Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୨୪୫୨ ଆକ୍ରାନ୍ତ, କିନ୍ତୁ ସଂକ୍ରମଣ ବୃଦ୍ଧିରେ ଲାଗୁନି ରୋକ୍‌
  • ||
  • କମ୍ବିଂ ବେଳେ ଏସ୍‌ଓଜି ଯବାନ-ମାଓବାଦୀ ମୁହାଁମୁହିଁ, ଗୁଳି ବିନିମୟରେ ମାଓବାଦୀ ମୃତ !
  • ||
  • ସାଲେପୁର : ଡାକ ଘରେ ଚାଲିଥିଲା ଭୋଜି ଭାତର ଆୟୋଜନ, ୩ ହଜାର ଟଙ୍କା ତଣ୍ଡ ଗଣିଲେ କର୍ମଚାରୀ
  • ||
  • ନୀଳଗିରି : ପୋଖରୀରେ ଗାଧୋଇବା ବେଳେ ଖସିଗଲା ଗୋଡ, ଚାଲିଗଲା ନାବାଳିକାଙ୍କ ଜୀବନ
  • ||
  • ସାନଖେମୁଣ୍ଡି : ବେଆଇନ ମଦ ବିକ୍ରିକୁ ନେଇ ଜନ ଅସନ୍ତୋଷ, ଥାନା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ
  • ||
  • କର୍ଲାମୁଣ୍ଡା : ୨ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରାପଡିଲେ ରାଜସ୍ବ ନିରୀକ୍ଷକ
  • ||
  • ଆନନ୍ଦପୁର : ଯୁକ୍ତ ୨ ପରୀକ୍ଷା ବାତିଲ ଦାବିରେ ୨ଟି ମହାବିଦ୍ୟାଳୟ ଛାତ୍ରଙ୍କ ରାସ୍ତାରୋକ
  • ||
  • ଭୁବନେଶ୍ବର : ଦୈନିକ ଲକ୍ଷେ ଟେଷ୍ଟ କରନ୍ତୁ ରାଜ୍ୟ ସରକାର – ବିଜୟ ମହାପାତ୍ର
  • ||
  • ଭୁବନେଶ୍ବର : ଓଡିଶାର ଚିହ୍ନଟ ହୋଇନି କରୋନାର ଟ୍ରିପଲ ମ୍ୟୁଣ୍ଟାଣ୍ଟ – ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ନିର୍ଦ୍ଦେଶକ
  • ||
  • ଖୋର୍ଦ୍ଧା : ଅନଲାଇନ୍‌ରେ ପରୀକ୍ଷା ଅଥବା ବାତିଲ୍ ଦାବିରେ ଯୁକ୍ତ ୨ ଛାତ୍ରଛାତ୍ରୀଙ୍କ ବିକ୍ଷୋଭ
  • ||

Petrol & Diesel ମୂଲ୍ୟ ହ୍ରାସ ଲାଗି ବିଚାର କରୁଛନ୍ତି ସରକାର, ଅଧା ହୋଇପାରେ ଦର !

25/02/2021 at 4:24 PM

ନୂଆଦିଲ୍ଲୀ ୨୫।୨: ଦେଶରେ ତୈଳ ଦର ଐତିହାସିକ ସ୍ତରରେ ପହଞ୍ଚିଛି। ପେଟ୍ରୋଲ ଓ ଡିଜେଲ ମୂଲ୍ୟ ବୃଦ୍ଧି ମୁଦ୍ରାସ୍ପିତିକୁ ମଧ୍ୟ ପ୍ରଭାବିତ କରୁଛି। ଏଥିରେ ଯଦି କେନ୍ଦ୍ର ସରକାର ପେଟ୍ରୋଲିୟମ ଉତ୍ପାଦକୁ ସାମଗ୍ରୀ ଏବଂ ସେବାକର (ଜିଏସଟି) ପରିସରକୁ ନେଇ ଆସନ୍ତି ତେବେ ସାଧାରଣ ଲୋକଙ୍କ ଲାଗି ଏହା ଆଶ୍ୱସ୍ତିକର ହେବ। କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଗତ ଦିନରେ ଏ ନେଇ ସୂଚନା ମଧ୍ୟ ଦେଇଛନ୍ତି।

