'ସୋଆ'ରେ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ଡକ୍ଟର ରମେଶ ପୋଖରିୟାଲ ନିଶାଙ୍କ

Published By : Prameya-News7 Bureau | January 06, 2020 IST

ଭୁବନେଶ୍ବର୬/୧: ଦୀର୍ଘ ୩୩ ବର୍ଷ ଆସୁଛି  ନୂଆ ଶିକ୍ଷାନୀତି।  ନୂତନ ଶିକ୍ଷାନୀତି ଭାରତକୁ ବିକାଶମୁଖୀ କରିବାରେ ସାହାଯ୍ୟ କରିବ । ରୋଜଗାର, ପ୍ରଯୁକ୍ତିବିଦ୍ୟା, ସୃଜନଶୀଳ ପ୍ରଗତିଶୀଳ ଓ ନୂଆ ଭାରତ ଗଢିବାରେ ସାହାଯ୍ୟ କରିବ। ଭୁବନେଶ୍ବର ସୋଆ ବିଶ୍ବବିଦ୍ୟାଳୟ ପକ୍ଷରୁ ଆୟୋଜିତ  ନ୍ୟୁ ଏଜୁକେସନ ପଲିସି ଫର୍ ଏ ନ୍ୟୁ  ଇଣ୍ଡିଆ  ଶୀର୍ଷକ ବକ୍ତୃତା  ସମାବେଶରେ  ଉଦବୋଧନ ଦେଇ ଏଭଳି କହିଛନ୍ତି କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ  ଡକ୍ଟର ରମେଶ ପୋଖରିୟାଲ ନିଶାଙ୍କ ।

{"id":207935,"sizeSlug":"large"}

 ସୁସ୍ଥ ଭାରତ, ସ୍ବଛ ଭାରତ, ସଶକ୍ତ ଭାରତ, ଶ୍ରେଷ୍ଠ ଭାରତ  ଏକ ଭାରତ ଏ ସବୁ କିଛି ସମ୍ଭବ ଯଦି ଯୁବ ପୀଢ଼ି ଶିକ୍ଷାର ଆଲୋକଙ୍କୁ ଅନୁଭବ କରିବେ। ଆମେରିକାର ଲୋକ ସଂଖ୍ୟାଠାରୁ ଭାରତ ଛାତ୍ରଛାତ୍ରୀ ସଂଖ୍ୟା ଅଧିକ। ଏଣୁ ଦେଶର ଯୁବପୀଢିଙ୍କୁ ଏକ ନୂଆ ଦିଶା ଦେବା ଲାଗି କେନ୍ଦ୍ର ସରକାର ନୂଆ ଶିକ୍ଷା ନୀତିର ଖସଡ଼ା ପ୍ରସ୍ତୁତ କରୁଛନ୍ତି।  ଦୀର୍ଘ ୩୩ ବର୍ଷ ପରେ ଆସୁଛି ନୂତନ ଶିକ୍ଷା ନୀତି। ଆଉ ଏହି ନୂଆ ଭାରତର ନୂଆ ଶିକ୍ଷାନୀତି କଣ  ଏହା ଉପରେ ଆଲୋକପାତ କରିଛନ୍ତି କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରିୟାଲ ନିଶଙ୍କ। ଶିକ୍ଷା ଓ ଅନୁସଂଧାନ ବିଶ୍ବବିଦ୍ୟାଳୟର ଅଭିଭାଷଣ ସିରିଜରେ ଭାଗ ନେଇ ପୋଖରିୟାଲ ଭାରତୀୟଙ୍କ ଜ୍ଞାନଗାରିମାର ପରିଚୟ ହେଉଛି ବସୁଧୈବ କୁଟୁମ୍ବକମ।

{"id":207936,"sizeSlug":"large"}

କେନ୍ଦ୍ରମନ୍ତ୍ରୀ ପୋଖରିୟାଲ ସୋଆ  ବିଶ୍ବବିଦ୍ୟାଳୟ ପରିଦର୍ଶନସହ ନୂତନ ଷ୍ଟୁଡେଣ୍ଟ   ​ରେସିଡେଣ୍ଟିଆଲ କଂପ୍ଲେକ୍ସର ଉଦଘାଟନ କରିଛନ୍ତି । ସୋଆ ପ୍ରତିଷ୍ଠାତା ମନୋଜ ରଂଜନ ନାଏକ, କୁଳପତି ପ୍ରଫେସର  ଆର କେ ଚୌହାନ ଏବଂ ବିଭିନ୍ନ ବିଭାଗର ମୁଖ୍ୟଙ୍କ ସହିତ ଆଲୋଚନା କରିଥିଲେ । ଏଥିସହିତ କେନ୍ଦ୍ରମନ୍ତ୍ରୀ ପୋଖରିୟାଲ ସମ ଅଲଟିମେଟମ ହସପିଟାଲ  ପରିଦର୍ଶନ କରିବା ସହ ସମ ହସ୍ପିଟାଲରେ ରୋଗୀ ମାନଙ୍କ  ସହ କଥା ହୋଇଥିଲେ। ସୋଆ ବିଶ୍ବ ବିଦ୍ୟାଳୟରେ ଷ୍ଟଡି ଇନ ଇଣ୍ଡିଆ କାର୍ଯ୍ୟକ୍ରମରେ ପାଠ ପଢୁଥିବା  ସିରିଆ,ଭୁଟାନ, ବାଂଲାଦେଶ, ନେପାଳ ଉଗାଣ୍ଡା ଭଳି ଦେଶର ଛାତ୍ରଛାତ୍ରୀ ମାନଙ୍କୁ  ଭେଟିବା ସହ ଆଲୋଚନା କରିଥିଲେ । ଏହି ଅବସରରେ ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରିୟାଲ ନିଶାଙ୍କଙ୍କ ବଛାବଛା ଗଳ୍ପକୁ ନେଇ ଲିଖତ ପୁସ୍ତକର ଅନୁବାଦ ସମୟର ଚିତ୍ରଶିଳ୍ପୀ ଉନ୍ମୋଚିତ ହୋଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.