ସାଂସଦ ଜୁଏଲ ଓରାମଙ୍କୁ ଭେଟିଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଷଡଙ୍ଗୀ

Published By : Prameya-News7 Bureau | May 31, 2019 IST

ନୂଆଦିଲ୍ଲୀ ୩୧|୫: ମନ୍ତ୍ରୀ ପଦ ପାଇବା ପରେ ଦିଲ୍ଲୀ ହଜଖାସ୍ ସ୍ଥିତ ଜଗନ୍ନାଥ ମନ୍ଦିର ପରିଦର୍ଶନ କରିଥିଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହି ଅବସରରେ ତାଙ୍କ ପତ୍ନୀ ମ୍ରିଦୁଳା ପ୍ରଧାନ ମଧ୍ୟ ଉପସ୍ଥିତ ଥିଲେ । ସେହିପରି କେନ୍ଦ୍ର ମନ୍ତ୍ରୀ ପ୍ରତାପ ଷଡଙ୍ଗୀ, ବିଜେପି ସାଂସଦ ଅପରାଜିତା ଷଡଙ୍ଗୀ ପ୍ରମୁଖ ଜଗନ୍ନାଥଙ୍କୁ ଦର୍ଶନ କରି ଆର୍ଶୀବାଦ ଭିକ୍ଷା କରିଛନ୍ତି ।

ଏହାପରେ ସଂସଦ ଜୁଏଲ ଓରାମଙ୍କୁ ମଧ୍ୟ ଭେଟିଛନ୍ତି ଦୁଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ପ୍ରତାପ ଷଡଙ୍ଗୀ । ଜୁଏଲଙ୍କ ବାସଭବନରେ ଉଭୟ ଯାଇ ଜୁଏଲଙ୍କୁ ଭେଟିଛନ୍ତି । ଅରୁଣ ସିଂ ମଧ୍ୟ ଜୁଏଲଙ୍କ ଘରେ ପହଞ୍ଚିଛନ୍ତି । ମୋଦିଙ୍କ ମନ୍ତ୍ରିମଣ୍ଡଳରୁ ବାଦ୍ ପଡିଛନ୍ତି ଜୁଏଲ ।

ସୂଚନାଯୋଗ୍ୟ ଯେ, ପ୍ରଥମ ଥର ବାଲେଶ୍ବର ଲୋକସଭା ଆସନରୁ ସାଂସଦ ହୋଇଥିବା ପ୍ରତାପ ଷଡଙ୍ଗୀ ଓ ମଧ୍ୟପ୍ରଦେଶରୁ ରାଜ୍ୟସଭା ସାଂସଦ ଥିବା ଧର୍ମେନ୍ଦ୍ର ପ୍ରଧାନଙ୍କୁ ନିଜ ମନ୍ତ୍ରିମଣ୍ଡଳରେ ସାମିଲ କରିଛନ୍ତି ମୋଦି ।  ଓଡିଆ ଭାବେ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ପୁଣି ଥରେ ସାମିଲ ହୋଇଛନ୍ତି ଧର୍ମେନ୍ଦ୍ର ପ୍ରଧାନ । ଧର୍ମେନ୍ଦ୍ରଙ୍କୁ କ୍ୟାବିନେଟ୍ ପାହ୍ୟା ମିଳିଛି । ଧର୍ମେନ୍ଦ୍ର ଗତଥର ମୋଦିଙ୍କ ମନ୍ତ୍ରିମଣ୍ଡଳରେ କ୍ୟାବିନେଟ୍ ମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ । ତାଙ୍କୁ ପେଟ୍ରୋଲିୟମ ମନ୍ତ୍ରାଳୟ ଭଳି ଗୁରୁ ଦାୟିତ୍ବ ମିଳିଥିଲା । ଏଥର ବି ମୋଦି ତାଙ୍କ ଉପରେ ଭରଷା କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.