ଅମିତ ଶାହଙ୍କ ଓଡିଶା ଗସ୍ତର ୨ୟ ଦିନ : ସମ୍ ଅଲ୍ଟିମେଟ୍ ମେଡିକେୟାର ଲୋକାର୍ପଣ ଉତ୍ସବରେ ଦେବେ ଯୋଗ

Published By : Prameya-News7 Bureau | February 29, 2020 IST

ଭୁବନେଶ୍ବର।୨: ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିଥିବା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଆଜି ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କୁ ଦର୍ଶନ କରିବେ । ସକାଳ ୮ଟାରେ ଶ୍ରୀମନ୍ଦିର ଯାଇ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି । ଶାହାଙ୍କ ଗସ୍ତ ନେଇ ପୁରୀରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି ।

ଗତକାଲି ଭୁବନେଶ୍ବରରେ ଆୟୋଜିତ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବା ପରେ ରାତି ସାଢ଼େ ୯ଟାରେ ଶ୍ରୀକ୍ଷେତ୍ରରେ ପହଞ୍ଚିଥିଲେ ଶାହା । ପୁରୀ ମେ’ ଫେୟାର ହୋଟେଲରେ ରାତ୍ରିଯାପନ କରିଛନ୍ତି । କେନ୍ଦ୍ର ଗୃହମନ୍ତ୍ରୀଙ୍କ ସହ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ପୁରୀରେ ଅଛନ୍ତି ।

{"id":230148,"sizeSlug":"large"}

ପୁରୀରୁ ଫେରି ସକାଳ ୧୦ଟା ୪୫ ରେ ଶ୍ରୀଲିଙ୍ଗରାଜଙ୍କ ଦର୍ଶନ କରିବେ । ମନ୍ଦିରରେ ଅଧଘଣ୍ଟା ରହିବାର କାର୍ଯ୍ୟକ୍ରମ ଥିବା ବେଳେ ପ୍ରଭୁ ଲିଙ୍ଗରାଜଙ୍କୁ ୧୦୮ ପଦ୍ମଫୁଲ ଅର୍ପଣ କରିବେ । କେନ୍ଦ୍ରମନ୍ତ୍ରୀଙ୍କ ଲିଙ୍ଗରାଜ ମନ୍ଦିର ଗସ୍ତ ନେଇ ସୁରକ୍ଷା ବ୍ୟବସ୍ଥା ମଧ୍ୟ ମଜବୁତ କରି ଦିଆଯାଇଛି। ପ୍ରାୟ ୫ ପ୍ଲାଟୁନ ପୋଲିସ ମୁତୟନ ରହିବେ।

ଦିନ ୧୧ ଟା ୨୫ରେ ଭୁବନେଶ୍ବରରେ ଅତ୍ୟାଧୁନିକ ହସ୍ପିଟାଲ ସମ୍ ଅଲଟିମେଟ୍ କେୟାରର ଉଦଘାଟନ ଉତ୍ସବରେ ଯୋଗଦେବେ ଅମିତ ଶାହା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଯୋଗ ଦେଇ ସମ୍ ଅଲଟିମେଟ୍ ହସ୍ପିଟାଲକୁ ମିଳିତ ଭାବେ ଲୋକାର୍ପଣ କରିବେ । ଏହି ସମୟରେ ସୋଆ ପ୍ରେସିଡେଣ୍ଟ ଡକ୍ଟର ମନୋଜ ରଞ୍ଜନ ନାୟକ ମଧ୍ୟ ଉପସ୍ଥିତ ରହିବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.