Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଜଳେଶ୍ୱର : ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଓଲଟିଲା ଯାତ୍ରୀବାହୀ ବସ୍‌, ଗାଡିରେ ଥିଲେ ୫୦ରୁ ଅଧିକ ଲୋକ
  • ||
  • ନୂଆଦିଲ୍ଲୀ : ଦେଶ ପାଳୁଛି ୭୨ତମ ସାଧାରଣତନ୍ତ୍ର ଦିବସ
  • ||
  • ପଦ୍ମ ସମ୍ମାନ ଘୋଷଣା: ୩ଟି ବର୍ଗରେ ମୋଟ ୧୧୯ ଜଣ ପାଇବେ ସମ୍ମାନ
  • ||
  • ବଜେଟ୍‌ ଡେ’ରେ ପାର୍ଲାମେଣ୍ଟ ଚଲୋ: ଆନ୍ଦୋଳନକାରୀ କୃଷକ ଦେଲେ ଡାକରା
  • ||
  • ଚିନ୍ତା ବଢାଇଲେଣି କୁଲଡିହା ହାତୀପଲ, ନଷ୍ଟ କରୁଛନ୍ତି ବ୍ୟାପକ ଫସଲ
  • ||
  • ଭୁବନେଶ୍ବର : ଫେବୃଆରୀ ୧୪ରୁ ରାଜ୍ୟରେ ଦ୍ବିତୀୟ ପର୍ଯ୍ୟାୟ ଟିକାକରଣ
  • ||
  • ଅନୁଗୋଳ : ଜିଲ୍ଲାପାଳଙ୍କ ଅଫିସ୍ ଆଗରେ ମା’ ଓ ପୁଅଙ୍କ ଆତ୍ମାହୁତି ଉଦ୍ୟମ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୩୦ କୋଭିଡ୍ ସଂକ୍ରମିତ, ୩୩୪୪୩୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ବ୍ରହ୍ମପୁର : ଟ୍ରାକ୍ଟର ସହ ବାଇକ୍ ଧକ୍କା, ଜଣେ ମୃତ, ୨ ଶ୍ରମିକ ଗୁରୁତର
  • ||
  • ଆନନ୍ଦପୁର : ଧାନ ଡୋଲି ଓଲଟିପଡି ସ୍ତ୍ରୀ ମୃତ, ସ୍ବାମୀ ଗୁରୁତର
  • ||

ଦେଶରେ ଏଯାଏଁ ହୋଇନି କରୋନାର ଗୋଷ୍ଠୀ ସଂକ୍ରମଣ : ଡା. ହର୍ଷବର୍ଦ୍ଧନ

9/07/2020 at 5:03 PM

ନୂଆଦିଲ୍ଲୀ ୯।୭:  ଦେଶରେ କରୋନା ସଂକ୍ରମଣ ବିସ୍ଫୋରକ ରୂପ ଧାରଣ କରିଛି। ମୋଟ ସଂକ୍ରମିତଙ୍କ ସଂଖ୍ୟା ୭ଲକ୍ଷ ୬୭ ହଜାର ୨୯୬ରେ ପହଞ୍ଚିଛି। ତେବେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡା. ହର୍ଷବର୍ଦ୍ଧନ ଦେଶରେ ଏବେବି କରୋନାର ଗୋଷ୍ଠୀ ସଂକ୍ରମଣ ହୋଇ ନଥିବା କହିଛନ୍ତି। ଗୁରୁବାର ଅନୁଷ୍ଠିତ ଅଷ୍ଟାଦଶତମ ଉଚ୍ଚସ୍ତରୀୟ କ୍ୟାବିନେଟ୍ ଗ୍ରୁପ ବୈଠକରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଏହା କହିଛନ୍ତି। ଏ ନେଇ ସେ ବିଶେଷଜ୍ଞଙ୍କ ସହ ଆଲୋଚନା କରିଥିବା ବୈଠକକୁ ସୂଚିତ କରିଥିବା ବେଳେ କିଛି ସ୍ଥାନୀୟ ପ୍ୟାକେଟ୍ ରହିଛି ଯେଉଁଠି ଅଧିକ ସଂକ୍ରମଣ ହେଉଥିବା ସେ କହିଛନ୍ତି।

