Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ହାତ ଟେକିଦେଲେ ବାଚସ୍ପତି, କହିଲେ- ଯଦି ସବୁ ସଦସ୍ୟ ଗୃହ ଚଲାଇବାକୁ ପ୍ରସ୍ତୁତ ନୁହଁନ୍ତି, ତେବେ ମୁଁ କ’ଣ କରିବି ?
  • ||
  • ଭୁବନେଶ୍ବର : ମମିତା ମେହେର ହତ୍ୟା ପ୍ରସଙ୍ଗ : ଆସନ୍ତା ୧୦ରେ ବିଧାନସଭା ଘେରାଉ କରିବ ଛାତ୍ର କଂଗ୍ରେସ
  • ||
  • ପରଲୋକରେ ପଦ୍ମଶ୍ରୀ ନନ୍ଦ ସାର୍, ୧୦୪ ବର୍ଷରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ
  • ||
  • ଭୁବନେଶ୍ବର : ରିପୋର୍ଟ ଆସିବା ପରେ ନିୟମ ଅନୁସାରେ ଚାଷୀଙ୍କୁ କ୍ଷତିପୂରଣ ଦିଆଯିବ : ମନ୍ତ୍ରୀ ସୁଦାମ ମାରାଣ୍ଡି
  • ||
  • ଭୁବନେଶ୍ବର : ବିଡିଏ ଫେରାଇବ ସର୍ବକ୍ଷମା ଯୋଜନାର ଅଧିକ ଫାଇନ୍, ଆବେଦନର ଶେଷ ତାରିଖ ୧୦ ଡିସେମ୍ବର
  • ||
  • ଖୋର୍ଦ୍ଧା : ଭିଜିଲାନ୍ସ ହାତରେ ଧରାପଡିଲେ ନିର୍ବାହୀ ଯନ୍ତ୍ରୀ, ବିଲ୍ କରାଇ ଦେବାକୁ ଠିକାଦାରଙ୍କଠୁ ନେଉଥିଲେ ୧୦ ହଜାର
  • ||
  • ଟିଟିଲାଗଡ : ପୁରୀ-ଅଜମେର ଟ୍ରେନ୍‌ରେ ନିଆଁ, ଟ୍ରାକ୍‌ରେ ବ୍ରେକ୍ ଘସି ହୋଇ ଧୂଆଁ ବାହାରୁଥିଲା
  • ||
  • ରୋହିଙ୍ଗ୍ୟା ବିରୋଧୀ ହିଂସା ପାଇଁ ଫେସବୁକ ଦାୟୀ ! ୧୫୦ ବିଲିୟନ ପାଉଣ୍ଡର କ୍ଷତିପୂରଣ ଦେବାକୁ ମାମଲା
  • ||
  • କଳାହାଣ୍ଡି : ଇଚ୍ଛା ମୃତ୍ୟୁ ଆବେଦନକାରୀଙ୍କୁ ସାହା ହେଲା BSKY, ଯୋଜନାରେ ଆରମ୍ଭ ହେଲା ଚିକିତ୍ସା
  • ||
  • ତୁରେଇକେଲା ବ୍ଲକରେ ମାତିଲେ ୩୦ ଟିକିଆ ହାତୀପଲ, ଭାଙ୍ଗିଦେଲେ ଘର ଛପର
  • ||

