Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟିକା ପାଇଁ ଗ୍ଲୋବାଲ୍‌ ଟେଣ୍ଡର: ୧୯ ସଦସ୍ୟଙ୍କୁ ନେଇ ଗଠନ ହେଲା କମିଟି
  • ||
  • ଭୁବନେଶ୍ବରରେ ବଢୁଛି ସଂକ୍ରମଣ, ୨୪ ଘଣ୍ଟାରେ ୯୬୨ ଆକ୍ରାନ୍ତ ଚିହ୍ନଟ
  • ||
  • ନୂଆଦିଲ୍ଲୀ : କରୋନାର ସାମାନ୍ୟ ଲକ୍ଷଣ ଥିବା ରୋଗୀଙ୍କ ପାଇଁ ଉପଯୋଗୀ ଆୟୁଷ-୬୪, ଏହି କେନ୍ଦ୍ରରେ ମିଳୁଛି ମାଗଣାରେ
  • ||
  • ଶାମଲୀ : ଲଜ୍ଜାଜନକ ଦୃଶ୍ୟ, ଅଳିଆ ବୁହା ଗାଡିରେ ଶ୍ମଶାନଘାଟ ଗଲା ମହିଳାଙ୍କ ମୃତଦେହ
  • ||
  • ଟିକା ପାଇଁ ହେବ ଗ୍ଲୋବାଲ୍‌ ଟେଣ୍ଡର, ରାଜ୍ୟ କ୍ୟାବିନେଟ୍ ବୈଠକରେ ନିଷ୍ପତ୍ତି
  • ||
  • ନୂଆଦିଲ୍ଲୀ : ରାହୁଲ ଭୋରାଙ୍କ ମୃତ୍ୟୁ ପରେ ପତ୍ନୀ ସେୟାର କଲେ ଯନ୍ତ୍ରଣାଦାୟକ ଭିଡିଓ… କେମିତି ଅକ୍ସିଜେନ୍ ଟିକିଏ ପାଇଁ ହେଉଥିଲେ ଛଟପଟ
  • ||
  • ମଥୁରା : କରୋନାରେ ହେମାମାଳିନୀଙ୍କ ବ୍ୟକ୍ତିଗତ ସଚିବଙ୍କ ମୃତ୍ୟୁ, ଟ୍ବିଟ୍ କରି ଅଭିନେତ୍ରୀ ଦେଲେ ଶ୍ରଦ୍ଧାଞ୍ଜଳି
  • ||
  • ଭୁବନ : ଦୀର୍ଘ ୭ଘଣ୍ଟା ବନ୍ଦ ଘରେ ପଡିରହିଲା ମୃତଦେହ, କରୋନା ସଂକ୍ରମଣ ଆଶଙ୍କାରେ ପାଖ ମାଡିଲେନି ପରିବାର
  • ||
  • ବଲାଙ୍ଗୀର : ରୋଗୀଙ୍କୁ ଲାଞ୍ଚ ମାଗିବା ପଡିଲା ମହଙ୍ଗା, SDMOଙ୍କୁ ସୋ-କଜ୍ ନୋଟିସ୍ ପରେ ପଠାଗଲା ଡେପୁଟେସନରେ, ସ୍ବାସ୍ଥ୍ୟକର୍ମୀ ସସ୍‌ପେଣ୍ଡ
  • ||
  • ହାଇଦ୍ରାବାଦ : ଅକ୍ସିଜେନ୍ ଟ୍ୟାଙ୍କର ଡ୍ରାଇଭର ଭୁଲିଗଲା ହସ୍ପିଟାଲ ରାସ୍ତା, ଅକ୍ସିଜେନ୍ ଅଭାବରୁ ଚାଲିଗଲା ୭ କରୋନା ରୋଗୀଙ୍କ ଜୀବନ
  • ||

ଭଦ୍ରକରେ ଗୃହମନ୍ତ୍ରୀ ରାଜନାଥ ସିଂହ ; ବିଜେପି କର୍ମକର୍ତ୍ତାଙ୍କୁ ଅକ୍ଲାନ୍ତ ପରିଶ୍ରମ କରିବାକୁ ଦେଲେ ଆହ୍ବାନ

17/02/2019 at 3:04 PM

ଭଦ୍ରକ ୧୭|୨:  ଓଡିଶା ଗସ୍ତରେ ଆସିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂହ । ଭଦ୍ରକ ଇରମଠାରେ ପହଞ୍ଚି ସହିଦ ସ୍ମୃତି ସ୍ମାରକରେ ପୁଷ୍ପମାଲ୍ୟ ଅର୍ପଣ କରିଛନ୍ତି ଗୃହମନ୍ତ୍ରୀ । ପରେ ଭଦ୍ରାକାଳୀଙ୍କ ଦର୍ଶନ କରିଛନ୍ତି । ଏହାପରେ ରାଣୀତାଲଠାରେ ବୁଥ୍ ସ୍ତରୀୟ ସମାବେଶରେ ଯୋଗଦେଲେ ଗୃହମନ୍ତ୍ରୀ ରାଜନାଥ ।

ସଭା ଆରମ୍ଭରୁ ୪୦ ସହିଦ ବୀର ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ । ସହିଦଙ୍କ ସ୍ମୃତିରେ ୨ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା । ମନୋଜ ଓ ପ୍ରସନ୍ନଙ୍କ ବଳିଦାନ ମନେରଖିବ ଦେଶ । ସଭାରେ ବିଜେପି କର୍ମକର୍ତ୍ତାଙ୍କୁ ଉଦବୋଧନ ଦେଇଥିଲେ ରାଜନାଥ । ଓଡିଆରେ ଓଡିଶାର ମା ଓ ଭଉଣୀମାନଙ୍କୁ ପ୍ରଣାମ ଜଣାଇଲେ ରାଜନାଥ । ବିଜେପି କର୍ମକର୍ତ୍ତାଙ୍କୁ ଅକ୍ଲାନ୍ତ ପରିଶ୍ରମ କରିବାକୁ ଆହ୍ବାନ ଦେଇଛନ୍ତି । ସ୍ବାଧୀନତା ସଂଗ୍ରାମ କ୍ଷେତ୍ରରେ ଓଡିଶାର ଅବଦାନ ମନେପକାଇଥିଲେ ରାଜନାଥ । ପିଏମ୍ ପିୟର, ଜିତିବା ପୁଣି ସିୟୋର ବୋଲି କହିଛନ୍ତି ରାଜନାଥ ।

ଏହି ସମାବେଶରେ ଭଦ୍ରକ ସମେତ ବାଲେଶ୍ବର, ମୟୂରଭଞ୍ଜ ଓ କେନ୍ଦୁଝରର ବୁଥ୍ କାର୍ଯ୍ୟକର୍ତ୍ତା ସାମିଲ ହୋଇଥିଲେ । ୧୯ ନିର୍ବାଚନ ପାଇଁ ଗୁରୁମନ୍ତ୍ର ଫୁଙ୍କିଛନ୍ତି ରାଜନାଥ । ବିଶେଷ କରି କେନ୍ଦ୍ର ସରକାରଙ୍କ ଯୋଜନା କେମିତି ଘରେ ଘରେ ପହଞ୍ଚିବ ଓ ମୋଦି ସରକାର ସଫଳତାର ସ୍ତୁତିପାଠ କରି କେମିତି ଭୋଟରଙ୍କ ନିକଟତର ହୋଇ ହେବ ସେନେଇ ଗୁରୁମନ୍ତ୍ର ଦେଇଛନ୍ତି ରାଜନାଥ ।

   Related Posts