Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୮୯୯ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଆରମ୍ଭ ହେଲା କୋଭିଡ୍ ଟିକାକରଣ, ୧୬୧ କେନ୍ଦ୍ରରେ ଚାଲିଛି ଟିକାଦାନ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୭୮ କୋଭିଡ୍ ସଂକ୍ରମିତ, ୩୩୩୧୨୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଦେଶରେ ଖସୁଛି କରୋନା ଗ୍ରାଫ୍, ଗତ ୨୪ଘଣ୍ଟାରେ ୧୫୧୫୮ କୋଭିଡ଼ ସଂକ୍ରମିତ ଚିହ୍ନଟ
  • ||
  • ଘାଟିରେ ଦୁର୍ଘଟଣା : ଟ୍ରକକୁ ସାମ୍ନା ପଟୁ ପିଟିଲା ବାଇକ୍‌, ଚାଲିଗଲା ଶଳା-ଭିଣୋଇଙ୍କ ଜୀବନ
  • ||
  • ବୈଠକ ପରେ ବୈଠକ କିନ୍ତୁ ଫଳ ଶୂନ ! ୧୯’ରେ ପୁଣି ଚାଷୀ-ସରକାର ଆଲୋଚନା
  • ||
  • ବରଗଡ଼: ବ୍ୟବସାୟୀଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନା-ଗହଣା ଲୁଟ, ୩ ଲୁଟେରା ଗିରଫ
  • ||

କାମ ନହୋଇ ପଡିଥିବା ୧ ଲକ୍ଷ ୩୬ ହଜାର କୋଟି ଟଙ୍କାର କେନ୍ଦ୍ରୀୟ ଯୋଜନାର ତାଲିକା ଦେଲେ ଧର୍ମେନ୍ଦ୍ର, ବିଜେଡି ରଖିଲା ଜବାବ

23/02/2019 at 5:42 PM

ଭୁବନେଶ୍ବର୨୩|୨ (ସୁକାନ୍ତ ରାଉତରାୟ): ୧ ଲକ୍ଷ ୩୬ ହଜାର କୋଟି ଟଙ୍କାର କେନ୍ଦ୍ରୀୟ ଯୋଜନା ପଡି ରହିଛି । ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଭିତରେ ଚାଲିଥିବା ସାପ ସିଡି ଖେଳ ପାଇଁ ଏସବୁ ପ୍ରକଳ୍ପ କାର୍ଯ୍ୟକାରୀ ହେଉନି । କେଉଁଠି ଜମି ଅଧିଗ୍ରହଣ ସମସ୍ୟା ତ ଆଉ କେଉଁଠି ସ୍ବାର୍ଥ, ଏଭଳି କରି ପ୍ରକଳ୍ପ କାମକୁ ବର୍ଷବର୍ଷ ଧରି ଆରମ୍ଭ ହେବାକୁ ଦିଆଯାଉନି । ଯାହାପଛେ ହେଉ କିନ୍ତୁ ପ୍ରତିପକ୍ଷ ନାଁ ନନିଅନ୍ତୁ ଏଭଳି ଛକାପଞ୍ଛାରେ ବିଜେପି – ବିଜେଡି । ଆଜି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏକ ସାମ୍ବାଦିକ ସମ୍ମିଳନୀରେ ପୁରା ତଥ୍ୟ ରଖି ଲକ୍ଷେ ୩ ୬ ହଜାର କୋଟିର କାମ କିଭଳି ଅଟକିଛି ତାର ତାଲିକା ରଖିଛନ୍ତି । ବିଜେଡି ମଧ୍ୟ କାଉଣ୍ଟର ପ୍ରେସମିଟ କରି ଏହାର ଜବାବ ଦେଇଛି । ….

