ରାତି ଅଧରେ ବଦଳି ଗଲା କରୋନାରେ ବେହାଲ ଦିଲ୍ଲୀର ‘ସରକାର’, କେନ୍ଦ୍ର ସରକାର ଲାଗୁ କରିଦେଲେ ଏହି ଆଇନ

Published By : Prameya-News7 Bureau | April 28, 2021 IST

ନୂଆଦିଲ୍ଲୀ ୨୮।୪:   କରୋନା ଭାଇରସ ମହାମାରୀରେ ବେହାଲ ଦିଲ୍ଲୀରେ କେନ୍ଦ୍ର ସରକାର ‘ଗଭର୍ଣ୍ଣମେଣ୍ଟ ଅଫ ନ୍ୟାସନାଲ କ୍ୟାପିଟାଲ ଟେରିଟୋରୀ ଅଫ ଦିଲ୍ଲୀ’ ଶଂସୋଧିତ ଆଇନ ୨୦୨୧ ନୋଟିଫାଇ କରିଦେଇଛନ୍ତି। ୨୭ ଏପ୍ରିଲ ଅର୍ଦ୍ଧରାତ୍ରରୁ ରାଷ୍ଟ୍ରୀୟ ରାଜଧାନୀରେ ଏହି ଆଇନ କାର୍ଯ୍ୟକାରୀ ହୋଇଛି।   ଆଇନରେ ଦିଲ୍ଲୀ ଲେଫ୍ଟନାଣ୍ଟ ଗଭର୍ଣ୍ଣର (ଏଲଜି)ଙ୍କ ଅଧିକାର ଓ କ୍ଷମତାକୁ ପରିଭାଷିତ କରାଯାଇଛି।  ଯାହା  ଲାଗୁ ହେବା ପରେ କେନ୍ଦ୍ର ଶାସିତ ପ୍ରଦେଶରେ ସରାକାରର ଅର୍ଥ ଏବେ ଏଲଜି ବୋଲି ବୁଝାଯିବ। ଦିଲ୍ଲୀ ରାଷ୍ଟ୍ରୀୟ ରାଜଧାନୀ ରାଜକ୍ଷେତ୍ର ଅଧିନିୟମ ଶାସନ(ଶଂସୋଧନ) ଅଧିନିୟମ ୨୦୨୧ ଲାଗୁ ହେବା ପରେ ଏବେ ପ୍ରତ୍ୟେକ ନିଷ୍ପତ୍ତି ଉପରାଜ୍ୟପାଳ ନେବେ।

{"id":445564,"sizeSlug":"large","linkDestination":"none"}

ଆଇନ କାର୍ଯ୍ୟକାରୀ ହେବା ପରେ ଏବେ ଦିଲ୍ଲୀ ସରକାର ଅଥବା ମନ୍ତ୍ରୀମଣ୍ଡଳ ଯାହାବି ନିଷ୍ପତ୍ତି ନେବେ ସେ ନେଇ ଆଗ ଏଲଜିଙ୍କ ସହ ବିଚାର ବିମର୍ଷ କରିବେ। ରାଷ୍ଟ୍ରୀୟ ରାଜଧାନୀରେ ଏପରି ଏକ ସମୟରେ ଆଇନ ନୋଟିଫାଇ ହୋଇଛି ଯେତେବେଳେ ଏହାକୁ ନେଇ କୋର୍ଟରୁ ଆରମ୍ଭ କରିଗ୍ରାଉଣ୍ଡ ଜିରୋ ପର୍ଯ୍ୟନ୍ତ କେନ୍ଦ୍ର ଓ ରାଜ୍ୟ ସରକାର ମୁହାଁମୁହିଁ ଅବସ୍ଥାରେ ଅଛନ୍ତି।

ରାଜଧାନୀରେ ହେଉଥିବା କରୋନା ସଂକ୍ରମଣରେ ରୋଗୀଙ୍କୁ ଅକ୍ସିଜେନ ଯୋଗାଇ ଦେବାରେ କେରିୱାଲ ସରକାରଙ୍କ ବିରୋଧରେ ଦାୟିତ୍ୱହୀନତାର  ଅଭିଯୋଗ କାଳରେ ତାଙ୍କ ସରକାରଙ୍କ  କ୍ଷମତା ପ୍ରତ୍ୟାହାର ହୋଇଯାଇଛି। ଅକ୍ସିଜେନ ସଂକ୍ଟ ଯୋଗୁ ଦିଲ୍ଲୀରେ ଅନେକ ସଂକ୍ରମିତଙ୍କ ମୃତ୍ୟୁ ହୋଇଛି। ଏହି ଆଇନରେ ଜିଏନସିଟି ଅଫ ଦିଲ୍ଲୀ ଆକ୍ଟ ୧୯୯୧କୁ ପୁନଃ ସ୍ଥାପିତ କରାଯାଇଛି। ଆଇନ ଅନୁସାରେଏବେ ନିର୍ବାଚିତ ସରକାର ଓ ଏଲଜିଙ୍କ କ୍ଷମତା ପରିସର ପୁଣି ଥରେ ପରିଭାଷିତ ହୋଇଛି।

{"id":445562,"width":838,"height":571,"sizeSlug":"large","linkDestination":"none"}

ଏବେ ଦିଲ୍ଲୀ ବିଧାନସଭା ଅଥବା ଏହାର ବିଭିନ୍ନ କମିଟି ଦିଲ୍ଲୀ ଏନସିଟିର ଦୈନନ୍ଦିନ ପ୍ରସଙ୍ଗରେ ନିଷ୍ପତ୍ତି ନେଇପାରିବେ ନାହିଁ। ସେହିପରି ପ୍ରଶାସନିକ ମାମଲାରେ ଦିଲ୍ଲୀର ନିର୍ବାଚିତ ସରକାର କୌଣସି ତଦନ୍ତ ନିର୍ଦ୍ଦେଶ ଦେଇପାରିବେ ନାହିଁ। ଏହି ବିଧେୟକଚିଠା ପ୍ରସ୍ତାବ ସଂସଦରେ ଉପସ୍ଥାପନ କାଳରେ ଆମଆଦମୀ ପାର୍ଟି ସମେତ ବିରୋଧୀ ଦଳମାନେ ଦୃଢ ବିରୋଧ କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.