ସୋମବାରଠାରୁ ନିଜ ଅଫିସରେ କାମ କରିବେ ସମସ୍ତ କେନ୍ଦ୍ରମନ୍ତ୍ରୀ

Published By : Prameya-News7 Bureau | April 11, 2020 IST


ନୂଆଦିଲ୍ଲୀ, ୧୧|୦୪: ସମସ୍ତ କେନ୍ଦ୍ରମନ୍ତ୍ରୀ, ଯୁଗ୍ମ ସଚିବ ବା ଏହାଠାରୁ ଉର୍ଧ୍ୱ ରାଙ୍କର ଅଫିସରଙ୍କୁ ସୋମବାରଠାରୁ କାର୍ଯ୍ୟାଳୟରେ କାମ କରିବା ପାଇଁ କୁହାଯାଇଛି । ଏନେଇ ବିଭିନ୍ନ ମନ୍ତ୍ରାଳୟ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ଅଫିସରମାନେ କାର୍ଯ୍ୟାଳୟରେ ହିଁ ଲକଡାଉନ୍ ସମାପ୍ତ ହେବା ପରେ ଅର୍ଥନୀତି କିପରି ସାଧାରଣ ସ୍ତରକୁ ଆସିବ ସେନେଇ ଆଲୋଚନା ଓ ଯୋଜନା ପ୍ରସ୍ତୁତ କରିବେ । ଏନେଇ ଶନିବାର ଏକ ସରକାରୀ ସୂତ୍ରରୁ ସୂଚନା ମିଳିଛି ।

କେବଳ ମନ୍ତ୍ରୀ ନୁହେଁ ଯୁଗ୍ମ ସଚିବ ରାଙ୍କର ସମସ୍ତ ଅଫିସର ମଧ୍ୟ କାର୍ଯ୍ୟାଳୟରେ ଯୋଗଦେବେ । ଏହାସହ ପ୍ରତି ମନ୍ତ୍ରାଳୟର ଏକ ତୃତୀୟାଂଶ କର୍ମଚାରୀ କିପରି କାର୍ଯ୍ୟାଳୟରେ ଉପସ୍ଥିତ ରହିବେ ସେନେଇ ନଜର ଦିଆଯିବ ।

ସରକାର ଏବେ କରୋନା ମେଡିକାଲ କିପରି ନିର୍ମାଣ ହେବ ତାାହା ଉପରେ ଫୋକସ କରୁଛନ୍ତି । ଲକଡାଉନ ସରିବା ପରେ ଅର୍ଥବ୍ୟବସ୍ଥା କିପରି ସୁଧିରିବ ତାହା ଉପରେ ମଧ୍ୟ ଧ୍ୟାନ ଦିଆଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.