Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • SCBରୁ ଗ୍ୟାଙ୍ଗଷ୍ଟାର ହାଇଦର୍‌ ଫେରାର ଘଟଣା, ୬ ପୋଲିସ କର୍ମଚାରୀ ସସ୍‌ପେଣ୍ଡ
  • ||
  • ଭଦ୍ରକ : ବସକୁ ପିଟିଲା ଟ୍ରକ୍, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ||
  • ଚଣ୍ଡିଖୋଲ : ଧକ୍କା ଦେଲା ଟ୍ରକ୍, ଜୀବନ ହାରିଲେ ସ୍ୱାମୀ-ସ୍ତ୍ରୀ, ଝିଅ ଗୁରୁତର
  • ||
  • ମାନିଲେନି କଟକଣା : ଭୁବନେଶ୍ୱର ୪ ନମ୍ୱର ମାର୍କେଟରେ ପୋଲିସର ଚଢାଉ, ଫାଇନ ଦେଲେ ଦୋକାନୀ
  • ||
  • ବଡ଼ବିଲ : ଅଗ୍ନିକାଣ୍ଡରେ ଜଳିଗଲା ୪ଟି ଦୋକାନ, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ପାଉଁଶ
  • ||
  • ତାତିରୁ ମିଳିଛି ତ୍ରାହି, ୧୪ ଯାଏଁ କାଳବୈଶାଖି ବର୍ଷା ସମ୍ଭାବନା
  • ||
  • ଓଡିଶାରେ ସାଙ୍ଘାତିକ ସ୍ଥିତିରେ କରୋନା, ୨୪ ଘଣ୍ଟାରେ ୧୩୭୯ ପଜିଟିଭ୍ ଚିହ୍ନଟ
  • ||
  • ତାତିରୁ ମିଳିଛି ତ୍ରାହି, ୧୪ ଯାଏଁ କାଳବୈଶାଖି ବର୍ଷା ସମ୍ଭାବନା
  • ||
  • ବଢିଲା ସଂକ୍ରମଣ, ୭ ଦିନ ପାଇଁ ଏହି ଅଞ୍ଚଳକୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ ଘୋଷଣା
  • ||
  • ଆଜିଠୁ ଟିକା ଉତ୍ସବ, ୧୪ ଯାଏ କରୋନା ମହାମାରୀ ମୁକାବିଲା ଲାଗି ଚାଲିବ ଦେଶବ୍ୟାପୀ
  • ||

ଦେଶରେ ସ୍ୱାସ୍ଥ୍ୟହାର ହ୍ରାସ ପାଇଛି, କିନ୍ତୁ ଟିକାକରଣ ବୃଦ୍ଧି ପାଇଛି-କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ

9/04/2021 at 11:38 AM

ନୂଆଦିଲ୍ଲୀ ୦୯/୦୪ : ଦେଶରେ ନୂଆ କରୋନା ମାମଲା ନିୟମିତ ବୃଦ୍ଧି ପାଇବାରେ ଲାଗିଛି। ଏହାର ସିଧା ପ୍ରଭାବ ସ୍ୱାସ୍ଥ୍ୟ ବ୍ୟବସ୍ଥା ଓ ସୁସ୍ତାହାର ଉପରେ ପଡୁଛି। କରୋନାକୁ ନେଇ ହୋଇଥିବା ବୈଠକରେ ସ୍ୱାସ୍ଥ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି ଯେ ଦେଶର ସ୍ୱାସ୍ଥ୍ୟହାର ହ୍ରାସ ପାଇଛି। ଅପରପକ୍ଷରେ ଟିକାକରଣ ବୃଦ୍ଧି ପାଇଛି। ଶୁକ୍ରବାର ଦିନ ଦେଶରେ ୧ ଲକ୍ଷ ୩୧ ହଜାର ୯୬୮ ନୂଆ ମାମଲା ସାମ୍ନାକୁ ଆସିଛି। ଏହାପରେ ସଂକ୍ରମିତଙ୍କ ସଂକ୍ଷତା ୧ କୋଟି ୩୦ ଲକ୍ଷ ୬୦ ହଜାର ୫୪୨ରେ ପହଞ୍ଚିଛି। ଗୋଟିଏ ଦିନରେ ୭୮୦ ସଂକ୍ରମିତଙ୍କ ମୃତ୍ୟୁ ପରେ ମୃତକଙ୍କ ସଂଖ୍ୟା ୧ ଲକ୍ଷ ୬୭ ହଜାର ୬୪୨ରେ ପହଞ୍ଚିଛି। ସ୍ୱାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁଯାୟୀ ୯ ଲକ୍ଷ ୭୯ ହଜାର ୬୦୮ ସଂକ୍ରମିତଙ୍କ ଚିକିତ୍ସା ଚାଲିଛି।

