Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଅକ୍ଟୋବର-ନଭେମ୍ବର ମାସର ପାର୍ବଣ ଗାଇଡ୍‌ଲାଇନ୍‌, ମୂର୍ତ୍ତି ବିସର୍ଜନରେ ରହିବେ ଏତିକି ଲୋକ, ହବିଷ୍ୟାଳୀଙ୍କୁ ମନ୍ଦିର ମନା
  • ||
  • ଘଟଗାଁରେ ହାତୀ ଆତଙ୍କ, ଘଉଡାଇବାକୁ ବନ ବିଭାଗର କସରତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୬ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୩ ହଜାରରୁ ଅଧିକ କରୋନା ପଜିଟିଭ୍, ୧୬୪ ମୃତ
  • ||
  • ରାସ୍ତା ଅତିକ୍ରମ ବେଳେ ଧକ୍କା ଦେଲା ଟ୍ରକ, ଚାଲିଗଲା ଜୀବନ
  • ||
  • ଲଘୁଚାପ ପ୍ରଭାବ : ମଙ୍ଗଳବାର ଯାଏଁ ପ୍ରବଳ ବର୍ଷା, ୫୦ କିମି ବେଗରେ ବହିବ ପବନ
  • ||
  • ନୀଳଗିରିରେ ଭାଲୁ ଆତଙ୍କ, ସାଇକେଲରୁ ଟାଣିନେଇ ଯୁବକଙ୍କୁ ଘାଇଲା କଲେ
  • ||
  • ଅଢେଇ କୋଟି ଟଙ୍କାର ବ୍ରାଉନସୁଗାର ଜବତ, ଡାଇମଣ୍ଡ ହୋଟେଲ ମାଲିକ ଅଟକ
  • ||

ଏନଆରସି ଚୂଡାନ୍ତ ସୂଚୀ ପ୍ରକାଶିତ, ବାଦ ପଡିଛନ୍ତି ୧୯ ଲକ୍ଷ ଲୋକ, ଜାଣନ୍ତୁ ଏବେ ସେମାନଙ୍କ ଲାଗି ବିକଳ୍ପ କ’ଣ ?

31/08/2019 at 6:24 PM

ନୂଆଦିଲ୍ଲୀ ୩୧।୮:  କେନ୍ଦ୍ର ଗୃହମନ୍ତ୍ରାଳୟ ଶନିବାର ଜାତୀୟ ନାଗରିକ ପଞ୍ଜିକରଣ (ଏନଆରସି) ଙ୍କ ପ୍ରସ୍ତୁତ ଚୂଡାନ୍ତ ସୂଚୀ ଜାରି କରିଛନ୍ତି। ଆସାମ ଲାଗି  ଏନଆରସି ପ୍ରସ୍ତୁତ କରିଥିବା ସୂଚୀରେ  ମୋଟ ୩ କୋଟି ୧୧ ଲକ୍ଷ ୨୧ ହଜାର ୪ଜଣଙ୍କ ନାମ ଯୋଗ କରିଛନ୍ତି। ତେବେ ନାଗରିକତା ପ୍ରମାଣ କରି ନ ପାରିବାରୁ ୧୯ଲକ୍ଷ ୬ ହଜାର ୬୫୭ ଜଣ ସୂଚୀରୁ ବାଦ ପଡିଛନ୍ତି।

ସୁପ୍ରିମକୋର୍ଟଙ୍କ ପ୍ରତ୍ୟକ୍ଷ ଦେଖରେଖରେ ଏନଆରସି ଏହି ସୂଚୀ ପ୍ରସ୍ତୁତ କରିଛନ୍ତି। ତେବେ ସୂଚୀରେ ଯେଉଁ ନାଗରିକଙ୍କ ନାମ ନାହିଁ ସେମାନଙ୍କୁ ଭୟଭୀତ ନହେବା ଲାଗି ରାଜ୍ୟ ସରକାର ପରାମର୍ଶ ଦେଇଛନ୍ତି। ସେମାନଙ୍କୁ ସବୁମନ୍ତେ ସହାୟତା କରିବା ଲାଗି ରାଜ୍ୟ ସରକାର ପ୍ରତିଶ୍ରୁତି ମଧ୍ୟ ଦେଇଛନ୍ତି।ତେବେ ସୂଚୀକୁ ନେଇ କେତେକ ସ୍ଥାନରେ ଉତ୍ତେଜନାମୂଳକ ପରିସ୍ଥିତି ଉପୁଜିଛି। ଏଣୁ ସମ୍ବେଦନଶୀଳ ସ୍ଥାନମାନଙ୍କରେ ସରକାର ୧୪୪ ଧାରା ଜାରି କରିଛନ୍ତି। କୌଣସି ପ୍ରକାର ଅପ୍ରିତିକର ପରିସ୍ଥିତିର ମୁକାବିଲା ଲାଗି ୧୨୮ କମ୍ପାନୀ ଫୋର୍ସଙ୍କୁ ହାଇ-ଆଲର୍ଟରେ ରଖା ଯାଇଛି।

