Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ‘ଇତିହାସରେ ହୋଇଥିବା ଭୁଲଗୁଡିକୁ ଏବେ ସୁଧାରୁଛି ଭାରତ’, କଂଗ୍ରେସକୁ ଟାର୍ଗେଟ୍ କରି ବର୍ଷିଲେ ପ୍ରଧାନମନ୍ତ୍ରୀ ମୋଦି
  • ||
  • ରବିବାର ରାଜ୍ୟରେ ସୁସ୍ଥହେଲେ ଆଉ ୧୦,୮୪୧ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୩୫୩୨ ଜଣ ଡିସଚାର୍ଜ
  • ||
  • ଅଭିଯୁକ୍ତକୁ ଉଠାଇ ଆଣିବାରୁ ଥାନା ପରିସରରେ ତୁମୁଳକାଣ୍ଡ, ଗ୍ରାମବାସୀ ଓ ପୋଲିସ ମାରପିଟ
  • ||
  • ବିପୁଳ ପରିମାଣର ବିଦେଶୀ ମଦ ଜବତ, ଜଣେ ଗିରଫ
  • ||
  • ଭୁଶୁଡିଯିବ ଘାଘରା ପୋଲ ! ବିପଦରେ ଶହଶହ ଯାତ୍ରୀଙ୍କ ଜୀବନ
  • ||
  • ରାଜ୍ୟରେ ଆଉ ୬ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୨୦କୁ ବୃଦ୍ଧି
  • ||
  • ରାଜ୍ୟରେ ଖସୁଛି ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୮୫୨୦ କୋଭିଡ୍ ପଜିଟିଭ୍, ୧୨୦୪୬୬୦ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଜଧାନୀରେ କରୋନା ବେଲଗାମ୍ : ଆଉ ୧୩ ଅଞ୍ଚଳ ମାଇକ୍ରୋ କଣ୍ଟେନମେଣ୍ଟ୍ ଜୋନ୍
  • ||
  • ଚର୍ଚ୍ଚାରେ ବଡପୋଖରୀଆ ପଞ୍ଚାୟତ : ପ୍ରତିଦ୍ୱନ୍ଦ୍ୱିତା ହେଲାନି, ନିର୍ଦ୍ୱନ୍ଦ୍ୱରେ ଚୟନ ହେଲେ ସରପଞ୍ଚ ଏବଂ ଓ୍ୱାର୍ଡ ମେମ୍ବର
  • ||
  • ରବିବାରଠୁ ବଢିବ ବର୍ଷା, ଏହି ସବୁ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ
  • ||

ଓମିକ୍ରୋନ୍‌ ଚିନ୍ତା ବଢ଼ିଲା, ଡିସେମ୍ବର ପହିଲାରୁ ବିଦେଶ ଫେରନ୍ତାଙ୍କ ପାଇଁ ନୂଆ ଗାଇଡଲାଇନ୍‌

28/11/2021 at 11:05 PM

ନୂଆଦିଲ୍ଲୀ ୨୮/୧୧: କରୋନାର ନୂଆ ଭାରିଏଣ୍ଟ ଓମିକ୍ରୋନ୍‌କୁ ନେଇ ସରକାର ତତ୍ପରତା ପ୍ରକାଶ କରିଛନ୍ତି। ବିଦେଶରୁ ଆସୁଥିବା ଯାତ୍ରୀଙ୍କ ପାଇଁ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ନୂଆ ଗାଇଡଲାଇନ ଜାରି କରିଛି। ଏହି ନୂଆ ନିୟମ ଡିସେମ୍ବର ପହିଲାରୁ ଲାଗୁ ହେବ। ଏହା ସହ ସମସ୍ତ ବିଦେଶ ଫେରନ୍ତା ୧୪ ଦିନର ଯାତ୍ରା ବିବରଣୀ ସହ ଆରଟିପିସିଆର ନେଗେଟିଭ୍‌ ରିପୋର୍ଟ ଦାଖଲ କରିବେ।

ସ୍ବାସ୍ଥ୍ୟ ମନ୍ତ୍ରାଳୟର ଗାଇଡଲାଇନ ଅନୁସାରେ, ସଂକ୍ରମିତ ଦେଶରୁ ଫେରୁଥିବା ଯାତ୍ରୀଙ୍କ କରୋନା ପରୀକ୍ଷା ଏୟାରପୋର୍ଟରେ ହିଁ କରାଯିବ। ସେଠାରେ ସେମାନେ ରିପୋର୍ଟର ଅପେକ୍ଷା କରିବେ। ଯଦି ରିପୋର୍ଟ ନେଗେଟିଭ୍‌ ଆସିଲା ତେବେ ସେମାନେ ଘରେ ୭ ଦିନ ସଙ୍ଗରୋଧରେ ରହିବେ। ଅଷ୍ଟମ ଦିନରେ ଦ୍ବିତୀୟ ଥର କରୋନା ପରୀକ୍ଷା କରାଯିବ। ଏଥର ପୁଣି ଥରେ ନେଗେଟିଭ୍‌ ରିପୋର୍ଟ ଆସିଲେ ଆଗାମୀ ୭ ଦିନ ଯାଏଁ ତାଙ୍କୁ ସଚେତନା ରହିବାକୁ କୁହାଯିବ।

କେନ୍ଦ୍ର ସରକାର, ଦକ୍ଷିଣ ଆଫ୍ରିକା, ବ୍ରିଟେନ୍‌ ସମେତ ବ୍ରାଜିଲ୍‌, ବାଂଲାଦେଶ, ଚୀନ, ମରିସସ୍‌, ନ୍ୟୁଜିଲାଣ୍ଡ, ଜିମ୍ବାଓ୍ବେ, ସିଙ୍ଗାପୁର, ହଙ୍ଗକଙ୍ଗ ଏବଂ ଇସ୍ରାଏଲକୁ ପ୍ରଭାବିତ ଦେଶ ତାଲିକାରେ ସାମିଲ କରିଛନ୍ତି। ଏହି ସବୁ ଦେଶରେ ଓମିକ୍ରୋନ୍ ସଂକ୍ରମଣ ମାମଲା ମିଳିସାରିଛି। ଏହି ସବୁ ଦେଶରୁ ଆସୁଥିବା ଯାତ୍ରୀଙ୍କ କରୋନା ପରୀକ୍ଷା କରାଯିବା ସହ ତାଙ୍କୁ କ୍ବାରେଣ୍ଟାଇନ୍‌ରେ ରଖାଯିବ।

   Related Posts