କରୋନାକୁ ନେଇ ଉଚ୍ଚ ସ୍ଥରୀୟ ୨୪ତମ ବୈଠକରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଡ.ହର୍ଷବର୍ଦ୍ଧନ କହିଛନ୍ତି ଯେ ଦେଶର ସ୍ୱାସ୍ଥ୍ୟହାର ହ୍ରାସ ପାଇଛି। ସେ କହିଛନ୍ତି ଯେ ୧,୧୯,୧୩,୨୯୨ ସମ୍ପୂର୍ଣ୍ଣ ସୁସ୍ଥ ହୋଇଛନ୍ତି। ଦେଶର ସ୍ୱାସ୍ଥ୍ୟହାର ଯାହା ଗତ ୨-୩ ମାସରେ ୯୬-୯୭ ପରାଇସତ ଥିଲା ତାହା ବର୍ତ୍ତମାନ ୯୧.୨୨ ପ୍ରତିଶତ ହୋଇଛି। ସେ କହିଛନ୍ତି ଯେ ଗତ ବୈଠକ ସମୟରେ ଦେଶରେ ମୃତକଙ୍କ ସଂଖ୍ୟା ୧ ଲକ୍ଷ ୫୩ ହଜାର ୮୪୭ ଥିବାବେଳେ ବର୍ତ୍ତମାନ ୧ ଲକ୍ଷ ୬୭ ହଜାର ୬୪୨ ହୋଇଛି। ସେତେବେଳେ ଦିନକୁ ହାରାହାରି ୧୨୩ ସଂକ୍ରମିତଙ୍କ ମୃତ୍ୟୁ ହେଉଥିବା ବେଳେ ବର୍ତ୍ତମାନ ଦିନକୁ ହାରାହାରି ୭୮୯ ମୃତ୍ୟୁ ହେଉଛି।

କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି ଯେ ଦେଶରେ ଟିକାକରଣ ବୃଦ୍ଧି ପାଇଛି। ଗତ ୨୪ ଘଣ୍ଟାରେ ୩୬ ଲକ୍ଷ ୯୧ ହଜାର ୫୧୧ ଜଣଙ୍କ ଟିକାକରଣ ହୋଇଛି। ଗତ ସପ୍ତାହରେ ଗୋଟିଏ ଦିନରେ ୪୩ ଲକ୍ଷ ଟିକା ଦିଆଯାଇଥିଲା। ୮୯ ଲକ୍ଷରୁ ଅଧିକ ସ୍ୱାସ୍ଥ୍ୟ କର୍ମୀଙ୍କୁ ପ୍ରଥମ ଡୋଜ୍ ଦିଆଯାଇଥିବା ବେଳେ ୫୪ ଲକ୍ଷରୁ ଅଧିକ ସ୍ୱାସ୍ଥ୍ୟ କର୍ମୀଙ୍କୁ ଦ୍ୱିତୀୟ ଡୋଜ୍ ଦିଆଯାଇଛି।

ସ୍ୱାସ୍ଥ୍ୟମନ୍ତ୍ରୀ ଦାବି କରିଛନ୍ତି ଯେ ୧୪୯ ଜିଲ୍ଲାରେ ଗତ ୭ ଦିନରେ କରୋନା ମାମଲା ସାମ୍ନାକୁ ଆସିନାହିଁ। ୮ ଜିଲ୍ଲାରେ ଗତ ୧୪ ଦିନରେ ଗୋଟିଏ ବି ମାମଲା ସାମ୍ନାକୁ ଆସିନାହିଁ।

   Related Posts