ଆଜି ସଂସଦରେ ଆସିପାରେ ନାଗରିକତା ସଂଶୋଧନ ବିଲ୍

9/12/2019 at 7:10 AM

ନୂଆଦିଲ୍ଲୀ ୦୯।୧୨: ଆଜି ଲୋକସଭାରେ ଆଗତ ହେବ ନାଗରିକତା ସଂଶୋଧନ ବିଲ୍ -୨୦୧୯। ଗୃହମନ୍ତ୍ରୀ ଅମିତ ଶାହ ଏହି ବିଲକୁ ଆଗତ କରିବେ। ଲୋକସଭାରେ ଗୃହୀତ ହେବା ପରେ ଏହାକୁ ରାଜ୍ୟସଭାରେ ମଧ୍ୟ ଆଗତ କରାଯିବ। ଏଥିପାଇଁ ଦଳର ସମସ୍ତ ସଦସ୍ୟଙ୍କୁ ଉପସ୍ଥିତ ରିହିବାଲାଗି ହ୍ବିପ୍ ଜାରି କରାଯାଇଛି। ଲୋକସଭାରେ ଦଳର ସବୁ ସଦସ୍ୟଙ୍କୁ ଡିସେମ୍ବର ୯ରୁ ୧୧ ତାରିଖ ପର୍ଯ୍ୟନ୍ତ ଉପସ୍ଥିତ ରହିବାକୁ ଦଳ ପକ୍ଷରୁ ନିର୍ଦେଶ ଦିଆଯାଇଛି। ଏହି ତିନି ଦିନ ମଧ୍ୟରେ ବିଧେୟକ ଉପରେ ଆଲୋଚନା ହେବା ସହିତ ଗୃହୀତ କରାଇବାକୁ ଲକ୍ଷ୍ୟ ରଖିଛନ୍ତି ସରକାର। ରାଜ୍ୟ ସଭାରେ ଏହି ବିଲକୁ ବିଜେଡି ସମର୍ଥନ ଦେଇପାରେ। ଦଳ ପକ୍ଷରୁ ଏନେଇ ମଧ୍ୟ ହ୍ବିପ୍ ଜାରି ହେବାର ସମ୍ଭାବନା ରହିଛି। ସେହିପରି ଏହି ବିଲକୁ ମଧ୍ୟ ଶିବସେନା ସମର୍ଥନ କରିପାରେ ବୋଲି ଚର୍ଚ୍ଚା ହେଉଛି। ବିଧେୟକ ଗୃହୀତ କରିବାକୁ ହେଲେ ଏନଡିଏ ସରକାରଙ୍କୁ ୧୨୩ ଜଣ ସଦସ୍ୟଙ୍କ ସମର୍ଥନ ଲୋଡ଼ା। ପୂର୍ବରୁ ଏହି ବିଲ୍  କେନ୍ଦ୍ର କ୍ୟାବିନେଟ୍ ର ମଞ୍ଜୁରୀ ପାଇସାରିଛି।

ପାକିସ୍ତାନ, ବାଂଲାଦେଶ ଓ ଆଫଗାନିସ୍ତାନରୁ ଅତ୍ୟାଚାରିତ ହୋଇ ଭାରତରେ ଶରଣ ନେଇଥିବା ଅଣ ମୁସଲମାନ ସମୂଦାୟର ଲୋକଙ୍କୁ ଦେଶରେ ବୈଧ ନାଗରିକତା ପ୍ରଦାନ ଲାଗି ସରକାର ଏ ନେଇ ଥିବା ଆଇନରେ ସଂଶୋଧନ କରିବେ। ଏଥିରେ  ପାକିସ୍ତାନ, ବାଂଲାଦେଶ ଓ ଆଫଗାନିସ୍ତାନରୁ ଚାଲିଆସିଥିବା ଅଣ ମୁସଲମାନ ଶରଣାର୍ଥୀଙ୍କୁ ଭାରତୀୟ ନାଗରିକତା ପ୍ରଦାନ ଏବେ ସହଜ ହେବ।

ନାଗରିକତା ସଂଶୋଧନ ବିଧେୟକର ଉଦ୍ଦେଶ୍ୟ ୬ଟି ସମୁଦାୟ ହିନ୍ଦୁ, ଇସାଇ, ଶିଖ, ଜୈନ, ବୌଦ୍ଧ ଓ ପାରସୀ ଲୋକଙ୍କୁ ଭାରତୀୟ ନାଗରିକତା ପ୍ରଦାନ କରିବା। ଆଇନ ସଂଶୋଧନ ଦ୍ୱାରା କିଛି ନିର୍ଦ୍ଧିଷ୍ଟ ବର୍ଗର ଅପ୍ରବାସୀଙ୍କୁ ନାଗରିକତା ପ୍ରଦାନରେ ଆଇନ କୋହଳ କରାଯିବ। ତେବେ ବିଧେୟକରେ ମୁସଲମାନମାନଙ୍କୁ ସାମିଲ କରାଯାଇନଥିବାରୁ ବିରୋଧୀ ଦଳ ଏହାକୁ ଭାରତୀୟ ସମ୍ବିଧାନର ଧର୍ମ ନିରପେକ୍ଷତା ସିଦ୍ଧାନ୍ତ ବିରୋଧୀ କହି ସମାଲୋଚନା କରୁଛନ୍ତି।

ସୂଚନା ଅନୁସାରେ ନୂଆ ବିଧେୟକରେ ଅନ୍ୟ ସଂଶୋଧନ ମଧ୍ୟ ହୋଇଛି। ଫଳରେ ଅବୈଧ ଭାବେ ଭାରତରେ ବସବାସ କରୁଥିବା ଲୋକେ ଓ ପଡୋଶୀ ଦେଶରେ ଧାର୍ମିକ ଅତ୍ୟାଚାରିତ ହୋଇ ଭାରତରେ ଶରଣ ନେଇଥିବା ଲୋକଙ୍କର ସହଜରେ ଚିହ୍ନଟ ହୋଇପାରିବ।

   Related Posts