Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୬୧୭ କରୋନା ସଂକ୍ରମିତ ଚିହ୍ନଟ
  • ||
  • ରାଉରକେଲା : ଡ୍ରାଇଭରଙ୍କ ନାଁରେ ୨୮ କୋଟି ଟଙ୍କାର GST ଠକେଇ ଅଭିଯୋଗ
  • ||
  • ଗଞ୍ଜାମ : ବୋମା ଭିଡୁଥିବା ବେଳେ ବିସ୍ଫୋରଣ, ଜଣେ ମୃତ, ଦୁଇ ଗୁରୁତର
  • ||
  • ବୋମା ଭିଡୁଥିବା ବେଳେ ବିସ୍ଫୋରଣ : ଜଣେ ମୃତ, ଦୁଇ ଗୁରୁତର
  • ||
  • ଦେଶର ପ୍ରତ୍ୟେକ ନାଗରିକଙ୍କୁ ମିଳିବ କରୋନା ଟିକା : ପ୍ରଧାନମନ୍ତ୍ରୀ
  • ||
  • ଡକାୟତି ଯୋଜନା ପଣ୍ଡ, ୪ ଡକାୟତଙ୍କୁ ବାନ୍ଧିଲା ପୋଲିସ
  • ||
  • ଅବସରପ୍ରାପ୍ତ ଡିଜିପି ମିଲନ ମହାନ୍ତିଙ୍କ ପରଲୋକ
  • ||
  • ରାଜ୍ୟରେ ବଢୁଛି ଶୀତର ପ୍ରକୋପ, କନ୍ଧମାଳରେ ୧୫ଡିଗ୍ରୀ ତଳକୁ ଖସିଲା ପାରଦ
  • ||
  • ଅନୁଗୋଳରେ ବିଷାକ୍ତ ମଦ ପିଇ ୪ ଜଣଙ୍କ ମୃତ୍ୟୁ ଘଟଣାରେ ୪ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ
  • ||

କରୋନା ପରିସ୍ଥିତି ପରଖିବାକୁ ମୋଦୀ ପଠାଇବେ ଟିମ୍, ମମତା ବାନାର୍ଜୀ କହିଲେ- ରାଜ୍ୟରେ ପଶିବାକୁ ଦେବି ନାହିଁ

20/04/2020 at 7:19 PM

କୋଲକାତା ୨୦।୦୪: କରୋନା ଭାଇରସ୍‌ରେ ପୂରା ଦେଶ ଏବେ ବେହାଲ। ସମସ୍ତ ରାଜ୍ୟ ସରକାର ଓ କେନ୍ଦ୍ର ସରକାର ମିଶି ଏହି ମହା ବିପଦର ମୁକାବିଲା କରୁଛନ୍ତି। ମାତ୍ର ଏହି ବିପଦ ସମୟରେ ମଧ୍ୟ ରାଜନୀତି ଜାରି ରହିଛି। କେନ୍ଦ୍ର ସରକାର ପଶ୍ଚିମବଙ୍ଗ ସମେତ କିଛି ରାଜ୍ୟରେ କେନ୍ଦ୍ର ମନ୍ତ୍ରୀସ୍ତରୀୟ ଟିମ୍(IMCT) ପଠାଇବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ଟିମ୍ ରାଜ୍ୟଗୁଡିକରେ  କରୋନାର ସ୍ଥିତି ଏବଂ ଲକ୍‌ଡାଉନ୍‌  ଉଲ୍ଲଂଘନ ସମ୍ବନ୍ଧିତ ବିଷୟରେ ରିପୋର୍ଟ ପ୍ରସ୍ତୁତ କରି କେନ୍ଦ୍ରକୁ ଦେବେ। ମାତ୍ର କେନ୍ଦ୍ର ସରକାରଙ୍କ ଏହି ପଦକ୍ଷେପକୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କଡା ବିରୋଧ କରିଛନ୍ତି।

