫେରାଇଲେ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରକାଶ ସିଂହ ବାଦଲ
  • ||
  • ନୂଆଦିଲ୍ଲୀ : ଅନଲାଇନ୍‌ରେ ହେବନାହିଁ CBSE ବୋର୍ଡ ପରୀକ୍ଷା, ପୂର୍ବଭଳି ପରୀକ୍ଷା ଦେବେ ଛାତ୍ରଛାତ୍ରୀ
  • ||
  • ଝାରସୁଗୁଡା : ବାପା ନା’ ରାକ୍ଷସ, ନିଶାଶକ୍ତ ଅବସ୍ଥାରେ ୧୧ ବର୍ଷର ଝିଅ ସହ କଲା ଦୁଷ୍କର୍ମ !
  • ||
  • କନ୍ଧମାଳ : ହଜିଗଲା ମା’ର ମମତା, ୪ ବର୍ଷ ଝିଅର ଗାଲ କାଟିଦେଲା ସାବତ ମା’ !
  • ||
  • ବଡବିଲ : ହାତୀ ଆକ୍ରମଣରେ ଚାଲିଗଲା ଜଣଙ୍କ ଜୀବନ, ଆତଙ୍କ ଖେଳାଇଛନ୍ତି ୧୧ଟିକିଆ ହାତୀ ପଲ
  • ||
  • ଓ୍ବାଶିଂଟନ୍ : ‘ପିଜ୍ଜା ହଟ୍’ର ଶୁଭାରମ୍ଭ କରିଥିବା ଫ୍ରାଙ୍କ୍ କାର୍ନିଙ୍କ ପରଲୋକ
  • ||
  • ବଲାଙ୍ଗୀର : ଭିଜିଲାନ୍ସ ପଞ୍ଝାରେ ରେଞ୍ଜର, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏକକାଳୀନ ୩ଟି ସ୍ଥାନରେ ଚଢାଉ
  • ||
  • ଭୁବନେଶ୍ବର : ଅଫଲାଇନ୍‌ରେ ହେବ ମାଟ୍ରିକ୍ ଏବଂ ଯୁକ୍ତ ୨ ପରୀକ୍ଷା : ଗଣଶିକ୍ଷା ମନ୍ତ୍ରୀ
  • ||

ଓଡିଶାର ୮ଟି ଜିଲ୍ଲାରେ ହେବ ତୈଳ ଓ ଗ୍ୟାସର ସନ୍ଧାନ, ସେସମିକ୍ ସର୍ବେକ୍ଷଣ ଅଭିଯାନର ଶୁଭାରମ୍ଭ କଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

20/11/2020 at 7:58 PM

ନୂଆଦିଲ୍ଲୀ/ଭୁବନେଶ୍ୱର ୨୦।୧୧: ନୂଆଦିଲ୍ଲୀରୁ ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୁକ୍ରବାର ପୁରୀ ଜିଲ୍ଲା କାକଟପୁର ସ୍ଥିତ ମହାନଦୀ ଅବବାହିକା ଓ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଓପନ ଏକ୍ରେଜ୍ ଲାଇସେନ୍ସିଂ ପଲିସି(ଓଏଏଲପି)ଅଧୀନରେ ତୈଳ ଓ ଗ୍ୟାସର ସନ୍ଧାନ ପାଇଁ ରାଜ୍ୟର ୫ଟି ବ୍ଲକ ଅର୍ଥାତ୍ ୮ଟି ଜିଲ୍ଲାରେ ଅଏଲ ଇଣ୍ଡିଆ ଲିମିଟେଡର ସେସମିକ୍ ସର୍ବେକ୍ଷଣ ଅଭିଯାନର ଶୁଭାରମ୍ଭ କରିଛନ୍ତି । 

