ପ୍ଲାଜମା ଦାନ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

Published By : Prameya-News7 Bureau | October 03, 2020 IST

ଭୁବନେଶ୍ବର୩/୧୦: ପ୍ଲାଜମା ଦାନ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। କଟକ ଏସସିବି ମେଡିକାଲରେ ସେ ପ୍ଲାଜମା ଦାନ କରିଛନ୍ତି । ସାରା ରାଜ୍ୟରେ କରୋନା ସଂକ୍ରମଣ ସଂଖ୍ୟା​‌ ଧୀରେ ଧୀରେ କମିବାରେ ଲାଗିଛି। କରୋନାର ମୁକାବିଲା କରିବା ପାଇଁ ରାଜ୍ୟ ସରକାର ବିଭିନ୍ନ ଉନ୍ନତିମୂଳକ ପଦକ୍ଷେପ ଗ୍ରହଣ କରୁଥିବା ବେଳେ ସୁସ୍ଥ ହେଉଥିବା ଲୋକଙ୍କୁ ପ୍ଲାଜମା ଦାନ କରିବାକୁ ଉତ୍ସାହିତ କରୁଛନ୍ତି । ବିଭିନ୍ନ ନେତା ଓ ମନ୍ତ୍ରୀମାନେ ମଧ୍ୟ କରୋନାରୁ ସୁସ୍ଥ ହେବା ପରେ ପ୍ଲାଜମା ଦାନ କରିବାରେ ଲାଗିଛନ୍ତି । ଏହାରି ମଧ୍ୟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି କରୋନା ଆକ୍ରାନ୍ତଙ୍କ ପାଇଁ ପ୍ଲାଜମା ଦାନ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.