ତ୍ରିରଙ୍ଗାର ଅନାବରଣ ସର୍ବଦା ଭାବପ୍ରବଣ ମୁହୂର୍ତ୍ତ : ଧର୍ମେନ୍ଦ୍ର ପ୍ରଧାନ

Published By : Prameya-News7 Bureau | August 15, 2020 IST

ନୂଆଦିଲ୍ଲୀ ୧୫।୮: ଦେଶ ପାଳୁଛି ୭୪ ତମ ସ୍ବାଧୀନତା ଦିବସ । ଦେଶବ୍ୟାପୀ ବିଭିନ୍ନ ସ୍ଥାନରେ ସ୍ବାଧୀନତା ଦିବସ ପାଳନ ହେବା ସହ ଜାତୀୟ ପତାକା ଉତ୍ତୋଳନ କରାଯାଇଛି । ସ୍ବାଧୀନତା ଦିବସ ଅବସରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦିଲ୍ଲୀ ସ୍ଥିତ ନିଜ ସରକାରୀ ବାସଭବନ ପରିସରରେ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି ।

ଏହି ଅବସରରେ ଧର୍ମେନ୍ଦ୍ର ପ୍ରଧାନ ଟ୍ବିଟ୍ କରିଛନ୍ତି । ତ୍ରିରଙ୍ଗାର ଅନାବରଣ ସର୍ବଦା ଭାବପ୍ରବଣ ମୁହୂର୍ତ୍ତ । ଏହି ଦିନ ଆସନ୍ତୁ ଆମର ସ୍ବାଧୀନତା ପାଇଁ ଆମ ଲୋକମାନେ ଦେଇଥିବା ଅଗଣିତ ବଳିଦାନକୁ ସମ୍ମାନ ଦେବା ଏବଂ ଆତ୍ମନିର୍ଭର ଭାରତ ଗଠନ ପାଇଁ ପ୍ରତିଶ୍ରୁତିବଦ୍ଧ ହେବା ବୋଲି ଧର୍ମେନ୍ଦ୍ର ଆହ୍ବାନ ଦେଇଛନ୍ତି ।

wp:html /wp:html

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.