Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦିଲ୍ଲୀ: କରୋନା ଟିକା ନେବା ପରେ ୫୧ ଜଣଙ୍କ ଠାରେ ଦେଖାଗଲା ପାର୍ଶ୍ବ ପ୍ରତିକ୍ରିୟା
  • ||
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୮୯୯ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଆରମ୍ଭ ହେଲା କୋଭିଡ୍ ଟିକାକରଣ, ୧୬୧ କେନ୍ଦ୍ରରେ ଚାଲିଛି ଟିକାଦାନ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୭୮ କୋଭିଡ୍ ସଂକ୍ରମିତ, ୩୩୩୧୨୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଦେଶରେ ଖସୁଛି କରୋନା ଗ୍ରାଫ୍, ଗତ ୨୪ଘଣ୍ଟାରେ ୧୫୧୫୮ କୋଭିଡ଼ ସଂକ୍ରମିତ ଚିହ୍ନଟ
  • ||
  • ଘାଟିରେ ଦୁର୍ଘଟଣା : ଟ୍ରକକୁ ସାମ୍ନା ପଟୁ ପିଟିଲା ବାଇକ୍‌, ଚାଲିଗଲା ଶଳା-ଭିଣୋଇଙ୍କ ଜୀବନ
  • ||
  • ବୈଠକ ପରେ ବୈଠକ କିନ୍ତୁ ଫଳ ଶୂନ ! ୧୯’ରେ ପୁଣି ଚାଷୀ-ସରକାର ଆଲୋଚନା
  • ||
  • ବରଗଡ଼: ବ୍ୟବସାୟୀଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନା-ଗହଣା ଲୁଟ, ୩ ଲୁଟେରା ଗିରଫ
  • ||

UKରେ ନୂଆ Covid ଷ୍ଟ୍ରେନ୍‌କୁ ନେଇ ସୋମବାର ସ୍ୱାସ୍ଥ୍ୟମନ୍ତ୍ରାଳୟଙ୍କ ଜରୁରି ବୈଠକ, ସାମିଲ ହୋଇପାରନ୍ତି WHO ପ୍ରତିନିଧି

20/12/2020 at 10:53 PM

ନୂଆଦିଲ୍ଲୀ ୨୦।୧୨: ବ୍ରିଟେନରେ କରୋନା ଭାଇରସର ନୂଆ ପ୍ରକାର (ଷ୍ଟ୍ରେନ) ଚିହ୍ନଟ ପରେ ଭାରତ ସରକାରଙ୍କ ସ୍ୱାସ୍ଥ୍ୟମନ୍ତ୍ରାଳୟ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଭୂତାଣୁ ସମ୍ପର୍କରେ ବିସ୍ତୃତ ଆଲୋଚନା ଲାଗି ମନ୍ତ୍ରାଳୟ ସୋମବାର ଜରୁରି ଜଏଣ୍ଟ ମନିଟରିଂ ଗ୍ରୁପ (ଜେଏମଜି) ବୈଠକ ଆହ୍ୱାନ କରିଛନ୍ତି। ସ୍ୱାସ୍ଥ୍ୟ ସେବା ମହାନିର୍ଦ୍ଦେଶକ (ଡିଜିଏଚଏସ୍)ଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ହେବାକୁ ଥିବା ବେଳେ ଜେଏମଜି ସଦସ୍ୟ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ(ଡବ୍ଲୁଏଚଓ) ଙ୍କ ପ୍ରତିନିଧି ଯୋଗଦେଇ ପାରନ୍ତି।

କୁହାଯାଉଛି କରୋନା ଭାଇରସର ନୂଆ ଷ୍ଟ୍ରେନ୍‌ ବ୍ରିଟେନରେ ଦ୍ରୁତ ସଂକ୍ରମଣ କରୁଛି। ଦେଶରେ ସଂକ୍ରମଣ ଅନିୟନ୍ତ୍ରିତ ହେଉଥିବା ସରକାର ସତର୍କ କରିବା ପରେ ଅନେକ ଦେଶ ବ୍ରିଟେନକୁ ବିମାନ ସେବା ରୋକି ଦେଇଛନ୍ତି। ସେପଟେ ବ୍ରିଟେନ ମଧ୍ୟ ରବିବାର ଦେଶରେ କଡାକଡି ଲକଡାଉନ ଜାରି କରିଛି।

ଦକ୍ଷିଣ ବ୍ରିଟେନରେ କରୋନା ଭାଇରସର ନୂଆ ପ୍ରକାର ପ୍ରଥମେ ଚିହ୍ନଟ ହୋଇଥିଲା। ଦେଖୁ ଦେଖୁ ଦକ୍ଷିଣ ଓ ପୂର୍ବ ବ୍ରିଟେନକୁ ବ୍ୟାପିଯାଇଛି। ସଂକ୍ରମଣ ଲାଗି କେଣ୍ଟ ଏବେ ଦେଶରେ ଚର୍ଚ୍ଚାରେ ଥିବା ବେଳେ ଅନେକ ଦେଶ ବ୍ରିଟେନକୁ ବିମାନ ସେବା ବନ୍ଦ କରିଛନ୍ତି। ଭୂତାଣୁର ନୂଆ ପ୍ରକାର ଜଣାପଡିବା ମାତ୍ରେ ସ୍କଟଲ୍ୟାଣ୍ଡ ବ୍ରିଟେନକୁ ତୁରନ୍ତ ବିମାନ ସେବା ବାତିଲ କରିଥିଲା।

ଏବେ ଜର୍ମାନ, ନେଦର ଲ୍ୟାଣ୍ଡ ଓ ବେଲଜିୟମ ଆଦି ଦେଶ ବ୍ରିଟେନକୁ ସେମାନଙ୍କ ବିମାନ ଉଡାଣ ବନ୍ଦ କରିଛନ୍ତି। ଅଷ୍ଟ୍ରିଆ ଓ ଇଟାଲୀ ବ୍ରିଟେନରୁ ଆସୁଥିବା ବିମାନ ଉପରେ ରୋକ ଲଗାଇବାକୁ ବିଚାର କରୁଥିବା ବେଳେ ଇଟାଲୀ  ନିଜ ନାଗରିକଙ୍କ ସୁରକ୍ଷା ଲାଗି  ପଦକ୍ଷେପ ନେଉଥିବାର ସୂଚନା ଦେଇଛି।

   Related Posts