ପୁଣି ୬ ମାସ ଲାଗି ଅଶାନ୍ତ କ୍ଷେତ୍ର ଘୋଷିତ ହେଲା ନାଗାଲ୍ୟାଣ୍ଡ, AFSPA ଲାଗୁ

Published By : Prameya-News7 Bureau | December 30, 2020 IST

ନୂଆଦିଲ୍ଲୀ ୩୦।୧୨: ଭାରତ ସରକାରଙ୍କ ଗୃହମନ୍ତ୍ରାଳୟ ବୁଧବାର ନାଗାଲ୍ୟାଣ୍ଡକୁ ପୁଣି ୬ ମାସ ଲାଗି ଅଶାନ୍ତ କ୍ଷେତ୍ର ଘୋଷିତ କରିଛନ୍ତି। ଏ ନେଇ ମନ୍ତ୍ରାଳୟ ଅଧିସୂଚନା ଜାରି କରିଥିବା ବେଳେ ରାଜ୍ୟରେ ସଶସ୍ତ୍ର ବଳ ବିଶେଷାଧିକାର ଆଇନ (ଏଏଫଏସପିଏ) ମଧ୍ୟ ଲାଗୁ ହୋଇଛି। ମନ୍ତ୍ରାଳୟଙ୍କ ସୂଚନା ଅନୁସାରେ ରାଜ୍ୟର ସୀମା ଅନ୍ତର୍ଗତ ସମସ୍ତ କ୍ଷେତ୍ର ଏବେ ଅଶାନ୍ତ ଓ ବିପଦଜନକ ପରିସ୍ଥିତିରେ ରହିଛି। ଏଣୁ ଏଠାରେ ସାଧାରଣ ପ୍ରଶାସନର ସହାୟତା ଲାଗି ସଶସ୍ତ୍ର ବଳଙ୍କ ପ୍ରୟୋଗ ଜରୁରି ବୋଲି ସୂଚିତ କରିଛନ୍ତି ।

{"id":384806,"width":576,"height":323,"sizeSlug":"large","linkDestination":"none"}

ଅଧିସୂଚନାରେ ସଶସ୍ତ୍ର ବଳ ଅଧିନିୟମ ୧୯୫୮(୧୯୫୮ର ସଂଖ୍ୟା ୧୪)ଧାରା ୩ ପ୍ରଦତ କ୍ଷମତାରେ କେନ୍ଦ୍ର ସରକାର ଏହି ଅଧିନିୟମକୁ ସାରା ରାଜ୍ୟରେ ଡିସେମ୍ବର ୩୦ ତାରିଖରୁ ଆଗାମୀ ୬ ମାସ ପର୍ଯ୍ୟନ୍ତ କାର୍ଯ୍ୟକାରୀ କରୁଥିବା ଘୋଷଣା କରିଛନ୍ତି।  ଚଳିତବର୍ଷ ଜୁଲାଇ ୧ ତାରିଖରେ ଗୃହମନ୍ତ୍ରାଳୟ ନାଗାଲ୍ୟାଣ୍ଡକୁ ଅଶାନ୍ତକ୍ଷେତ୍ର ଘୋଷଣା କରିବା ସହ ଏଏଫଏସପିଏ ଲାଗୁ କରିଥିଲେ।

{"id":384809,"sizeSlug":"large","linkDestination":"none"}

ସେତେବେଳେ ମଧ୍ୟ ନାଗାଲ୍ୟାଣ୍ଡର ପରିସ୍ଥିତି ଅଣାୟତ୍ତ ଓ ବିପଦଜନକ ବୋଲି ଘୋଷଣା କରିଥିଲେ। କୌଣସି ଅଞ୍ଚଳ ଅଶାନ୍ତ କ୍ଷେତ୍ର ଘୋଷଣା ପରେ ସେଠାକାର ଆଇନଶୃଙ୍ଖଳା ନିୟନ୍ତ୍ରଣ ବ୍ୟବସ୍ଥା ପୋଲିସ ବଦଳେ ସଶସ୍ତ୍ର ବଳଙ୍କ ହାତରେ ନ୍ୟସ୍ତ ହୁଏ। ଏହି ସମୟରେ କୌଣସି ପ୍ରକାର ଅସ୍ଥିରତା ଉପୁଜିଲେ ସଶସ୍ତ୍ର ବଳ ସେମାନଙ୍କ ସ୍ୱତନ୍ତ୍ର କ୍ଷମତା ବଳରେ ପରିସ୍ଥିତିକୁ ଆୟତ୍ତ କରିଥାନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.