Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଧର୍ମେନ୍ଦ୍ର ପ୍ରଧାନ ଶୁଭାରମ୍ଭ କଲେ ‘ମୋ ଘର ବିଜେପି ପରିବାର’ କାର୍ଯ୍ୟକ୍ରମ, ସବୁ ବିଜେପି ସଦସ୍ୟ ନିଜ ଘରେ ଲଗାଇବେ ବିଜେପି ପତାକା

18/02/2019 at 5:10 PM

ଭୁବନେଶ୍ବର୧୮|୨: ନିର୍ବାଚନକୁ ନଜରରେ ରଖି ସବୁ ଦଳ ନିଜ ନିଜ ଷ୍ଟ୍ରାଟେଜିରେ ମାତିଛନ୍ତି । ଏମିତିରେ ଆଜି ‘ମୋ ଘର ବିଜେପି ପରିବାର’ ନାଁରେ ନୂଆ କାର୍ଯ୍ୟକ୍ରମ ଆରମ୍ଭ କରିଛି ବିଜେପି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଭୁବନେଶ୍ବର ବାସଭବନରୁ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି । ଏଣିକି ଦଳର ସମସ୍ତ କର୍ମୀ ସ ନେତା ନିଜ ଘରେ ବିଜେପି ପତାକା ଲଗାଇବେ । ଏନେଇ ବିଜେପି ସୋସିଆଲ ମିଡିଆରେ ମଧ୍ୟ ଆରମ୍ଭ ହୋଇଛି କ୍ୟାମ୍ପେନିଂ । ଦଳର କର୍ମୀ ନିଜ ଘରେ ପତାକା ଲଗାଇ ଏହାକୁ ଟୁଇଟରରେ ଅପଲୋଡ଼ କରିପାରିବେ । ମୋ ଘ‘ର ବିଜେପି ପରିବାର’ କାର୍ଯ୍ୟକ୍ରମ ଦଳୀୟ  କର୍ମୀଙ୍କ ଆତ୍ମବିଶ୍ବାସ ବଢ଼ାଇବ ବୋଲି ଭାବୁଛି ଦଳ ।

   Related Posts