Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୫୨ କରୋନା ସଂକ୍ରମିତ, ୧୦୪୯୫୯୭ରେ ପହଞ୍ଚିଲା ସଂଖ୍ୟା
  • ||
  • ମାର୍ଗଶିର ଗୁରୁବାରରେ ଲକ୍ଷ୍ମୀ ମନ୍ଦିରରୁ ଚୋରି, ନେଇଗଲେ ହୁଣ୍ଡି ଓ ସୁନା ଗହଣା
  • ||
  • ଗୁଜୁରାଟ ଦଙ୍ଗା ବେଳେ କେଉଁ ସରକାର ଥିଲା ? ସିବିଏସଇର ପ୍ରଶ୍ନକୁ ନେଇ ବିବାଦ ଜୋର
  • ||

ପୁରୀ ସଦାଶିବ ସଂସ୍କୃତ ବିଶ୍ଵବିଦ୍ୟାଳୟ ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ସମ୍ବର୍ଦ୍ଧିତ ହେଲେ ମଠାଧୀଶ ଓ ଧର୍ମାଚାର୍ଯ୍ୟ

5/11/2021 at 3:01 PM

ପୁରୀ ୫୧୧: ଉତ୍ତରାଖଣ୍ଡର କେଦାରନାଥ ପୀଠ ଠାରେ‌ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଦିଗୁରୁ ଶଙ୍କରାଚାର୍ଯ୍ୟଙ୍କ ପ୍ରତିମୂର୍ତ୍ତି ଅନାବରଣ ସହ ଅନେକ ନବନିର୍ମାଣ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ପ୍ରଧାନମନ୍ତ୍ରୀଙ୍କ ଏହି କାର୍ଯ୍ୟକ୍ରମ ସହିତ ଚାରି ଧାମକୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ସଂଯୋଜିତ କରାଯାଇଥିଲା ।  ପୁରୀର ସଦାଶିବ ସଂସ୍କୃତ ବିଶ୍ଵବିଦ୍ୟାଳୟ ପରିସରରେ ଏହି ଅବସରରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, ଜାତୀୟ ପ୍ରବକ୍ତା ସମ୍ବିତ ପାତ୍ର, ବ୍ରହ୍ମଗିରି ଓ ପୁରୀ ବିଧାୟକ ଏହି କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ । କେଦାରନାଥଠାରେ ପ୍ରଧାନମନ୍ତ୍ରୀଙ୍କ ଶଙ୍କରାଚାର୍ଯ୍ୟ ପ୍ରତିମୂର୍ତ୍ତି ଅନାବରଣ ଓ ଉନ୍ନତିମୂଳକ କାର୍ଯ୍ୟକ୍ରମର ଶିଳାନ୍ୟାସ ସିଧା ପ୍ରସାରଣ କରାଯାଇଥିଲା ।

ପୁରୀରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମଠାଧୀଶ ଓ ଧର୍ମାଚାର୍ଯ୍ୟମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ପ୍ରଧାନମନ୍ତ୍ରୀଙ୍କର ସବୁ ଧର୍ମପୀଠର ଉନ୍ନତିକରଣ କାର୍ଯ୍ୟ ଓ ଏକାଠି ଯୋଡିବାର ପ୍ରୟାସକୁ ଉଚ୍ଚ ପ୍ରଶଂସା କରାଯାଇଥିଲା।  ଆଧ୍ୟାତ୍ମିକତା ଓ ବୈଷୟିକ ଜ୍ଞାନରେ ଭାରତ ବିଶ୍ଵରେ ପ୍ରମୁଖ ଦେଶ ଭାବେ ପରିଗଣିତ ହେବାକୁ ଯାଉଥିବା ମତ ପ୍ରକାଶ ପାଇଥିଲା । କେଦାରନାଥ ଭଳି ପୁରୀ ଧାମର ମଧ୍ୟ ବିକାଶ ସହ ମଠ ସଂସ୍କୃତିର ଉନ୍ନତି ମଧ୍ୟ କରାଯିବ ବୋଲି ଆଶା ପ୍ରକାଶ ପାଇଛି ।

   Related Posts