ରାଜ୍ୟ ସରକାରଙ୍କ ଉପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସିଧାସଳଖ ହମଲା । ରାଜ୍ୟର ବିକାଶ ପ୍ରକ୍ରିୟାକୁ ନବୀନ ସରକାର କିଭଳି ଅଟକାଇଛନ୍ତି ତାର ପୁରା ହିସାବ ଦେଇ ଧର୍ମେନ୍ଦ୍ର କହିଛନ୍ତି ଓଡିଶାରେ ଏକ ମିଛୁଆ ଓ ଭ୍ରଷ୍ଟାଚାର ସରକାର ପାଇଁ ଓଡିଶା ବିକାଶ ଦିଗହରା ହୋଇଛି । କେନ୍ଦ୍ର ସରକାରଙ୍କ ଦ୍ବାରା ଓଡିଶାରେ ହେବାକୁଥିବା ପାଖାପାଖି ୧ ଲକ୍ଷ ୩୬ ହଜାର କୋଟି ଟଙ୍କାର ପ୍ରକଳ୍ପ କାମକୁ ସରକାର କିଭଳି ଏବଂ କେଉଁଠି ଅଟକାଇ ରଖିଛନ୍ତି ତାର ତାଲିକା ଦେଇଛନ୍ତି ଧର୍ମେନ୍ଦ୍ର । ତାଲିକାର ୧ ନମ୍ବରରେ ଅଛି ୨୨ ହଜାର କୋଟି ବିନିଯୋଗରେ ପାରାଦୀପ ତୈଳ ବିଶୋଧନାଗାର ସଂପ୍ରସାରଣ ପାଇଁ ଜମି ଯୋଗାଣ । ଭଦ୍ରକରେ ୨ ହଜାର କୋଟିର ଟେକ୍ସଟାଇଲ୍‌ ପାର୍କ ଜମି ଅଭାବରୁ ଆରମ୍ଭ ହେଉନି । ସେହିଭଳି କୋଷ୍ଟାଲ ହାଇଓ୍ବେ କାମକୁ କିପରି ଜାଣିଶୁଣି ବିଳମ୍ବ କରାଯାଇଛି ଏବଂ ରାଜ୍ୟ ସରକାର ଏନଓସି ଦେଉ ନାହାଁନ୍ତି ସେହି କଥା ଉଠାଇଥିଲେ ଧର୍ମେନ୍ଦ୍ର ।  

ସେହିଭଳି ଖୋର୍ଦ୍ଧା ପାଇକ ବିଦ୍ରୋହ ସ୍ମାରକୀ , ରେଳବାଇ ପାଇଁ ଜମି ଅଧିଗ୍ରହଣ, ଜାତୀୟ ରାଜପଥ ପ୍ରସସ୍ତିକରଣ, ନାଲକୋ, ଏନଟିପିସି, IOCL କୁ ଜମି ଯୋଗାଣ କଥା ବି ଉଠାଇଥିଲେ ଧର୍ମେନ୍ଦ୍ର । ଏସବୁ ପ୍ରକଳ୍ପ କାମ ପାଇଁ କେନ୍ଦ୍ର ରାଜ୍ୟକୁ ୬୪ଟି ଚିଠି ଲେଖିଥିଲେ ବି ମାତ୍ର ଗୋଟିଏ ଚିଠିର ଉତ୍ତର ମିଳିଥିବା ଧର୍ମେନ୍ଦ୍ର କହିଛନ୍ତି । ଧର୍ମେନ୍ଦ୍ରଙ୍କ ଏସବୁ ଅଭିଯୋଗର ଜବାବ ଦେଇଛି ବିଜେଡି ।  

ଏସବୁ ପ୍ରକଳ୍ପ କାମ କାହିଁକି ଅଗ୍ରଗତି ହେଉନି ସେନେଇ ସକାଳେ ମୁଖ୍ୟ ଶାସନ ସଚିବଙ୍କ ସହ ଏକ ମିଟିଙ୍ଗ ଡକାଇଥିଲେ ଧର୍ମେନ୍ଦ୍ର । କିନ୍ତୁ ମୁଖ୍ୟଶାସନ ସଚିବ ଆସିନଥିଲେ ।

   Related Posts