ଦିଲ୍ଲୀ ଏମ୍ସରେ ମା’ଙ୍କ ଚକ୍ଷୁଦାନ କଲେ ମନ୍ତ୍ରୀ ହର୍ଷବର୍ଦ୍ଧନ, କହିଲେ ମା’ଙ୍କ ଶରୀର ଦାନ ସମାଜକୁ ପ୍ରେରଣା ଦେବ

Published By : Prameya-News7 Bureau | September 06, 2020 IST

ନୂଆଦିଲ୍ଲୀ: କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ. ହର୍ଷବର୍ଦ୍ଧନ ଙ୍କ ମା’ଙ୍କ ପରଲୋକ ଆଜି (ରବିବାର) ଘଟିଛି। ମା’ଙ୍କ ଅକାଳ ବିୟୋଗରେ ଭାଙ୍ଗିପଡ଼ିଛନ୍ତି ହର୍ଷବର୍ଦ୍ଧନ । ହୃଦ୍‌ଘାତ ଯୋଗୁ ମୃତ୍ୟୁ ହୋଇଥିବା ସେ ଟ୍ବିଟ୍ କରି ଜଣାଇଥିଲେ। ଏବେ ସେ ତାଙ୍କ ମା’ଙ୍କ ଆଖିକୁ ଏମ୍ସରେ ଦାନ କରିଥିବା ପୁଣି ଟ୍ବିଟ୍ କରି ଜଣାଇଛନ୍ତି। ସେ ଲେଖିଛନ୍ତି, ପୂଜନୀୟା ମା’ଙ୍କ ଇଚ୍ଛା ଅନୁସାରେ, ନିଧନର ତୁରନ୍ତ ପରେ ତାଙ୍କ ଚକ୍ଷୁଦାନ ଦିଲ୍ଲୀ ଏମ୍ସରେ ହୋଇଛି।’

ମା’ଙ୍କ ପାର୍ଥିବ ଶରୀରକୁ ଆଜାଦ ମେଡିକାଲ କଲେଜ ପ୍ରଶାସନକୁ ମଧ୍ୟ ସମର୍ପିଛନ୍ତି। ତାଙ୍କ ଶରୀର ଦାନ ସମାଜକୁ ପ୍ରେରଣା ଦେବ। ଏହା ସହ ଜୀବନ ଜିଇବାକୁ ଉତ୍ସାହିତ କରିବ ବୋଲି ସେ କହିଛନ୍ତି। ମନ୍ତ୍ରୀ ଏହା ବାଦ୍ ଗୋଟିଏ ବ୍ୟକ୍ତିଗତ ନୋଟ୍ ମଧ୍ୟ ସେ ସେୟାର କରିଛନ୍ତି। ସେଥିରେ ସେ ନିଜ ମାଙ୍କୁ ଜଣେ ଉଚ୍ଚ ବ୍ୟକ୍ତିତ୍ବ ବୋଲି ଦର୍ଶାଇଛନ୍ତି। ଯିଏକି ଥିଲେ ତାଙ୍କ ମାର୍ଗଦର୍ଶିକା। ମା’ଙ୍କ ବିୟୋଗ ତାଙ୍କ ହୃଦୟରେ ଶୂନ୍ୟସ୍ଥାନ ସୃଷ୍ଟି କରିଛି ଯାହାକୁ କେହି ବି ପୂରଣ ପାରିବେ ନାହିଁ। ମୃତ୍ୟୁ ବେଳକୁ ତାଙ୍କ ମା’ଙ୍କ ବୟସ ହୋଇଥିଲା ୮୯ ବର୍ଷ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.