ଆଜି ଓଡ଼ିଆ ନୂଆ ବର୍ଷ ଏବଂ ମହାବିଷୁବ ପଣା ସଂକ୍ରାନ୍ତି, ଓଡିଶାବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ଗୃହମନ୍ତ୍ରୀ ଅମିତ ଶାହା

Published By : Prameya-News7 Bureau | April 13, 2020 IST

ଭୁବନେଶ୍ୱର ୧୩।୦୪:  ଆଜି ପବିତ୍ର ମହାବିଷୁବ ସଂକ୍ରାନ୍ତି ବା ପଣା ସଂକ୍ରାନ୍ତି । ଏହି ଦିନକୁ ଓଡ଼ିଆ ନବ ବର୍ଷ ଭାବରେ ମଧ୍ୟ ପାଳନ କରାଯାଏ । ଆଜି ଓଡ଼ିଆ ନୂଆ ବର୍ଷରେ ନୂଆ ପାଞ୍ଜି ପ୍ରଚଳନ ହେଉଛି । ତେବେ ପଣା ସଂକ୍ରାନ୍ତିକୁ କିନ୍ତୁ ଫିକା କରିଦେଇଛି କରୋନା । ବିଭିନ୍ନ ସ୍ଥାନରେ ଝାମୁ, ପାଟୁଆ ଯାତ୍ରା, ଦଣ୍ଡ ଯାତ୍ରା ଉପରେ ରୋକ ଲାଗଯାଇଛି । ମନ୍ଦିରରେ କେବଳ ରିତିନୀତି ସିନା ହେଉଛି ହେଲେ ଭକ୍ତଙ୍କ ଗହଳି ନାହିଁ । ଓଡିଆ ନବବର୍ଷ ଏବଂ ମହାବିଷୁବ ପଣା ସଂକ୍ରାନ୍ତି ଅବସରରେ କେନ୍ଦ୍ର ଗୃହ ମନ୍ତ୍ରୀ ଟ୍ୱିଟ୍‌ କରି ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ତେବେ କେନ୍ଦ୍ର ଗୃହମନ୍ତ୍ରୀ ଓଡିଆରେ ଟ୍ୱିଟ୍‌ କରି ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି ।

wp:core-embed/twitter {"url":"https://twitter.com/AmitShah/status/1249572521164197888","type":"rich","providerNameSlug":"twitter","className":""}
https://twitter.com/AmitShah/status/1249572521164197888
/wp:core-embed/twitter

କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା ଟ୍ୱିଟ୍‌ କରି ଲେଖିଛନ୍ତି ଯେ, ଓଡ଼ିଆ ନୂଆ ବର୍ଷ ଏବଂ ମହାବିଷୁବ ପଣା ସଂକ୍ରାନ୍ତି ଅବସରରେ ଓଡ଼ିଶାର ମୋର ପ୍ରିୟ ଭାଇ ଭଉଣୀମାନଙ୍କୁ ହାର୍ଦ୍ଦିକ ଶୁଭକାମନା । ମହାପ୍ରଭୁ ଶ୍ରୀଜଗନ୍ନାଥ ସମସ୍ତଙ୍କୁ ଉତ୍ତମ ସ୍ୱାସ୍ଥ୍ୟ ଏବଂ ସୁଖ ପ୍ରଦାନ କରନ୍ତୁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.