ଏହି ଅବସରରେ କେନ୍ଦ୍ର ମନ୍ତ୍ରୀ କହିଛନ୍ତି ଭାରତ ସରକାରଙ୍କ ତୈଳ କମ୍ପାନୀ ଅଏଲ ଇଣ୍ଡିଆ ଲିମିଟେଡ୍ ମହାନଦୀ ଅବବାହିକାରେ ୫ଟି ବ୍ଲକ ଅର୍ଥାତ୍ ରାଜ୍ୟର ୮ଟି ଜିଲ୍ଲା ଯଥା ପୁରୀ, ଖୋର୍ଦ୍ଧା, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ ଏବଂ ବାଲେଶ୍ୱର ଜିଲ୍ଲାରେ ସେସମିକ୍ ସର୍ଭେରେ ୨୨୦ କୋଟି ଟଙ୍କା ସମେତ ୧୨୪୮ କୋଟି ଟଙ୍କା ନିବେଶରେ ବ୍ୟାପକ ଅନ୍ୱେଷଣ ଡ୍ରିଲିଂ ଅଭିଯାନକୁ ଅଗ୍ରସର କରାଯିବ । ଅଏଲ ଇଣ୍ଡିଆ ଲିମିଟେଡ୍ ଓଏଏଲପିର ତୃତୀୟ ରାଉଣ୍ଡରେ ତୈଳ ଏବଂ ଗ୍ୟାସ ଅନ୍ୱେଷଣ କରିବା ପାଇଁ ପ୍ରଥମ ପର୍ଯ୍ୟାୟରେ ଓଡ଼ିଶାର ୫ଟି ବ୍ଲକ ପାଇଁ ୩ ହଜାର ବର୍ଗ କିମି କ୍ଷେତ୍ରରେ ସର୍ବେକ୍ଷଣ କାମ ଆଜି ଠାରୁ ଆରମ୍ଭ କରାଯାଇଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।  

ଅଏଲ ଇଣ୍ଡିଆ ଲିମିଟେଡ୍ ଦ୍ୱାରା ଶୁଭାରମ୍ଭ ହୋଇଥିବା ଅଭିଯାନରେ ଅନ୍ୱେଷଣ ସଫଳ ହେଲେ ମହାନଦୀ ଅବବାହିକା ଏବଂ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ତୈଳ ଓ ଗ୍ୟାସର ବାଣିଜ୍ୟିକ ଉତ୍ପାଦନ ଓଡ଼ିଶାର ସାମାଜିକ ଓ ଅର୍ଥନୈତିକ ବିକାଶ ଦିଗରେ ଏକ ଗେମ-ଚେଞ୍ଜର ଭାବେ ଉଭା ହେବ ଓ ଓଡ଼ିଶା ଅର୍ଥନୀତିରେ ନୂଆ ଅଧ୍ୟାୟ ସୃଷ୍ଟି ହେବ । ଏହାସହ ଓଡ଼ିଶା ଉର୍ଜା, ଏଲଏନଜି, ତୈଳ ତଥା ଗ୍ୟାସ କ୍ଷେତ୍ରରେ ଅଗ୍ରଣୀ କ୍ଷେତ୍ର ହେବ ।

ଭାରତକୁ ବିକଶିତ କରିବା ପାଇଁ ହେଲେ ପୂର୍ବ ଭାରତର ବିକାଶ କରିବାକୁ ପଡ଼ିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି । ଓଡ଼ିଶାକୁ ପୂର୍ବଦୋୟର ପେଣ୍ଠସ୍ଥଳି କରିବା ଦିଗରେ ଆମେ ଅଗ୍ରସର । ଏହି ଅଭିଯାନ ମହାନଦୀ ଅବବାହିକା ଓ ପାଶ୍ୱର୍ବର୍ତୀ ଅଂଚଳରେ ଅନ୍ୱେଷଣ, ଉତ୍ପାଦନ କାର୍ଯ୍ୟ ଏବଂ ହାଇଡ୍ରୋକାର୍ବନ ସଂରକ୍ଷଣ କରିବାରେ ଏକ ମାଇଲଖୁଣ୍ଟ ହେବ ଏବଂ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଆତ୍ମନିର୍ଭର ଭାରତ ପରିକଳ୍ପନାକୁ ସାକାର କରିବ ।

ଏହି ଭବ୍ୟ ସମାରୋହ ଆୟୋଜନ ପାଇଁ ପ୍ରଧାନ ତୈଳ କମ୍ପାନୀ ଅଏଲ ଇଣ୍ଡିଆ ଲିମିଟେଡକୁ ଶୁଭେଚ୍ଛା ଜଣାଇଛନ୍ତି । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦରୁ ଓଡ଼ିଶାର ମହାନଦୀ ଅବବାହିକା ଓ ପାର୍ଶ୍ୱବର୍ତ୍ତୀ ଅଞ୍ଚଳ ଭାରତର ତୈଳ ମାନଚିତ୍ରରେ ଏକ ପ୍ରତିଷ୍ଠିତ ତଥା ଗୁରୁତ୍ୱପୂର୍ଣ୍ଣ ହାଇଡ୍ରୋକାର୍ବନ୍ ସଂରକ୍ଷଣ ସ୍ଥାନ ଭାବରେ ଉଭା ହେବ ବୋଲି ସେ କହିଛନ୍ତି।

   Related Posts