ଆୟକରଦାତାଙ୍କ ପାଇଁ ଖୁସି ଖବର, ପ୍ରଧାନମନ୍ତ୍ରୀ ଓ ଅର୍ଥମନ୍ତ୍ରୀଙ୍କ ସହ ମିଳିପାରେ ଚା ପିଇବାର ସୁଯୋଗ, ସଂସଦର ପ୍ରଥମ ଅଧିବେଶନରେ ଏ ନେଇ ହୋଇପାରେ ଘୋଷଣା

Published By : Prameya-News7 Bureau | June 03, 2019 IST

ନୂଆଦିଲ୍ଲୀ ୩।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ବିତୀୟପାଳି ସରକାରରେ କରଦାତାଙ୍କୁ ଉତ୍ସାହିତ କରିବା ପାଇଁ ନୂଆ ନୂଆ ଯୋଜନା ହାତକୁ ନିଆଯାଉଥିବା ଜଣାପଡିଛି। ଏଥିରେ ଅଧିକ ଆୟକର ଦେଉଥିବା କରଦାତାଙ୍କୁ ଉତ୍ସାହିତ କରିବା ପାଇଁ ଯୋଜନା ରହିଥିବା ବେଳେ ଏଭଳି ସମ୍ମାନଜନକ କରଦାତାଙ୍କୁ ପ୍ରଧାନମନ୍ତ୍ରୀ ଓ ଅର୍ଥମନ୍ତ୍ରୀଙ୍କ ସହ ଚା ପାନର ସୁଯୋଗ ମିଳିବ ବୋଲି ଜଣାପଡିଛି। ଏମିତିରେ ବି ସରକାର ପୂର୍ବରୁ କରଦାତାଙ୍କ ଲାଗି ଅନେକ ନନ ମନିଟାରୀ ଇନସେଣ୍ଟିଭ ଦେଇ ଆସୁଛନ୍ତି । ତେବେ ପ୍ରଧାନମନ୍ତ୍ରୀଙ୍କ ସହ ‘ଚାୟ ପେ ଚର୍ଚ୍ଚା’ କରଦାତାଙ୍କୁ ଅଧିକ ଉତ୍ସାହିତ କରିବ ବୋଲି ଆଶା କରାଯାଉଛି।

{"id":119234}

ସରକାର ଦ୍ବିତୀୟ ପାଳିରେ ଶୁଳ୍କ ବ୍ୟବସ୍ଥାକୁ ଅଧିକ ପ୍ରୋଗ୍ରେସିଭ କରିବାକୁ ଚାହାନ୍ତି। ଏଣୁ ସଂସଦର ପ୍ରଥମ ଅଧିବେଶନରେ ଏ ନେଇ କିଛି ଆଖଦୃଶିଆ ଘୋଷଣା ହେବାର ମଧ୍ୟ ଅନୁମାନ କରାଯାଉଛି। ପ୍ରଧାନମନ୍ତ୍ରୀ ପୂର୍ବରୁ ଅନେକବାର କରଦାତଙ୍କୁ  ନିଜର କୃତଜ୍ଞତା ଜଣାଇଛନ୍ତି। ଏଥିପାଇଁ ଆୟକର ବିଭାଗ ସର୍ବାଧିକ କର ପୈଠ କରୁଥିବା କରଦାତଙ୍କୁ ଆପ୍ରିସିଏସନ ସାର୍ଟିଫିକେଟ ମଧ୍ୟ ପ୍ରଦାନ କରୁଛନ୍ତି । ତେବେ ପ୍ରଧାନମନ୍ତ୍ରୀଙ୍କ ନୂଆ ଯୋଜନା ଯୋଗୁ ଶୁଲ୍କ ଅସୁଲି ହାର ବୃଦ୍ଧି କରିବାରେ ନିଶ୍ଟିତ ସହାୟକ ହୋଇପାରେ ବୋଲି ଆଶା କରାଯାଉଛି।  

{"id":119235}

ଗତ ମାର୍ଚ୍ଚ ୩୧ ତାରିଖରେ ଶେଷ ହୋଇଥିବା ଆର୍ଥିକ ବର୍ଷରେ ଡାଇରେକ୍ଟ ଟ୍ୟାକ୍ସ କଲେକ୍ସନ ସରକାରଙ୍କ ରିଭାଇଜଡ୍ ଟାର୍ଗେଟରୁ ବି କମ୍ ଥିଲା। ଏହି ସମୟ ସୁଦ୍ଧା ସରକାରଙ୍କୁ ମାତ୍ର ୧୨ଲକ୍ଷ କୋଟି ଟଙ୍କା ଶୁଳ୍କ ମିଳିପାରିଛି । ଏଣୁ ଦ୍ବିତୀୟପାଳିରେ ପାଣ୍ଠି ଯୋଗାଡ କରିବା ଏବେ ସରକାରଙ୍କ ପାଇଁ ଚାଲେଞ୍ଜ ପାଲଟିଛି।

{"id":119237}

ଏହା ଛଡା ସରକାର ଦ୍ବିତୀୟ ପାଳିରେ ଅଧିକ ଜନକଲ୍ୟାଣକାରୀ ଯୋଜନା ହାତକୁ ନେବାକୁ ଚାହାନ୍ତି। ଚାଷୀଙ୍କ ପାଇଁ ସରକାର ବିଭିନ୍ନ ଯୋଜନା କରିବାକୁ ଚାହୁଁଥିବା ବେଳେ ଅଧିକରୁ ଅଧିକ ଚାଷୀଙ୍କୁ ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ନିଧି ଯୋଜନାର ଲାଭ ଦେବାକୁ ଚାହୁଁଛନ୍ତି। ଏଣୁ ସରକାରୀ ଖର୍ଚ୍ଚ ବଢିବା ସହ ଯୋଜନା ନିମନ୍ତେ ଅର୍ଥ କରଦାତାଙ୍କଠାରୁ ଆଣିବା ଉପରେ ସରକାର ଜୋରଦେବେ ବୋଲି ଅନୁମାନ କରାଯାଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.