ଶନିବାର ସକାଳ ୧୦ଟା ବେଳେ ଚୂଡାନ୍ତ ନାଗରିକତା ସୂଚୀ ପ୍ରକାଶ କରାଯାଇଥିଲା। ଏ ସମ୍ପର୍କରେ ସୂଚନା ମିଳିବା ମାତ୍ରେ ଏନଆରସି ସେବା କେନ୍ଦ୍ର, ଉପାୟୁକ୍ତଙ୍କ କାର୍ଯ୍ୟାଳୟ ଓ କ୍ଷେତ୍ରାଧିକାରୀଙ୍କ କାର୍ଯ୍ୟାଳୟମାନଙ୍କରେ ହଜାର ହଜାର ଲୋକଙ୍କ ଭିଡ ଜମିଥିଲା। ସୂଚୀରେ ଯେଉଁମାନଙ୍କର ନାମ ଥିଲା ସେମାନେ ସ୍ୱଭାବିକ୍ ଥିଲେ। ହେଲେ ଯେଉଁମାନଙ୍କର ନାମ ନଥିଲା ସେମାନେ ଚିନ୍ତିତ ହୋଇପଡିଥିଲେ। ତେବେ ରାଜ୍ୟରେ କ୍ଷମତାସୀନ ବିଜେପି, ବିରୋଧୀ କଂଗ୍ରେସ ଓ ଅଲ ଆସାମ ଷ୍ଟୁଡେଣ୍ଟସ ୟୁନିୟନ ସୂଚୀକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି।

୧୯୭୧ ପୂର୍ବରୁ ବାଂଲାଦେଶରୁ ଭାରତ ଚାଲିଆସିଥିବା ଶରଣାର୍ଥୀଙ୍କୁ ସୂଚୀରୁ ବାହାର କରିଦିଆଯାଇଛି। ଏଣୁ ଉଚ୍ଚତମ ନ୍ୟାୟାଳୟ ସାମାବର୍ତ୍ତି ଆସାମରେ ୨୦ ପ୍ରତିଶତ ଓ ରାଜ୍ୟର ଅନ୍ୟ ସ୍ଥାନମାନଙ୍କରେ ୧୦ ପ୍ରତିଶତ ଲୋକଙ୍କୁ ନାଗରିକତା ସତ୍ୟାପନ ନିମନ୍ତେ ସୁଯୋଗ ଦେବା ଲାଗି ରାଜ୍ୟ ସରକାରଙ୍କ ବରିଷ୍ଠ ମନ୍ତ୍ରୀ ହିମନ୍ତା ବିଶ୍ୱ ଶର୍ମା ଦାବି କରିଛନ୍ତି। ସେହି ପରି ଆସାମ ଛାତ୍ରସଂଘ (ଆସୁ) ସୂଚୀରୁ ବାଦ ପଡିଥିବା ଲୋକଙ୍କ ଲାଗି ସର୍ବୋଚ୍ଚନ୍ୟାୟାଳୟ ଯିବାକୁ ଧମକ ଦେଇଛି। ତେବେ ସୂଚୀରେ ବାଂଲାଦେଶରୁ ଆସିଥିବା ବହୁ ସଂଖ୍ୟକ ମୁସଲମାନଙ୍କୁ ଏହି ସୂଚୀରେ ସ୍ଥାନମିଳିଯାଇଥିବା ପୂର୍ବତନ ବିଜେପି ସାଂସଦ ରମନ ଡେକା ଅଭିଯୋଗ କରିଛନ୍ତି। ହେଲେ ବହୁ ସଂଖ୍ୟାରେ ସ୍ଥାନୀୟ ଲୋକଙ୍କୁ ଏଥିରେ ଯୋଗ କରାଯାଇନଥିବାରୁ ସୂଚୀକୁ ତ୍ରୁଟିପୁର୍ଣ୍ଣ ବୋଲି କହିଛନ୍ତି।

ତେବେ ସୂଚୀରୁ ବାଦ ପଡିଥିବା ନାଗିରକଙ୍କ ସହାୟତା ଲାଗି ସରକାର ରାଜ୍ୟରେ ୪ଶହ ବିଦେଶୀ ନ୍ୟାୟାଧିକରଣ ସ୍ଥାପନା କରିଛନ୍ତି। ସେମାନେ ଚାହିଁଲେ ଏହି ସବୁ ନ୍ୟାୟାଧିକରଣରେ ଅପିଲ କରିପାରିବେ ବୋଲି ସରକାର ପରାମର୍ଶ ଦେଇଛନ୍ତି।ତେବେ ନ୍ୟାୟାଧିକରଣରେ ସେମାନେ ଯଦି ନାଗରିକତା ସାବ୍ୟସ୍ତ ନ କରିପାରନ୍ତି ଏଥିରେ ସରକାର କିଛି କରିପାରିବେ ନାହିଁ ବୋଲି ହାତ ଟେକିଦେଇଛନ୍ତି।

   Related Posts