ପିପିଲିରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରଚାର, କହିଲେ- ‘ଏଥର ପରିବର୍ତ୍ତନ ହେବ’

Published By : Prameya-News7 Bureau | September 25, 2021 IST

ନିମାପଡା ୨୫।୯: ପିପିଲି ଉପନିର୍ବାଚନ ପ୍ରଚାର ମଇଦାନରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକଙ୍କ ପାଇଁ ପ୍ରଚାର କରୁଛନ୍ତି ଧର୍ମେନ୍ଦ୍ର ପ୍ରଧାନ । ପିପିଲିରେ ଏଥର ପରିବର୍ତ୍ତନ ହେବ ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି । ସେ କହିଛନ୍ତି, ଗତ ୨ ବର୍ଷ ତଳେ ‘ଫନି’ ବାତ୍ୟା ହୋଇଥିଲା । ନିଜେ ପ୍ରଧାନମନ୍ତ୍ରୀ ବତ୍ୟା ପରର ସ୍ଥିତି ବୁଲି ଦେଖିଥିଲେ।  ଘରଭଙ୍ଗା ଓ ନୂଆ ଘର ପାଇଁ ସାହାଯ୍ୟ ଓ ଅନ୍ୟାନ୍ୟ ବିକାଶ ପାଇଁ ସାହାଯ୍ୟ ପଠାଇଥିଲେ । ଦଳୀୟ ଭିତ୍ତିରେ ପେଶି ହୋଇ ଶାସନ ଦଳ ନିଜ କର୍ମୀ, ସମର୍ଥକମାନଙ୍କୁ ମଧ୍ୟସ୍ତି ଜରିଆରେ ଦେବାକୁ ଷଡ଼ଯନ୍ତ୍ର କଲେ । ଲୋକ ବିରୋଧ କରିଥିବା କାରଣରୁ ସେଗୁଡ଼ିକ କ୍ରିୟାନ୍ବୟନ ହୋଇପାରୁନାହିଁ ।

ଏହା ଆଜି ପିପିଲିର ମୂଳ ପ୍ରସଙ୍ଗ ହୋଇଛି । ଏହା ବିରୋଧରେ ପିପିଲି ଜନମତ ଦେବ। ଏ ଅଞ୍ଚଳର ବିକାଶ ପାଇଁ ପିପିଲିବାସୀ ନରେନ୍ଦ୍ର ମୋଦିଙ୍କୁ ଭରସା କରି ବିଧାନସଭାକୁ ଆଶ୍ରିତ ପଟ୍ଟନାୟକଙ୍କୁ ପଠାଇବେ। ଏଠିକାର ନାଗରିକ ଭୋଟ୍ ଦେବେ । ମୋଦି ଟଙ୍କା ପଠାଇବା ପରେ ଲୋକଙ୍କ ପାଖରେ ନପହଞ୍ଚିବା ପଛରେ ଯେଉଁମାନେ ଦୋଷୀ ସେମାନଙ୍କୁ ପିପିଲିବାସୀ ହରାଇବେ । ପିପିଲିରେ ଏଥର ପରିବର୍ତ୍ତନ ହେବ ବୋଲି ଧର୍ମେନ୍ଦ୍ର ପ୍ରଧାନ ମତ ରଖିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.