Work from homeରେ ଥିଲେ ଧ୍ୟାନ ଦିଅନ୍ତୁ, ସରକାର ଆଣିବାକୁ ଯାଉଛନ୍ତି ନୂଆ ଶ୍ରମ ଆଇନ୍

Published By : Prameya-News7 Bureau | January 02, 2021 IST

ନୂଆଦିଲ୍ଲୀ ୨।୨: କରୋନା ଭାଇରସ ମହାମାରୀରେ କାର୍ଯ୍ୟାଳୟ କାର୍ଯ୍ୟ ସଂସ୍କୃତିରେ ଅନେକ ପରିବର୍ତ୍ତନ ଆସିଛି। କାର୍ଯ୍ୟାଳୟରେ ଭୂତାଣୁ ସଂକ୍ରମଣ ରୋକିବା ଲାଗି କର୍ମଚାରୀଙ୍କୁ ‘ୱାର୍କ ଫ୍ରମ ହୋମ’ ଲାଗି ନିର୍ଦ୍ଦେଶ ଦିଆଯାଇଛି। ଦପ୍ତରରେ କର୍ମଚାରୀଙ୍କ ସଂଖ୍ୟା ହ୍ରାସ ହୋଇଥିବା ବେଳେ ସଂକ୍ରମଣର ପ୍ରାଦୁର୍ଭାବ ମଧ୍ୟ ହ୍ରାସ ହୋଇଛି। ଏଣୁ କେନ୍ଦ୍ର ଶ୍ରମ ମନ୍ତ୍ରାଳୟ ପରିବର୍ତ୍ତିତ ପରିସ୍ଥିତିରେ ପ୍ରଚଳିତ ଶ୍ରମ ଆଇନରେ ସଂଶୋଧନ ଲାଗି ବିଚାର କରୁଥିବା ଜଣାପଡିଛି।

ଆଇନର ଏହି ସଂଶୋଧନ ଏବେ ଚିଠା ପ୍ରସ୍ତାବରେ ରହିଛି। ଯାହାର ଏକ ଡ୍ରାଫ୍ଟ ମନ୍ତ୍ରାଳୟ ନୂଆବର୍ଷରେ ଜାରି କରିଥିବା ଜଣାପଡିଛି। ସରକାରଙ୍କ ଡ୍ରାଫ୍ଟରେ ଲୋକଙ୍କ ପରାମର୍ଶ ମଗାଯାଇଥିବା ବେଳେ ଏଥିରେ କେବଳ ମାଇନିଂ, ମେନୁଫେକ୍ଚରିଂ ଓ ସର୍ଭିସ୍ ସେକ୍ଟରର କର୍ଚମଚାରୀଙ୍କ ଲାଗି ୱାର୍କଫ୍ରମ ହୋମ ଲାଗି ବ୍ୟବସ୍ଥା ରହିଛି।

କେନ୍ଦ୍ର ଶ୍ରମ ମନ୍ତ୍ରାଳୟ ଯେଉଁ ଚିଠାପ୍ରସ୍ତାବ ପ୍ରସ୍ତୁତ କରିଛନ୍ତି ଏଥିରେ ସୂଚନା ଓ ପ୍ରାଦ୍ୟୋଗିକ (ଆଇଟି) କ୍ଷେତ୍ରଙ୍କୁ ବିଶେଷ ଲାଭ ମିଳିବ ବୋଲି ଆକଳନ କରାଯାଉଛି। ଏହି ନିୟମରେ ଆଇଟି କର୍ମଚାରୀଙ୍କୁ ୱାର୍କିଂ ଆୱାରରେ ରିହାତି ମିଳିପାରେ। ସର୍ଭିସ ସେକ୍ଟରର ଆବଶ୍ୟକତାକୁ ଦୃଷ୍ଟିରେ ରଖି ପ୍ରଥମ ଥର ଶ୍ରମର ଏକ ଭିନ୍ନ ମଡେଲ ପ୍ରସ୍ତୁତ କରିଥିବାର କୁହାଯାଇଛି।

ସୂଚନା ଯୋଗ୍ୟଯେ ସରକାର ୱାର୍କ ଫର୍ମ ହୋମ ଲାଗି ଯେଉଁ ଚିଠା ପ୍ରସ୍ତାବ ଜାରି କରିଛନ୍ତି। ଏହା ଆଇନର ପ୍ରାରମ୍ଭିକ ପ୍ରକ୍ରିୟା ମାତ୍ର। ଏ ନେଇ ଶ୍ରମ ମନ୍ତ୍ରାଳୟ ପରାମର୍ଶକୁ ଅପେକ୍ଷା କରିଛନ୍ତି। ଯଦି ଆପଣ ନୂଆ ଆଇନ ଲାଗି କୌଣସି ପ୍ରସ୍ତାବ ଦେବାକୁ ଚାହାନ୍ତି ତେବେ ୩୦ ଦିନ ମଧ୍ୟରେ ଶ୍ରମ ମନ୍ତ୍ରାଳୟଙ୍କ ନିକଟକୁ ପଠାଇପାରିବେ। ତେବେ ସରକାରଙ୍କ ସଂଶୋଧିତ ଆଇନ ହୁଏତ ଦେଶରେ ଏପ୍ରିଲମାସରେ ଲାଗୁ ହୋଇପାରେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.