ବର୍ତ୍ତମାନ ତୈଳ ଉତ୍ପାଦ ଉପରେ ଲାଗୁ ହେଉଥିବା ଶୁଳ୍କ ହାର ଏତେ ଅଧିକ ଯେ ୩୫ ଟଙ୍କାର ପେଟ୍ରୋଲକୁ ଲୋକେ ୧୦୦ ଟଙ୍କା ଦେଇ କିଣିବାକୁ ବାଧ୍ୟ ହେଉଛନ୍ତି। କେବଳ ପେଟ୍ରୋଲ ନୁହେଁ ଡିଜେଲ ଲାଗି ମଧ୍ୟ ସମାନ ଶୁଳ୍କ ବ୍ୟବସ୍ଥା ରହିବା ଦେଶରେ ମାଲ ଓ ଯାତ୍ରୀ ପରିବହନ ଭଡ଼ା ବୃଦ୍ଧିର କାରଣ ପାଲଟିଛି। କେନ୍ଦ୍ର ଓ ରାଜ୍ୟ ଶୁଳ୍କ ତୈଳ ଉତ୍ପାଦ ମୂଲ୍ୟର ୨ ଗୁଣାରୁ ବି ଅଧିକ ଆଦାୟ ହେଉଛି।

ଗୋଟିଏ ପଟେ ଅତ୍ୟାଧିକ ଶୁଳ୍କ ଅନ୍ୟପଟେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ମୂଲ୍ୟ ବୃଦ୍ଧି ଦେଶରେ ଉପଭୋକ୍ତାଙ୍କ ଉପରେ ବେଡି ଉପରେ କୋରଡା ଭଳି ହୋଇଛି। ଆମେରିକା ବ୍ରେଣ୍ଟ କ୍ରୁଡ ଦର ପ୍ରତି ବାରଲ ୬୭ ଟଙ୍କାରୁ ବି ଉପରକୁ ଚାଲିଗଲାଣି।  ଅତି ବେଶି ହେଲେ ବ୍ରେଣ୍ଟ କ୍ରୁଡ ବାରଲ ପିଛା ଦର ୬୦ ଡଲାରରେ ସୀମିତ ରହିବ ବୋଲି ଆଶା କରାଯାଉଥିଲା। ହେଲେ ଦର ଏବେ ରେକର୍ଡ ସ୍ତରରେ ପହଞ୍ଚିଛି।

ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ବୃଦ୍ଧି ସତ୍ତ୍ୱେ ତୈଳ କମ୍ପାନୀମାନେ ଗୁରୁବାର ମଧ୍ୟ ମୂଲ୍ୟ ସଂଶୋଧନ କରି ନାହାନ୍ତି। ଫଳରେ ଦୁଇ ଦିନ ହେଲା ଦେଶରେ ତୈଳ ଦର ବୃଦ୍ଧି ହୋଇ ନାହିଁ। ଏହାମାନେ ନୁହେଁ ଯେ କମ୍ପାନୀମାନେ ଦର ସଂଶୋଧନ କରିବେନି । ଯଦି ଅଶୋଧିତ ତୈଳ ଦର ବଢିବଢି ଚାଲେ ତେବେ କମ୍ପାନୀମାନେ ମୂଲ୍ୟ ସୁଧାର ଲାଗି ବାଧ୍ୟ ହେବେ। ତେବେ ପେଟ୍ରୋଲିୟମ ଉତ୍ପାଦ ଜିଏସଟି ଅଧିନ ହେଲେ ଶୁଳ୍କ ହାର ଅଧାରୁ ବି କମିଯିବ ବୋଲି ଆଶା କରାଯାଉଛି।

   Related Posts