Covidରେ ମାସ୍କ ପିନ୍ଧିବା ନେଇ ଆସିଲା ସ୍ୱାସ୍ଥ୍ୟମନ୍ତ୍ରାଳୟଙ୍କ ଗାଇଡଲାଇନ୍

Published By : Prameya-News7 Bureau | September 03, 2020 IST

ନୂଆଦିଲ୍ଲୀ  ୩।୯:  ସାରା ଦେଶରେ କୋଭିଡ-୧୯ ମହାମାରୀ କାୟା ବିସ୍ତାର କରିବାରେ ଲାଗିଛି। ସରକାର ଲୋକଙ୍କୁ ସାବଧାନତା ଅବଲମ୍ବନ ନିମନ୍ତେ ପରାମର୍ଶ ଦେଇ ଆସୁଛନ୍ତି। ଏଥିରେ ଲୋକଙ୍କୁ ଭିଡରୁ ଦୂରେଇ ରହିବା ସହ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରିଛନ୍ତି। ଏହା ସତ୍ତ୍ୱେ ଲୋକେ ମାସ୍କକୁ ନେଇ ନାନା ଭ୍ରାନ୍ତିରେ ଅଛନ୍ତି। ଏଥିରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟ ପ୍ରଥମ ଥର ମାସ୍କ ପିନ୍ଧିବା ନେଇ ଗାଇଡଲାଇନ ଜାରି କରିଛନ୍ତି।

{"id":324711,"sizeSlug":"large"}

ଗାଇଡଲାଇନରେ ସ୍ୱାସ୍ଥ୍ୟମନ୍ତ୍ରାଳୟ ଯଦି କେହି ଏକାକୀ କାର ଚାଳନା କରୁଥାନ୍ତି ତାଙ୍କ ଲାଗି ମାସ୍କ ପିନ୍ଧିବା ବା ନ ପିନ୍ଧିବାରେ କୌଣସି ଫରକ ପଡେନି ବୋଲି ଉଲ୍ଲେଖ କରିଛନ୍ତି। ଯଦି କାରରେ ଡ୍ରାଇଭର ବ୍ୟତୀତ ଅଧିକ ଲୋକେ ଥାନ୍ତି ତେବେ ସମସ୍ତେ ମାସ୍କ ପିନ୍ଧିବା ଜରୁରି ବୋଲି କହିଛନ୍ତି। କାରଣ ସଂକ୍ରମିତ କାସିଲେ ଅଥବା ଚିଙ୍କିଲେ ଭୂତାଣୁ କଣିକା ବାୟୁରେ ଭାସି ବୁଲିଥାଏ। ଏହା ସଂସ୍ପର୍ଶରେ ଯେତେଜଣ ଆସିବେ ସମସ୍ତ ସଂକ୍ରମିତ ହେବାର ସମ୍ଭାବନା ଅଧିକ ବୋଲି ମନ୍ତ୍ରାଳୟ କହିଛନ୍ତି।

{"id":324712,"sizeSlug":"large"}

ସେହିପରି ଶାରୀରିକ ବ୍ୟାୟାମ ବେଳେ ମଧ୍ୟ ମାସ୍କକୁ ନେଇ ଗାଇଡଲାଇନରେ ବିଶେଷ ସତର୍କତା ରହିଛି। ଏଥିରେ କେହି ଏକାକୀ ସାଇକ୍ଲିଂ ଅଥବା ବ୍ୟାୟାମ କରୁଛନ୍ତି ତେବେ ତାଙ୍କୁ ମାସ୍କ ଲଗାଇବାର କୌଣସି ଆବଶ୍ୟକତା ନାହିଁ। ତେବେ ଯଦି ଗୋଷ୍ଠୀରେ ଏକ୍ସରସାଇଜ କରାଯାଉଥାଏ ତେବେ ମାସ୍କ ଜରୁରି।

{"id":324713,"sizeSlug":"large"}

କୋଭିଡ-୧୯ ସଂକ୍ରମଣ ଯୋଗୁ ସାରା ଦେଶରେ ୩୮ ଲକ୍ଷରୁ ଅଧିକ ଲୋକେ ସଂକ୍ରମିତ ହୋଇସାରିଲେଣି। ସେହିପରି ୬୭ ହଜାରରୁ ଅଧିକ ଲୋକେ ସଂକ୍ରମିତ ହେବା ଯୋଗୁ ପ୍ରାଣ ହରାଇଲେଣି।  କେବଳ ଗତ ୨୪ ଘଣ୍ଟାରେ ସାରା ଦେଶରୁ ୮୩ ହଜାରରୁ ଅଧିକ କେସ୍ ସାମ୍ନାକୁ ଆସିଛି। ଯାହାକି ବିଶ୍ୱରେ ଗୋଟିଏ ଦିନରେ ସର୍ବାଧିକ ସଂକ୍ରମଣ ବୋଲି ଏବେ କୁହାଯାଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.