ଡା.ହର୍ଷବର୍ଦ୍ଧନ ବୈଠକରେ  ଅଧ୍ୟକ୍ଷତା କରିଥିଲେ। ସେ କହିଥିଲେ ଯେ ଦେଶରେ କରୋନା ମୃତ୍ୟୁ ହାର ରୋକିବା ଏବେ ସରକାର ପ୍ରାଥମିକତା। ଏଣୁ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶମାନଙ୍କ ସହ ମିସି କରୋନା ଆକ୍ରାନ୍ତଙ୍କ ଚିହ୍ନଟ ଓ ପ୍ରଭାବି ଚିକିତ୍ସା ବ୍ୟବସ୍ଥା କରିବା କେନ୍ଦ୍ର ସରକାରଙ୍କ ଉଦ୍ଦେଶ୍ୟ ।  ବିଶ୍ୱର କରୋନା ଆକ୍ରାନ୍ତ ଦେଶଙ୍କ ସୂଚୀରେ ଭାରତ ଏବେ ତୃତୀୟ ସ୍ଥାନରେ ପହଞ୍ଚିଥିବା ଗଣମାଧ୍ୟମରେ ଚର୍ଚ୍ଚା ହେଉଛି। ତେବେ ଭାରତର ଜନସଂଖ୍ୟାରେ ବିଶ୍ୱର ଦ୍ୱିତୀୟ ବୃହତ୍ତମ ଦେଶ ବୋଲି ସମସ୍ତେ ଭୁଲିଯାଇଛନ୍ତି ବୋଲି ସ୍ୱାସ୍ଥ୍ୟ ମନ୍ତ୍ରୀ କହିଛନ୍ତି।

ବିଶ୍ୱରେ ପ୍ରତି ନିୟୁତ ସଂକ୍ରମିତଙ୍କ ହାର ୧ହଜାର ୪୫୩ ରହିଛି। ସେହି ଅନୁସାରେ ଭାରତରେ ସଂକ୍ରମଣ ହାର ୫୩୮ ଥିବା ଡା. ହର୍ଷବର୍ଦ୍ଧନ କହିଛନ୍ତି। ଏଣୁ ଦେଶରେ କୋଭିଡ-୧୯ର ପରିଚାଳନା ଏବେ ଆମଲାଗି ସବୁଠାରୁ ବଡ ଆହ୍ୱାନରେ ପରିଣତ ହୋଇଛି। ସଂକ୍ରମଣ ନିୟନ୍ତ୍ରଣ ଲାଗି କଣ୍ଟେନମେଣ୍ଟ ଓ ସର୍ଭିଲିଆନ୍ସର କଡା କଟକଣା ଜାରି ହେବା ଦରକାର। ଏଥିଲାଗି ଆମର ଯାଞ୍ଚ କ୍ଷମତାକୁ ସମ୍ପୂର୍ଣ୍ଣ ଉପଯୋଗ କରିବାକୁ ପଡିବ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି।

ଆରୋଗ୍ୟ ସେତୁ ଡିଜିଟାଲ ଆପ୍ ମାଧ୍ୟମରେ ହଟସ୍ପଟ୍‌ର ପୂର୍ବାନୁମାନ ଲାଗି ପ୍ରାଥମିକତା ଦିଆଯାଉଥିବା କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ କହିଥିବା ବେଳେ ସଂକ୍ରମିତଙ୍କ ହସ୍ପିଟାଲରେ ଭର୍ତ୍ତି ଉପରେ ଗୁରୁତ୍ୱାରୋପ କରିଛନ୍ତି। ଏଥିଲାଗି ସ୍ୱାସ୍ଥ୍ୟ ଭିତ୍ତିଭୂମିକୁ ପ୍ରସ୍ତୁତ ରଖାଯିବା ଏବେ ଜରୁରି ବୋଲି ସେ କହିଛନ୍ତି। ସଂକ୍ରମିତ ଯେତେ ଶୀଘ୍ର ଚିହ୍ନଟ ହେବେ ସଂକ୍ରମଣ ନିୟନ୍ତ୍ରଣ ହେବା ସହ ଲୋକଙ୍କ ସୁସ୍ଥତା ହାର ମଧ୍ୟ ବଡିପାରିବ। ଏହା ଦ୍ୱାରା ଦେଶରେ ମୃତ୍ୟୁକୁ ନିୟନ୍ତ୍ରିତ କରାଯାଇପାରିବ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ବୈଠକରେ କହିଛନ୍ତି।

   Related Posts