ମମତା ସୋମବାର ଟୁଇଟ୍ କରି କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି ଏବଂ ଏହି ଟିମ୍‌କୁ ରାଜ୍ୟଗୁଡିକୁ ପଠାଇବାର କାରଣ ବିଷୟରେ ପଚାରିଛନ୍ତି। ମମତା ଲେଖିଛନ୍ତି ଯେ, ଆମେ କରୋନା ମହାମାରୀ  ବିରୋଧରେ କେନ୍ଦ୍ର ସରକାରଙ୍କ ସହଯୋଗ ଏବଂ ପ୍ରସ୍ତାବର ସ୍ଵାଗତ କରୁଛୁ। ମାତ୍ର କେନ୍ଦ୍ର ସରକାର ପଶ୍ଚିମବଙ୍ଗ ସମେତ କିଛି ଅନ୍ୟ ରାଜ୍ୟରେ ଆଇଏମସିଟିକୁ ପଠାଇବାକୁ ଯେଉଁ ନିଷ୍ପତ୍ତି ନେଇଛନ୍ତି, ଏହାର ଉଦ୍ଦେଶ୍ୟ କଣ ରହିଛି ବୁଝି ହେଉନି।

କରୋନା ପ୍ରଭାବିତ ରାଜ୍ୟକୁ ପଠାଯିବ କେନ୍ଦ୍ରୀୟ ଟିମ୍

କେନ୍ଦ୍ର ସରକାର ପଶ୍ଚିମବଙ୍ଗରେ ଦୁଇ ଆଇଏମସିଟି ପଠାଇବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ଟିମ୍‌ରେ କେନ୍ଦ୍ରର ଭିନ୍ନ ଭିନ୍ନ ମନ୍ତ୍ରଣାଳୟର ଅଧିକାରୀ ଓ ମନ୍ତ୍ରୀ ସାମିଲ। ଏହି ଟିମ୍ ରାଜ୍ୟର କରୋନା ମୁକାବିଲା ପ୍ରସ୍ତୁତି ଏବଂ ମୁଖ୍ୟତଃ ଲକ୍‌ଡାଉନ୍‌ର ସ୍ଥିତି କେମିତି ରହିଛି ତାର ସମୀକ୍ଷା କରିବେ। କେନ୍ଦ୍ର ଗୃହ ମନ୍ତ୍ରଣାଳୟ ରାଜ୍ୟର ମୁଖ୍ୟ ସଚିବଙ୍କୁ ଚିଠି ଲେଖି କହିଛନ୍ତି ଯେ, ଏହି ଟିମ୍ ସ୍ଥିତି ପରଖି ତତ୍କାଳ ପଦକ୍ଷେପ ନେବେ, ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେବେ ଏବଂ ରିପୋର୍ଟ ପ୍ରସ୍ତୁତ କରି କେନ୍ଦ୍ରକୁ ଦେବେ।

ବିନା କାରଣରେ ଯିବାକୁ ଦେବି ନାହିଁ

କେନ୍ଦ୍ର ଚିଠିରେ କହିଛି ଯେ, ଏହା ସ୍ପଷ୍ଟ ଯେ ପଶ୍ଚିମବଙ୍ଗର କୋଲକାତା, ହାଓ୍ଵଡା, ପୂର୍ବ ମେଦିନିପୁର, ଉତ୍ତର ୨୪ ପ୍ରଗଣା, ଦାର୍ଜିଲିଂ, କେଲିମପୋଙ୍ଗ ଓ ଜଳପାଇଗୁଡିରେ ଅବସ୍ଥା ଠିକ୍ ନୁହଁ। ମମତା ଏଥିରେ ଆପତ୍ତି କରି କହିଛନ୍ତି ଯେ, ମୁଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଗୃହ ମନ୍ତ୍ରୀ ଅମିତ୍ ଶାହାଙ୍କୁ ରାଜ୍ୟର ଏହି ସବୁ ଜିଲ୍ଲାକୁ ଚୟନ କରିବାର ଆଧାର ବିଷୟରେ ପ୍ରଶ୍ନ କରିଛନ୍ତି। ମୋତେ କହିବାକୁ ଅବଶୋଷ ଲାଗୁଛି ଯେ, ବିନା କୌଣସି ସ୍ପଷ୍ଟ କାରଣରେ ମୁଁ ଏହାର ଅନୁମତି ଦେଇ ପାରିବି ନାହିଁ, କାରଣ ଏହା ସଙ୍ଘୀୟ ଭାବନାର ବିରୋଧୀ ଅଟେ।

   Related Posts