ସଂସଦରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଦାବି, ଭାରତରେ ୯୨ ପ୍ରତିଶତ କରୋନା ମାମଲା ମାଇଲ୍ଡ

Published By : Prameya-News7 Bureau | September 14, 2020 IST

ନୂଆଦିଲ୍ଲୀ ୧୪।୯: କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡା. ହର୍ଷବର୍ଦ୍ଧନ ସୋମବାର ସଂସଦରେ କରୋନା ଭାଇରସ ମହାମାରୀ ନେଇ ତଥ୍ୟ ଉପସ୍ଥାପନ କରିଛନ୍ତି। ଦେଶରେ କରୋନା ଭାଇରସ ସଂକ୍ରମଣ ପ୍ରାରମ୍ଭିକ କାଳରେ ସରକାରଙ୍କ ପଦକ୍ଷେପ ଯୋଗୁ ଉଭୟ ସଂକ୍ରମଣ ଓ ମୃତ୍ୟୁ ହାରକୁ ରୋକାଯାଇ ପାରିଥିବା କହିଛନ୍ତି। ଫଳରେ ଅନୁନ୍ୟ ୩୭ ରୁ ୭୮ ହଜାର ଲୋକଙ୍କ ପ୍ରାଣ ରକ୍ଷା କରାଯାଇପାରିଥିବା ସେ ଗୃହକୁ କହିଛନ୍ତି।

ସେହିପରି ଭାରତରେ ସଂକ୍ରମିତ ଚିହ୍ନଟ ହେଉଥିବା ୯୨ ପ୍ରତିଶତ ଲୋକଙ୍କ କେସ୍ ମାଇଲ୍ଡ ଅର୍ଥାତ ମୃଦୁ। ଏଣୁ ସଂକ୍ରମିତଙ୍କ ମଧ୍ୟରୁ ୫.୮ ପ୍ରତିଶତଙ୍କୁ ଅକ୍ସିଜେନ ସପୋର୍ଟ ଓ ୧.୭ ପ୍ରତିଶତଙ୍କୁ ସମୟରେ ଆଇସିୟୁ ସପୋର୍ଟ ମିଳିଗଲେ ସେମାନେ ସୁସ୍ଥ ହୋଇପାରୁଛନ୍ତି। ପ୍ରାରମ୍ଭିକ ପର୍ଯ୍ୟାୟରେ ସଂକ୍ରମଣ ରୋକିବା ଲାଗି ସରକାରୀ ପଦକ୍ଷେପ ଯୋଗୁ ଭୂତାଣୁର ପ୍ରକୋପ ହ୍ରାସ ହୋଇପାରିଛି।

ପ୍ରଧାନମନ୍ତ୍ରୀଙ୍କ ଜନତା କର୍ଫ୍ୟୁ ଓ ଲକଡାଉନ କାଳରେ ଆମର ପ୍ରସ୍ତୁତି ଯୋଗୁ ୧୪ରୁ ୨୯ ଲକ୍ଷ ଲୋକଙ୍କୁ ସଂକ୍ରମଣରୁ ରକ୍ଷା କରାଯାଇ ପାରିଛି। ସେହିପରି ପ୍ରାରମ୍ଭିକ ପର୍ଯ୍ୟାୟରେ ଆମ ପାଖରେ ଟେଷ୍ଟିଂ କିଟ୍‌ ନଥିଲା। ଏଥିପାଇଁ ଦେଶକୁ ଆମଦାନୀ ଉପରେ ନିର୍ଭରଶୀଳ ହେବାକୁ ପଡିଥିଲା। ତେବେ ପ୍ରସ୍ତୁତି ଯୋଗୁ ଏବେ ଦେଶରେ ଟେଷ୍ଟିଂ କିଟ୍ ଉପଲବ୍ଧ ହୋଇପାରୁଛି। କେବଳ ଟେଷ୍ଟିଂ କିଟ୍‌ ନୁହେଁ ପିପିଇ କିଟ୍‌, ମାସ୍କ ଓ ଭେଣ୍ଟିଲେଟର ମାମଲାରେ ମଧ୍ୟ ଭାରତ ଏବେ ଆତ୍ମ ନିର୍ଭର ବୋଲି କହିଛନ୍ତି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.