Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଳାହାଣ୍ଡି : ମମିତା ମେହେର ହତ୍ୟା ଘଟଣା : ମହାଲିଙ୍ଗ୍ ଷ୍ଟାଡିୟମ୍‌ରେ ଅନୁଧ୍ୟାନ କଲେ ମହିଳା କମିଶନ ଅଧ୍ୟକ୍ଷା
  • ||
  • ଭୁବନେଶ୍ବର : ପୁରୀ ନୀଳାଚଳ ହୋଟେଲ ବିକ୍ରି ପାଇଁ ଚାଲିଥିଲା ଯୋଜନା, ୫୦ଲକ୍ଷ ଟଙ୍କା ହେରଫେର ଅଭିଯୋଗରେ ଜଣେ ଗିରଫ
  • ||
  • ଭୁବନେଶ୍ବର : ଶସ୍ତା ରାଜନୀତି କରୁଛି ବିଜେପି, ମମିତା ମେହେର ପ୍ରସଙ୍ଗକୁ ରାଜନୀତିର ରୂପ ଦିଆଯାଉଛି : ବିଜେଡି
  • ||
  • ଭଦ୍ରକ : ଏକତରଫା ପ୍ରେମ : ନାବାଳିକା ଯାଉଥିବା ବାଇକ୍‌କୁ ଗୋଇଠା ମାରି ଗଡାଇଦେଲେ ଯୁବକ, ଏସ୍‌ପିଙ୍କ ଦ୍ବାରସ୍ଥ ହେଲେ ମା’
  • ||
  • ବାରଙ୍ଗ : ନନ୍ଦନକାନନରେ ବିରଳ ହିମାଳୟ ଅଣ୍ଡିରା ଭାଲୁ ‘ମୋତି’ର ମୃତ୍ୟୁ, ୫କୁ ଖସିଲା ସଂଖ୍ୟା
  • ||
  • ଫୁଲବାଣୀ : କନ୍ଧମାଳକୁ ଛୁଇଁଲା ପହିଲି ଶୀତ, କୁହୁଡି ଚାଦରରେ ଢାଙ୍କି ହେଲାଣି ସହର
  • ||
  • କେନ୍ଦୁଝର : ଶିଶୁ କନ୍ୟାର ଉଲଗ୍ନ ମୃତଦେହ ଉଦ୍ଧାର, ବୁଧବାରଠୁ ଝୁମର ନାଚ ଦେଖିବାକୁ ଯାଇ ନିଖୋଜ ଥିଲେ
  • ||
  • ପାକିସ୍ତାନ ବିପକ୍ଷରେ ଭାରତ ଫେଭରେଟ୍, ବିଜୟ ସମ୍ଭାବନା ଅଧିକ : ଅନୁମାନ ଲଗାଇଲେ ମହମ୍ମଦ ଅମିର
  • ||
  • କଣ୍ଟାବାଞ୍ଜି : ଝରଣୀ ଗାଁରେ ମମିତା ମେହେରଙ୍କ ପରିବାରକୁ ଭେଟିଲେ ରାଜ୍ୟ ମହିଳା ଆୟୋଗ ଅଧ୍ୟକ୍ଷାଙ୍କ ସହ ୪ଜଣିଆ ଟିମ୍
  • ||
  • ପନିପରିବା ଖାଇଦେଉଛନ୍ତି ବାର୍‌ହା, ଚିନ୍ତାରେ ଚାଷୀ
  • ||

ଜିନ୍ଦଲ ପ୍ଲାଣ୍ଟ ପରିସରରେ କୋଭିଡ୍ କେୟାର ସେଣ୍ଟର ଲୋକାର୍ପିତ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କଲେ ଲୋକାର୍ପଣ

1/06/2021 at 11:29 AM

ଅନୁଗୋଳ ୧।୬: ଅନୁଗୋଳ ସ୍ଥିତ ଜିନ୍ଦଲ ପ୍ଲାଣ୍ଟରେ ଲୋକାର୍ପିତ ହେଲା କୋଭିଡ୍ କେୟାର ସେଣ୍ଟର । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହାକୁ ଲୋକାର୍ପିତ କରିଛନ୍ତି । ମଙ୍ଗଳବାର ଅନୁଗୋଳ ଗସ୍ତରେ ଯାଇ ଜିନ୍ଦଲ ହେଲିପ୍ୟାଡରେ ଓହ୍ଲାଇଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହାପରେ ଜିନ୍ଦଲ ପ୍ଲାଣ୍ଟ ପରିସରରେ ନିର୍ମିତ ୨୭୦ ବେଡ଼ ବିଶିଷ୍ଟ କୋଭିଡ୍ କେୟାର ସେଣ୍ଟରର ଲୋକାର୍ପିତ କରିଥିଲେ କେନ୍ଦ୍ରମନ୍ତ୍ରୀ । ଏହି କୋଭିଡ୍ କେୟାର ସେଣ୍ଟରର ୨୭୦ ବେଡ଼ରେ ସମ୍ପୂର୍ଣ୍ଣ ଭାବେ ଅକ୍ସିଜେନ ସଂଯୋଗ ରହିବ ।

ଏହାପରେ ବଳରାମ ପ୍ରସାଦଠାରେ ଥିବା ESI କୋଭିଡ୍ ହସ୍ପିଟାଲ ବୁଲିବାର କାର୍ଯ୍ୟକ୍ରମ ରହିଛି । ମଧ୍ୟାହ୍ନରେ ତାଳଚେର କୋଭିଡ୍ ହସ୍ପିଟାଲ ବୁଲି ଦେଖିବାର କାର୍ଯ୍ୟକ୍ରମ ମଧ୍ୟ ରହିଛି । ତାଳଚେର କୋଭିଡ୍ ହସ୍ପିଟାଲ MCL ସହାୟତାରେ ସମ୍ ହସ୍ପିଟାଲ ଦ୍ବାରା ପରିଚାଳିତ ହେଉଛି ।

ଏହାପରେ କୋଭିଡ୍ ନିୟନ୍ତ୍ରଣ ପାଇଁ କ’ଣ କ’ଣ ପଦକ୍ଷେପ ନିଆଯାଇ ପାରିବ ସେ ବିଷୟରେ ସ୍ଥାନୀୟ ପ୍ରଶାସନ ସହ ସବିଶେଷ ଆଲୋଚନା କରିବେ ବୋଲି ସୂଚନା ମିଳିଛି । ଏହି କାର୍ଯ୍ୟକ୍ରମରେ ରାଜ୍ୟ ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସ ମଧ୍ୟ ଉପସ୍ଥିତ ରହିବେ ।

   Related Posts