ସାରା ଦେଶରେ ଲାଗୁ ହେବ ସମାନ ବେତନ ଯୋଜନା, ଉଲ୍ଲଂଘନରେ ହୋଇ ପାରେ ଜରିମାନା

Published By : Prameya-News7 Bureau | June 23, 2019 IST

ନୂଆଦିଲ୍ଲୀ: ଶ୍ରମ ସଂଶୋଧନ ଦିଗରେ ଖୁବ୍ ଶୀଘ୍ର ପଦକ୍ଷେପ ନେବାକୁ ଯାଉଛନ୍ତି କେନ୍ଦ୍ର ଶ୍ରମ ମନ୍ତ୍ରାଳୟ। ଏହି କ୍ରମରେ ଆଗାମୀ ସପ୍ତାହରେ ଅନୁଷ୍ଠିତ ହେବାକୁ ଯାଉଥିବା କ୍ୟାବିନେଟ୍ ବୈଠକରେ ମନ୍ତ୍ରାଳୟ  ବେତନ ସଂହିତା ବିଧେୟକକୁ ଉପସ୍ଥାପନ କରିବେ ବୋଲି ଅନୁମାନ କରାଯାଉଛି। ଯଦି ବିଧେୟକ ବୈଠକରେ ଉପସ୍ଥାପିତ ହୁଏ ଓ ଏହାକୁ ସଂସଦରେ ଉପସ୍ଥାପନ ନିମନ୍ତେ ମଞ୍ଜୁରି ମିଳେ ତେବେ ସାରା ଦେଶରେ ଶ୍ରମିକଙ୍କ ଏକକ ମଜୁରୀ ହାର ପ୍ରଚଳିତ ହେବ।

{"id":126353,"width":586,"height":167}

ଗତ ଷୋଡଷ ଲୋକସଭାରେ ସରକାର ଏହି ବିଧେୟକ ଉପସ୍ଥାପନ କରିବା ପାଇଁ ଯୋଜନା କରିଥିଲେ। ତେବେ ଲୋକସଭା ଭଙ୍ଗ ହେବା ଯୋଗୁ ଉପସ୍ଥାପିତ ହୋଇ ପାରନଥିବା ବିଧେୟକକୁ ପ୍ରାଥମିକତା ପ୍ରଦାନ କରାଯାଉଥିବା ବେଳେ ସଂସଦର ଚଳିତ ଅଧିବେଶନରେ ଏହି ବିଧେୟକ ଅଣାଯାଇପାରେ। ୧୦ ଅଗଷ୍ଟ ୨୦୧୭ରରେ ଏହି ବିଧେୟକକୁ ପ୍ରଥମେ ଲୋକସଭାରେ ଉପସ୍ଥାପନ କରାଯାଇଥିଲା। ପରେ ସଂସଦ ଷ୍ଟାଡିଙ୍ଗ କମିଟିକୁ ବିଲ ଯାଇଥିଲା । ୧୮ ଡିସେମ୍ବର ୨୦୧୮ରେ କମିଟି ବିଧେୟକ ନେଇ ନିଜର ରିପୋର୍ଟ ପ୍ରଦାନ କରିସାରିଛନ୍ତି। ତେବେ ଲୋକସଭା କାର୍ଯ୍ୟକାଳ ପୁରଣ ହୋଇ ଯିବା ଯୋଗୁ ଏହାକୁ ପୁନର୍ବାର ଗୃହରେ ଉପସ୍ଥାପନ କରାଯାଇ ପାରିନଥିଲା।  ତେବେ ଆଗାମୀ ସମପ୍ତାହରେ କ୍ୟାବିନେଟରେ ଉପସ୍ଥାପନ ପରେ ସଂହିତାକୁ ବିଧେୟକ ଆକାରରେ ଗୃହରେ ଉପସ୍ଥାପନ କରାଯିବ।

{"id":126354}

ଏହି ବିଧେୟକକୁ ବେତନ, ସାମାଜିକ ସୁରକ୍ଷା, ଔଦ୍ୟୋଗିକ ସୁରକ୍ଷା, କଲ୍ୟାଣ ଓ ଉଦ୍ୟୋଗ ସମ୍ପର୍କିତ ୪ଟି ସଂହିତା ଆଧାରରେ   ପ୍ରସ୍ତୁତ କରାଯାଇଛି। ଏହି ସବୁ ସଂହିତା ପୂର୍ବରୁ ଥିବା ୪୪ଟି ଶ୍ରମ ଆଇନର ସ୍ଥାନ ନେବ। ଯେଉଁଥିରେ ମଜୁରୀ ପୈଠ ଅଧିନିୟମ ୧୯୩୬, ସର୍ବନିମ୍ନ ମଜୁରି ଆଇନ ୧୯୪୮,ବୋନସ ପୈଠ ଆଇନ ୧୯୬୫ ଓ ସମାନ ପାରିଶ୍ରମିକ ଆଇନ ୧୯୭୬ ଆଦି ରହିବ। ଏଥିରେ ବିଭିନ୍ନ ବର୍ଗର କର୍ମଚାରୀଙ୍କ ହିସାବରେ ସାରା ଦେଶରେ ଏକକ ପାରିଶ୍ରମିକ ପ୍ରଦାନର ବ୍ୟବସ୍ଥା ରହି। ଉଲ୍ଲଂଘନ ହେଲେ ଦଣ୍ଡ ବିଧାନର ମଧ୍ୟ ପ୍ରାବଧାନ ଥିବା ଜଣାପଡିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.