Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଆଜି ବିଭିନ୍ନ ସ୍ଥାନରେ ବିଜୟ ସଂକଳ୍ପ ସଭା ଏବଂ ରୋଡ୍ ସୋ’ କରିବେ ଧର୍ମେନ୍ଦ୍ର

26/04/2019 at 8:38 AM

ଭୁବନେଶ୍ବର ୨୬|୪: ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିଭିନ୍ନ ସ୍ଥାନରେ ବିଜୟ ସଂକଳ୍ପ ସଭା ଏବଂ ରୋଡ୍ ସୋ’ କରିବେ । ପ୍ରଥମେ ଜଗତସିଂହପୁରର ବାଲିକୁଦା-ଏରସମାରେ ପ୍ରଚାର କରିବେ ଧର୍ମେନ୍ଦ୍ର । ତାପରେ ଯାଜପୁର ଯାଇ ବ୍ରହ୍ମବରଦାରେ ମଧ୍ୟ ପ୍ରଚାର କରିବେ ଧର୍ମେନ୍ଦ୍ର ।

ସେଠାରୁ ସେ ଭଦ୍ରକ ଯାଇ ବିଭିନ୍ନ ନର୍ବାଚନ ମଣ୍ଡଳିରେ ପ୍ରଚାର କରିବେ । ଚାନ୍ଦବାଲି ନର୍ବାଚନ ମଣ୍ଡଳି ବାମନବିନ୍ଦିରେ ପ୍ରଚାର କରିବେ । ସେହିପରି ଭଦ୍ରକର ରଜଘର ପୋଖରୀଆ, ବାସୁଦେବପୁର, ନାମି, ଭଣ୍ଡାରିପୋଖରୀ ଏବଂ ଭଦ୍ରକ ନିର୍ବାଚନ ମଣ୍ଡଳି ପାଇଁ ମଧ୍ୟ ପ୍ରଚାର କରିବେ ଧର୍ମେନ୍ଦ୍ର ।

   Related Posts